Advertisment

ପ୍ରଧାନମନ୍ତ୍ରୀ ଓ ଭିଭିଆଇପିଙ୍କ ପାଇଁ ସଫା ରାସ୍ତା, ଆଉ ଜନତା...

ଫୁଟପାଥ ଏବଂ ଚାଲିବା ପାଇଁ ସୁରକ୍ଷିତ ସ୍ଥାନ ଏକ ମୌଳିକ ଅଧିକାର। ଆମେ ଆମ ପିଲାମାନଙ୍କୁ ଫୁଟପାଥରେ ଚାଲିବାକୁ କହିଥାଉ, କିନ୍ତୁ ଯଦି ଚାଲିବାକୁ ଫୁଟପାଥ୍ ନାହିଁ, ତେବେ ଆମେ ଆମ ପିଲାମାନଙ୍କୁ କ’ଣ କହିବୁ?

ଅଦ୍ୟତନ ହୋଇଛି
Streets, footpaths cleared for PM, VVIPs; why not for everyone: Bombay HC

Streets, footpaths cleared for PM and VVIPs, why not for everyone

Advertisment

ଫୁଟପାଥକୁ ନେଇ ସମସ୍ୟା ଲାଗିରହିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ। କୋର୍ଟ କହିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଭିଭିଆଇପି ଆସିଲେ ଗୋଟିଏ ଦିନ ପାଇଁ ରାସ୍ତା ଓ ଫୁଟପାଥ ସଫା କରିବା ସହ ଖାଲି କରାଯାଏ। ମାତ୍ର ଏହା କାହିଁକି ସବୁ ଲୋକଙ୍କ ପାଇଁ କରାଯାଇପାରିବ ନାହିଁ ।

Advertisment

ଜଷ୍ଟିସ୍ ଏମ୍ ଏସ୍‌ ଜଷ୍ଟିସ ସୋନକ ଏବଂ ଜଷ୍ଟିସ କମଲ ଖତାଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି ଯେ, ସ୍ୱଚ୍ଛ ଫୁଟପାଥ ଏବଂ ଚାଲିବା ପାଇଁ ସୁରକ୍ଷିତ ସ୍ଥାନ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ଏବଂ ଏହାକୁ ଯୋଗାଇବା ସରକାରଙ୍କ ଦାୟିତ୍ୱ। ଖଣ୍ଡପୀଠ କହିଛନ୍ତି ଯେ, ସହରର ଫୁଟପାଥରେ ବେଆଇନ ଉଠାଦୋକାନୀ ଓ ଫେରିବାଲା ସମସ୍ୟାର ସମାଧାନ ପାଇଁ କଣ କରାଯିବା ଉଚିତ ତାହା କେବଳ ଚିନ୍ତା କଲେ ଚଳିବ ନାହିଁ। ଏଥିପାଇଁ ଏହି ଦିଗରେ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିବ।

ଗତବର୍ଷ ହାଇକୋର୍ଟ ସହରରେ ଥିବା ବେଆଇନ ଉଠାଦୋକାନୀ ଓ ଫେରିବାଲାଙ୍କ ସମସ୍ୟା ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିଥିଲେ। ଆଜି କୋର୍ଟ କହିଛନ୍ତି ଯେ ସମସ୍ୟା ବହୁତ ବଡ କିନ୍ତୁ ରାଜ୍ୟ ତଥା ପୌରପାଳିକା କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିପାରିବେ ନାହିଁ। ଏହି ପ୍ରସଙ୍ଗରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ISRO କୁ ବଡ଼ ସଫଳତା; ପୁଷ୍ପକ ବିମାନର ହାଟ୍ରିକ୍ ସଫଳ ଅବତରଣ

କୋର୍ଟ କହିଛନ୍ତି, “ଯେତେବେଳେ ପ୍ରଧାନମନ୍ତ୍ରୀ କିମ୍ବା କୌଣସି ଭିଭିଆଇପି ଆସନ୍ତି, ରାସ୍ତା ଏବଂ ଫୁଟପାଥ ତୁରନ୍ତ ସଫା କରାଯାଏ ଏବଂ ସେମାନେ ଏଠାରେ ରହିବା ପର୍ଯ୍ୟନ୍ତ ଏହା ଚାଲିଥାଏ। ଏହା କିପରି କରାଯାଏ? ଏହା ଅନ୍ୟ ସମସ୍ତଙ୍କ ପାଇଁ କାହିଁକି କରାଯାଇପାରିବ ନାହିଁ? ନାଗରିକମାନେ ଟିକସ ଦିଅନ୍ତି, ସେମାନଙ୍କୁ ସଫା ରାସ୍ତା ଏବଂ ଚାଲିବା ପାଇଁ ସୁରକ୍ଷିତ ସ୍ଥାନ ଦରକାର। ”

କୋର୍ଟ ଆହୁରି ମଧ୍ୟ କହିଛନ୍ତି, “ଫୁଟପାଥ ଏବଂ ଚାଲିବା ପାଇଁ ସୁରକ୍ଷିତ ସ୍ଥାନ ଏକ ମୌଳିକ ଅଧିକାର। ଆମେ ଆମ ପିଲାମାନଙ୍କୁ ଫୁଟପାଥରେ ଚାଲିବାକୁ କହିଥାଉ, କିନ୍ତୁ ଯଦି ଚାଲିବାକୁ ଫୁଟପାଥ୍ ନାହିଁ, ତେବେ ଆମେ ଆମ ପିଲାମାନଙ୍କୁ କ’ଣ କହିବୁ? ବେଞ୍ଚ କହିଛନ୍ତି ଯେ ବର୍ଷ ବର୍ଷ ଧରି କର୍ତ୍ତୃପକ୍ଷ କହୁଛନ୍ତି ଯେ ସେମାନେ ଏହି ପ୍ରସଙ୍ଗରେ କାର୍ଯ୍ୟ କରୁଛନ୍ତି।

Advertisment

କୋର୍ଟ କହିଛନ୍ତି ଯେ ରାଜ୍ୟ ସରକାର କିଛି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଅଧିକାରୀମାନେ କେବଳ କଣ କରିବେ ସେ ବିଷୟରେ ଚିନ୍ତା କଲେ ହେବନି। ଇଚ୍ଛାଥିଲେ ଉପାୟ ଆପେ ଆସେ। ତେଣୁ ସେମାନେ କିଛି କରିବାର ଆବଶ୍ୟକତା ରହିଛି। ବୃହତ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ଏସୟୁ କାମଦାର କହିଛନ୍ତି ଯେ ବେଆଇନ ଉଠାଦୋକାନୀ ଓ ଫେରିବାଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ କିନ୍ତୁ ସେମାନେ ପୁନର୍ବାର ଫେରିଆସନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଏମସି ପକ୍ଷରୁ ଭୂତଳ ବଜାରର ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଛି।

ଖଣ୍ଡପୀଠ କହିଛନ୍ତି, ବେଆଇନ ଉଠାଦୋକାନୀ ଓ ଫେରିବାଲା ଉପରେ କରାଯାଉଥିବା ଜରିମାନା ଖୁବ୍ କମ୍ । ତେଣୁ ସେମାନେ ଜରିମାନା ଦେଇ ଚାଲିଯାଆନ୍ତି। କୋର୍ଟ ଏପରି ବେଆଇନ ଉଠାଦୋକାନୀ ଓ ଫେରିବାଲାଙ୍କ ପରିଚୟ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ଏକ ତଲାସୀ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ରେ କରାଯିବ।

ଅଧିକ ପଢ଼ନ୍ତୁ: ସରକାରୀ ପଇସାରେ ୫୦୦ କୋଟିର ମହଲ; ଲାଗିଛି ୪୦ ଲକ୍ଷର ବାଥଟବ୍, ୧୨ ଲକ୍ଷର କମୋଡ

Bombay High Court Footpath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ