Advertisment

Railway Rule:ଯଦି ଭୁଲରେ ବି ଘରକୁ ନେଇଯାଉଛନ୍ତି , ହୋଇପାରେ ଜରିମାନା ସହ ଜେଲଦଣ୍ଡ

ଭାରତୀୟ ରେଳବାଇରେ କମ୍ବଳ, ଚାଦର, ତକିଆ ଆଦି ରେଳବାଇର ସମ୍ପତ୍ତି ବୋଲି ଗଣାଯାଇଥାଏ। ଏହାକୁ ଚୋରି କଲେ ରେଳବାଇ ସମ୍ପତ୍ତି ଆଇନ, ୧୯୬୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଅଦ୍ୟତନ ହୋଇଛି
Railway Rule

Railway Rule

Advertisment

ଆଜି ଆପଣଙ୍କୁ ଏଭଳି ଏକ ପ୍ରସଙ୍ଗରେ କହିବୁ ଯାହା ଆପଣଙ୍କ କାମରେ ଆସିବ । ନହେଲେ ଜାଣିନଥିବା ଲୋକଙ୍କୁ ଜଣାଇପାରିବେ । ଆମେ ଜାଣିବା ଦେଶର ଲାଇଫ୍‌ ଲାଇନ କୁହାଯାଉଥିବା ଭାରତୀୟ ରେଳବାଇ ବିଷୟରେ। କିଏ ଅଧିକାଂଶ ସମୟରେ ହେଉ ବା କିଏ ବେଳେବେଳେ ଟ୍ରେନରେ ଯାତ୍ରା କରିଥିବ ।

Advertisment

କେବେ ଆବଶ୍ୟକତା ପଡ଼ିଲେ ଆଉ କେବେ ବୁଲାବୁଲି ପାଇଁ। ଯାତ୍ରା ସମୟରେ ଆମେ ରେଳବାଇର ଅନେକ ସୁବିଧାର ଫାଇଦା ଉଠାଇଥାଉ। ସେହିପରି ଗୋଟିଏ ସୁବିଧା ହେଉଛି ଟ୍ରେନ୍‌ର ଏସି କ୍ଲାସ୍‌ (ଥାର୍ଡ ଏସି, ସେକେଣ୍ଡ ଏସି, ଫାର୍ଷ୍ଟ ଏସି) କୋଚ୍‌ରେ ମିଳୁଥିବା ବେଡ୍‌ ରୋଲ୍‌। କମ୍ବଳ, ଚାଦର, ତକିଆ ଓ ଟାୱେଲ ଥାଏ ଏହି ସୁବିଧାରେ । ଏସବୁ ପାଇଁ ଟଙ୍କା ଦେବାକୁ ପଡ଼ିଥାଏ ।

ଅଧିକ ପଢ଼ନ୍ତୁ: ATS ହାତରେ ମହିଳା ଆତଙ୍କୀ, କରୁଥିଲା ବଡ ଆକ୍ରମଣ ଯୋଜନା

ଚିନ୍ତା କରନ୍ତୁ, ଯଦି ଆପଣ ଏହାକୁ ନେଇ ଘରକୁ ଚାଲିଗଲେ, ତେବେ କ’ଣ ହେବ? ଜରିମାନା ନା ଜେଲ । RCTC (ଇଣ୍ଡିଆନ୍‌ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌) ତରଫରୁ ଯାତ୍ରୀମାନଙ୍କୁ କମ୍ବଳ, ଚାଦର, ତକିଆ ଓ ଟାୱେଲ ସୁବିଧା ଦିଆଯାଇଥାଏ। ପୂର୍ବରୁ ଏଥିପାଇଁ କୌଣସି ଅତିରିକ୍ତ ଟଙ୍କା ଲାଗୁନଥିଲା, କିନ୍ତୁ ଏବେ ଲାଗୁଛି।

Advertisment

ଏହାର ଚାର୍ଜ ଟିକେଟ୍‌ ସହିତ ଯୋଡ଼ା ହୋଇଥାଏ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଏହା ଯାତ୍ରୀର ସମ୍ପତ୍ତି ହୋଇଗଲା। ବେଡ୍‌ ରୋଲ୍‌କୁ ଯାତ୍ରା ଶେଷ ହେବା ପରେ ରେଳବାଇକୁ ଫେରାଇବାକୁ ପଡ଼ିଥାଏ। ଏସବୁ ରେଳବାଇର ସମ୍ପତ୍ତି। ଏହାକୁ ଫେରାଇବା ଏକ ପ୍ରକାର ନୈତିକ ଦାୟିତ୍ୱ ମଧ୍ୟ।

କିନ୍ତୁ ଯଦି ଆପଣ ଏହାକୁ ନେଇ ଚାଲିଗଲେ, ଜାଣିଶୁଣି ହେଉ କିମ୍ବା ଅଜାଣତରେ ତେବେ କଣ ହେବ । ଯଦି ଆପଣ ଏହା ସହିତ ଧରାପଡ଼ିଗଲେ, ତେବେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଯଦି ଆପଣ ୧୦୦୦ ଟଙ୍କା ଦେବାରେ ଅସମର୍ଥ, ତେବେ ୧ ବର୍ଷ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି।

Advertisment

ଭାରତୀୟ ରେଳବାଇରେ କମ୍ବଳ, ଚାଦର, ତକିଆ ଆଦି ରେଳବାଇର ସମ୍ପତ୍ତି ବୋଲି ଗଣାଯାଇଥାଏ। ଏହାକୁ ଚୋରି କଲେ ରେଳବାଇ ସମ୍ପତ୍ତି ଆଇନ, ୧୯୬୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ। ପ୍ରଥମ ଥର ଧରାପଡ଼ିଲେ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍‌ କିମ୍ବା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଗୁରୁତର ମାମଲାରେ ଅର୍ଥାତ୍‌ ଏହି ଅପରାଧକୁ ଏକାଧିକ ଥର କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ଜରିମାନା ଉଭୟ ହୋଇପାରେ।

ଅଧିକ ପଢ଼ନ୍ତୁ: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ପାକ୍ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାବାହିନୀ

IRCTC Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ