/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669102364.jpg)
Spurned lover sets self on fire, hugs woman
‘ମୋର ନୁହେଁ ତ କାହାର ବି ନୁହେଁ। ଯଦି ମୋତେ ବାହା ନହେବୁ ତା’ହେଲେ ଆଉ କାହା ସହ ବି ତୋର ବାହାଘର କରାଇ ଦେବି ନାହିଁ। ମୁଁ ମଲେ ପଛେ ମରିବି, ହେଲେ ଆଉ କାହ ସହ ତୋତେ ଦେଖିପାରିବି ନାହିଁ’। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇବା ପରେ ଭଲ ପାଉଥିବା ଯୁବତୀଙ୍କୁ ଆଲିଙ୍ଗନ କରି ତାଙ୍କ ଦେହରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ସେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ଔରଙ୍ଗାବାଦରେ ଏହି ଘଟଣା ଘଟିଛି। ଉଭୟଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି।
ସୂଚନା ଅନୁସାରେ, ଉଭୟ ଯୁବକ ଓ ଯୁବତୀ Dr Babasaheb Ambedkar Marathwada ୟୁନିଭର୍ସିଟିର ଜୁଲୋଜିରେ ପିଏଚ୍ଡି କରୁଛନ୍ତି। ସୋମବାର ଅପହରାହ୍ଣରେ ଛାତ୍ରୀ ଜଣକ ହନୁମାନ ଟେକ୍ଡି ସ୍ଥିତ ସରକାରୀ ଫରେନସିକ୍ କଲେଜର ବାୟୋଫିଜିକ୍ସ ଡିପାର୍ଟମେଣ୍ଟ କ୍ୟାବିନ୍ରେ ଥିଲେ। ଏହି ସମୟରେ ଅଭିଯୁକ୍ତ ଛାତ୍ର ଜଣକ କ୍ୟାବିନ୍ ଭିତରେ ପଶି ଛାତ୍ରୀଙ୍କୁ ବାହାରକୁ ଘୋଷାଡ଼ି ଆଣିଥିଲେ।
କାହିଁକି ସେ ବାହା ହେବାକୁ ମନା କଲେ ବୋଲି ସମ୍ପୃକ୍ତ ଛାତ୍ର, ଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ କେହି କିଛି ବୁଝିବା ପୂର୍ବରୁ ଛାତ୍ର ଜଣକ ନିଜ ଦେହରେ ଓ ଛାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ। ଶେଷରେ ନିଜ ଦେହରେ ପ୍ରଥମେ ନିଆଁ ଲଗାଇ ଥିଲେ ଓ ପରେ ଛାତ୍ରୀଙ୍କୁ ଆଲିଙ୍ଗନ କରିଥିଲେ। ଫଳରେ ଉଭୟଙ୍କ ଶରୀରରେ ନିଆଁ ଲାଗିବାରୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଛାତ୍ରଙ୍କ ଶରୀରର ୯୦% ପୋଡ଼ି ଯାଇଥିବା ବେଳେ ଛାତ୍ରୀ ଜଣକ ୫୫% ପୋଡ଼ି ଯାଇଛନ୍ତି।
ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)