• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁଧ ଦର ବଢ଼ାଇଲା ଏସବିଆଇ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବେସ୍ ରେଟ୍ ବୃଦ୍ଧି ବୃଦ୍ଧି କରିଛି । ଏସବିଆଇର ଏହି ପଦକ୍ଷେପ ପରେ ଋଣ ନେଇଥିବା ଲୋକଙ୍କ ପାଇଁ ମହଙ୍ଗା ପଡ଼ିବ । ଏସବିଆଇର ୱେବସାଇଟ୍ ଅନୁସାରେ ବେସ୍ ରେଟରେ ୧୦ ବିପିଏସ୍ ବୃଦ୍ଧି କରାଯାଇଛି । ୧୫ ଡିସେମ୍ବର ୨୦୨୧ରୁ ନୂତନ ହାର କାର୍ଯ୍ୟକାରୀ ହୋଇସାରିଛି । ଏହାପୂର୍ବରୁ ସେପ୍ଟେମ୍ବରରେ ବ୍ୟାଙ୍କ ସୁଧ ହାରକୁ ୫ ପଏଣ୍ଟ ହ୍ରାସ କରି ୭.୪୫ ପ୍ରତିଶତକୁ କରିଦେଇଥିଲା ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ପ୍ରାଇମ୍ ଲିଡିଂ ରେଟ୍‌ (PLR ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଦେଶର ସବୁଠାରୁ ବୃହତ୍ତମ ଋଣଦାତା PLRକୁ ୨.୫ ପ୍ରତିଶତ ବୃଦ୍ଧି କରି ୧୦ ପ୍ରତିଶତରୁ ୧୨.୩୦ ପ୍ରତିଶତକୁ ବୃଦ୍ଧି କରିଛି । ବେସ୍‌ ରେଟରେ ୧୦ ବେସିସ୍ ପଏଣ୍ଟ ଅର୍ଥାତ୍ ହ.୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ପରେ ବର୍ତ୍ତମାନ ନୂତନ ହାର ୭.୫୫ ପ୍ରତିଶତ ହୋଇଯାଇଛି ।

SBI ଡିସେମ୍ବର ୧୫, ୨୦୨୧ ଠାରୁ ୨ କୋଟିରୁ ଅଧିକ ଟର୍ମ ଡିପୋଜିଟ୍ ଉପରେ ସୁଧ ମଧ୍ୟ ବଢ଼ାଇ ଦେଇଛି । ଏଥିସହିତ ୨ କୋଟିରୁ କମ୍ ଏଫଡିର ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ବ୍ୟାଙ୍କ ଦ୍ୱାରା ବେସ୍ ରେଟ୍ ବୃଦ୍ଧି ଦ୍ୱାରା ଏସବିଆଇ ଗ୍ରାହକମାନେ ସିଧାସଳଖ ପ୍ରଭାବିତ ହେବେ । ବେସ୍ ରେଟ୍ ବୃଦ୍ଧି ସହିତ ସୁଧ ହାର ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହେବ । ଫଳରେ ଋଣ ନେଇଥିବା ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡିବ । ବ୍ୟାଙ୍କର ଏହି ପଦକ୍ଷେପ ସହିତ ହୋମ୍ ଲୋନ୍ , ଅଟୋ ଲୋନ୍, ବିଜିନେସ୍ ଲୋନ୍ ଏବଂ ବ୍ୟକ୍ତିଗତ ଋଣର ହାର ବୃଦ୍ଧି ପାଇବ । ବର୍ତ୍ତମାନ ଗ୍ରାହକମାନଙ୍କୁ ପୂର୍ବ ଅପେକ୍ଷା ଅଧିକ EMI ଦେବାକୁ ପଡିବ ।

ଧର୍ମଘଟ ମଧ୍ୟରେ ଏସବିଆଇ ଏହି ନିଷ୍ପତ୍ତି ନେଇଛି । ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ହେଉଛଇ । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପାଇଁ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ସ । ଏହି ଦୁଇଦିନ ଦେଶରେ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ସହ ବ୍ୟାଙ୍କିଙ୍ଗ ଆଇନ୍ ସଂଶୋଧନ ବିଲ୍ -୨୦୨୧କୁ ବିରୋଧ କରାଯାଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପ୍ରାୟ ୯ ଲକ୍ଷ ବ୍ୟାଙ୍କ୍ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି ।