ଜର୍ମାନୀରେ ଭାରତ ମାତାର ଜୟ ଜୟକାର, ବର୍ଲିନ୍‌ରେ ଗୁଞ୍ଜରିତ ହେଲା ବନ୍ଦେ ମାତରମ୍ ଧ୍ୱନି

ଉତ୍ସବ ମୁଖର ବର୍ଲିନ୍‌ର ପ୍ରସିଦ୍ଧ ବ୍ରାଣ୍ଡେନ୍‌ବର୍ଗ ଗେଟ୍ । ଭାରତୀୟ ବାଦ୍ୟ, ନାଚ ଗୀତ ସହ ମୋଦି ମୋଦି ନାରାରେ ପ୍ରକମ୍ପିତ ପରିବେଶ ।

Narendra Modi

ତିନି ଦିନିଆ ୟୁରୋପ ଗସ୍ତର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ରାଜଧାନୀ ବର୍ଲିନ୍‌ରେ ପାଦ ରଖିବା ପରେ, ତାଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।

ଉତ୍ସବ ମୁଖର ବର୍ଲିନ୍‌ର ପ୍ରସିଦ୍ଧ ବ୍ରାଣ୍ଡେନ୍‌ବର୍ଗ ଗେଟ୍ । ଭାରତୀୟ ବାଦ୍ୟ, ନାଚ ଗୀତ ସହ ମୋଦି ମୋଦି ନାରାରେ ପ୍ରକମ୍ପିତ ପରିବେଶ । ଜର୍ମାନୀ ରାଜଧାନୀ ବର୍ଲିନ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ଭବ୍ୟ ସ୍ୱାଗତ ଜଣାଇଛନ୍ତି ଭାରତୀୟ ସମୁଦାୟ । ଜର୍ମାନୀ ଚାନ୍‌ସେଲର୍ ଓଲାଫ୍ ସ୍କୋଲ୍‌ଜଙ୍କୁ ସାକ୍ଷାତ କରିବାକୁ ଫେଡେରାଲ୍ ଚାନ୍‌ସେଲାରୀ ଅଭିମୁଖେ ବାହାରିବା ବେଳେ, ମୋଦିଙ୍କୁ ଦେଖିବା ପାଇଁ ଓ ତାଙ୍କ ସହ ସେଲ୍ଫି ନେବା ପାଇଁ ବିଭିନ୍ନ ପାରମ୍ପରିକ ବେଶଭୂଷାରେ ଭିଡ଼ ଜମାଇଥିଲେ ପ୍ରବାସୀ ଭାରତୀୟ ।

୩ ଦିନିଆ ୟୁରୋପ ଗସ୍ତର ପ୍ରଥମ ଦିନରେ ଜର୍ମାନୀ ଯାଇଛନ୍ତି ମୋଦି । ରାଜଧାନୀ ବର୍ଲିନ୍ ସ୍ଥିତ ହୋଟେଲ୍ ଆଡ୍‌ଲନ୍ କେମ୍‌ପିନ୍‌ସ୍କିରେ ପହଞ୍ଚିବା ପରେ ସେଠିବି ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ପ୍ରବାସୀ ଭାରତୀୟ । ସେଠାରେ ଛୋଟ ଛୋଟ ପିଲାଙ୍କୁ ଦେଖି ଖୁସି ହୋଇଯାଇଥିଲେ ମୋଦି । ସେମାନଙ୍କ ସହ କଥା ହେବା ବେଳେ, କୁନି ଝିଅ ମାନ୍ୟା ନିଜେ ଆଙ୍କିଥିବା ମୋଦିଙ୍କ ଚିତ୍ର ତାଙ୍କୁ ଦେଖାଇଥିଲା । ମାନ୍ୟାର କଳାପ୍ରତିଭାକୁ ଦେଖି ମୋଦି ସାବାସୀ ଦେବା ସହ ଫଟୋ ଉଠାଇଥିଲେ ଓ ଚିତ୍ରରେ ଅଟୋଗ୍ରାଫ୍ ଦେଇଥିଲେ । ସେହିପରି ପ୍ରବାସୀ ଭାରତୀୟ ପରିବାରର ଆଉ ଜଣେ କୁନି ପୁଅ ଆଶୁତୋଷ ଶୁଣାଇଥିଲା ଭାରତ ବନ୍ଦନା । ଆଉ ଗୀତ ସହ ତାଳରେ ତାଳ ମିଳାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।