• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । କୋଲକାତାର ଆରଜି କର୍ ମେଡିକାଲ କଲେଜର ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏହାର ଚରିତ୍ର ଖାତାର ପୃଷ୍ଠା ଗୁଡ଼ିକ ଯେମିତି ଲେଉଟିବାକୁ ଲାଗିଲାଣି । ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି । ଯାହାର ଅଭ୍ୟାସ ଥିଲା ପର୍ଣ୍ଣ ଭିଡିଓ ଦେଖିବା ।

ଖାଲି ଏତିକି ନୁହେଁ, ସେ ଜଣେ ପଶୁ ପ୍ରବୃତିର । ଦୁଷ୍କର୍ମ ଓ ହତ୍ୟା ଘଟଣା ଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ମଧ୍ୟ ତାର କୌଣସି ପଶ୍ଚାତାପ ନାହିଁ । ସଞ୍ଜୟର ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ମିଳିଛି । ସେ ଛୋଟରୁ ଛୋଟ ଘଟଣା କହିବା ସହ କେମିତି ଅପରାଧ ଘଟାଇଛି ସେ ସବୁ କଥାକୁ ଗୋଟି ଗୋଟି ବଖାଣିଛି । ଆଗରୁ ମଧ୍ୟ ସଞ୍ଜୟ ଅନେକ ମହିଳାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା ।

୪ ଜଣ ଯୁବତୀଙ୍କୁ ବାହା ହୋଇ ଦେହ ସୁଖ ନେବା ପରେ ସେମାନଙ୍କୁ ଅଧାବାଟରେ ଛାଡ଼ି ଦେଇଥିଲା । ଖାଲି ସେତିକି ନୁହେଁ, ନିଜର ଶାରୀରିକ ସ୍ୱାର୍ଥ ମେଣ୍ଟିଯିବା ପରେ ସମସ୍ତଙ୍କୁ ପ୍ରବଳ ମାଡ଼ ମାରି ଲହୁ ଲୁହାଣ କରିଥିଲା । ଏମିତିକି ତା’ର ୪ର୍ଥ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ତାକୁ ମାଡ଼ ମାରି ଲହୁଲୁହାଣ କରିଥିଲା । ସେ ପୋଲିସ ନିକଟରେ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତା’କୁ ଗିରଫ କରିନଥିଲା ।

ବର୍ତ୍ତମାନ ସବୁ ପାପର ପେଢ଼ି ନିଜ ମୁହଁରେ ଖୋଲୁଛି ସଞ୍ଜୟ । ନିଜ କୁକର୍ମର ଗୋଟି ଗୋଟି ହିସାବ ଦେଉଛି । ଆଉ ହିସାବ ନେଉଛି ସିବିଆଇ । ପାପର କଳସ ପୂରିବା ପରେ ଏବେ ଯେମିତି ଦଣ୍ଡ ପାଇବାର ଖଣ୍ଡା ତା’ ବମୁଣ୍ଡରେ ଝୁଲୁଛି । ତଥାପି ନା ଅଛି ତା’ ମନରେ ଦୁଃଖ... ନା ଅଛି ପଶ୍ଚାତାପ... ଏବେ ବି ସେ ଜେଲର ଚାରି କାନ୍ଥ ଭିତରେ ରାକ୍ଷସର ହସ ହସୁଛି ।

ସେପଟେ ଜଣାପଡ଼ିଛି ଯେ, ବିଗତ ୬ ମାସ ହେବ କୁଆଡ଼େ ଆର.ଜି.କର୍ ମେଡିକାଲ କଲେଜ୍ ହସ୍ପିଟାଲକୁ ଯିବାକୁ ଚାହୁଁ ନଥିଲେ ଅଭୟା । କାହିଁକି ଚାହୁଁନଥିଲେ, କଣ ତା ପଛର କାରଣ, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । କାହିଁକି ଯିବାକୁ ଚାହୁଁନଥିଲେ ଅଭୟା ? କଣ ଚାଲିଥିଲା R.G କର୍ ମେଡ଼ିକାଲ୍ କଲେଜରେ ସେ ସବୁ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

ଯେଉଁ ମେଡିକାଲ କଲେଜରେ ପଢ଼ି ରୋଗୀ ସେବା କରିବା ସ୍ୱପ୍ନ ଥିଲା, ଯେଉଁଠୁ ସେ ମାଷ୍ଟର ଡିଗ୍ରୀ କରି ସାରିଥିଲେ । ତେବେ ସେଠିକୁ ଯିବାକୁ କାହିଁକି ଚାହୁଁ ନଥିଲେ ଅଭୟା ? କଲେଜର କିଛି ଗୋଟେ ବଡ଼ ଗୁମର ଜାଣି ଦେଇଥିଲେ କି ସେ ? ଯେଉଁଥିପାଇଁ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଚପି ଯାଉଥିଲେ, ସେ ଶକ୍ତିର ସାମ୍ନା କରିବାକୁ ଭୟ କରୁଥିଲେ ? ଗୁମର ଜାଣିଯିବାରୁ ତାଙ୍କୁ ରାସ୍ତାରୁ ହଟାଯାଇନି ତ ?

ତେବେ ଏହାରି ଭିତରେ ଏହି ସବୁ ମାମଲାର ତଦନ୍ତ ହେବା ସହ ମେଡିକାଲ କଲେଜରେ ପୂର୍ବବସ୍ଥା ଫେରେଇ ଆଣିବାକୁ ଚେଷ୍ଟା ହେଉଥିବା କହିଛନ୍ତି ରାଜ୍ୟ ମେଡିକାଲ୍ ଶିକ୍ଷା ନିର୍ଦ୍ଦେଶକ । ଏପଟେ ଆଜି ସିଆଲଦା କୋର୍ଟରେ ହାଜର ପରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋର୍ଟ ହାଜିରା ସମୟରେ ତାଙ୍କୁ କଠୋରରୁ କଠୋର ଦଣ୍ଡ ଏମିତିକି ଫାଶୀ ପାଇଁ ସାଧାରଣ ଲୋକେ, ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now