sensex
ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ। ହ୍ରାସ ପାଇଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ। କାରବାର ଆରମ୍ଭରୁ ଖସିଲା ଉଭୟ ସେନସେକ୍ସ ଓ ନିଫ୍ଟି। ଆଜି କାରବାର ଆରମ୍ଭରୁ ସେନସେକ୍ସ ୫୦୦ ପଏଣ୍ଟ ହ୍ରାସ ପାଇଥିବା ଦେଖାଦେଇଛି। ସେହିଭଳି ନିଫ୍ଟି ସୂଚକାଙ୍କ ମଧ୍ୟ ୨୦୦ ପଏଣ୍ଟ ଖସିଛି।
ଅଧିକ ପଢ଼ନ୍ତୁ: ଆମେରିକାର ଅପରେସନ୍ 'ମିଡଲାଇଟ୍ ହାମର୍', ୨୫ ମିନିଟରେ କରିଦେଲା ଛାରଖାର
ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି । ବିଶ୍ବର ପଞ୍ଚମ କ୍ରୁଡ ଅଏଲ ତଥା ଇରାନ ଷ୍ଟ୍ରେଟ ଅଫ ହାର୍ମୁଜ ବନ୍ଦ କରିବାକୁ ଅଶୋଧିତ ତେଲ ଦର ବଢିଛି । ଇରାନ ହେଉଛି ବିଶ୍ବର ନବମ ତେଲ ଉତ୍ପାଦନକାରୀ ସଂସ୍ଥା । ଏବଂ ଦିନକୁ ପ୍ରାୟ ୩ ଦଶମିକ ୩ ମିଲିୟନ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରିଥାଏ । ଯୁଦ୍ଧ ଯୋଗୁ ଏବେ ତେଲ ବଜାରରେ ପ୍ରଭାବ ପଡ଼ିଛି । ଆଗାମୀ ଦିନରେ ପେଟ୍ରୋଲ ଓ ଡିଲେଜ ଦର ବଢିବ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ଭାରତରେ ତୈଳ ଦର ଉପରେ ବିଶେଷ ପ୍ରଭାବ ପଡିବନି ବୋଲି କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ। ଦେଶରେ ଯଥେଷ୍ଟ ଷ୍ଟକ ମହଜୁଦ ରହିଛି। ଭାରତ ଆମଦାନୀ କରୁଥିବା ୫.୫ ମିଲିୟନ ବ୍ୟାରେଲରୁ କେବଳ ଦେଢରୁ ୨ ମିଲିୟନ ହର୍ମୁଜ ବାଟ ଦେଇ ଆସିଥାଏ ବୋଲି ମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sensex_1750657560.jpg)