Advertisment

ଭାଙ୍ଗିବାକୁ ମାତ୍ର ୯ ସେକେଣ୍ତ, ହେଲେ ସଫା କରିବାକୁ ଲାଗିବ ପୂରା ୩ ମାସ!

ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ..

author-image
Manoranjan Behera
Noida’s Supertech Twin Towers

Noida’s Supertech Twin Towers

ମାଟିରେ ମିଶିଲା ଟ୍ୱିନ ଟାୱାର । ଘର ଭାଙ୍ଗିବାକୁ ଖଞ୍ଜା ଯାଇଥିଲା ୩୭୦୦ କିଲୋଗ୍ରାମ ବାରୁଦ । ଘରର ଅଳିଆ ଉଠାଇବାକୁ ଲାଗିବ ୩ ମାସର ସମୟ ! ଟ୍ୱିନ ଟାୱାରକୁ ନେଇ ଥମୁନି ଚର୍ଚ୍ଚା । ବହୁବାଦ ବିବାଦ ପରେ ଘର ତ ଭାଙ୍ଗିଲା, ହେଲେ ଘର ଭାଙ୍ଗିବା ପରେ ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ତାହାକୁ ସଫା କରିବାକୁ ସପ୍ତାହେ କି ଦୁଇ ସପ୍ତାହେ ନୁହେଁ ବରଂ ପୂରାପୂରି ୧୨ ସପ୍ତାହ ଅର୍ଥାତ୍‌ ୩ ମାସରୁ ଅଧିକ ସମୟ ଲାଗିବ ବୋଲି କୁହାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ୟୁପିର ନୋଏଡା ସେକ୍ଟର 93(A) ଅଂଚଳରେ ଥିବା ବେଆଇନ ଭାବେ ନିର୍ମାଣ ହୋଇଥିବା ଟ୍ୱିନ୍ ଟାୱାର ଗତକାଲି ଅପରାହ୍ନ ଠିକ୍‌ ୨.୩୦ରେ ମାଟିରେ ମିଶିଗଲା । ତେବେ ଦେଶରେ ପ୍ରଥମ ଥର ପାଇଁ ଏତେ ଉଚ୍ଚ କୋଠା ଭଙ୍ଗା ଯାଇଥିବା କୁହାଯାଇଛି । ଏହି ଦୁଇ ଟାଓ୍ୱାରର ୪୦ ମହଲା ବିଶିଷ୍ଟ କରିବାକୁ ଯୋଜନା କରାଯାଇଥିଲା । ତେବେ ଏହି ଦୁଇ ଟାଓ୍ୱାର ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଆପେକ୍ସ ଟାଓ୍ୱାର ୩୨ ମହଲା ନିର୍ମିତ ହୋଇଥିବାବେଲେ ସିଆନ ଟାଓ୍ୱାର ୨୯ ମହଲା ନିର୍ମିତ ହୋଇଛି ।

ତେବେ କୋର୍ଟ ମାମଲାରୁ ଏହି ଟାଓ୍ୱାରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନଥିଲା । ଏହି ଦୁଇ ବିଲ୍ଡିଂରେ ୯ଶହରୁ ଅଧିକ ଫ୍ଲାଟ ରହିଛି । ଏଥିମଧ୍ୟରୁ ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଆପେକ୍ସ ଟାଓ୍ୱାରର ଲମ୍ବ ୧୦୩ ମିଟର ଥିବାବେଳେ ସିଆନ ଟାଓ୍ୱାର ଲମ୍ବ ୯୭ ମିଟର ରହିଛି । ଏଡିଫାଇସ୍ ଇଂଜିନିୟରିଂ ଦକ୍ଷିଣ ଆଫ୍ରିକା ବିଶେଷଙ୍ଗଙ୍କ ସହାୟତାରେ ଏହି ବିଲଡିଂକୁ ଭଙ୍ଗାଯାଇଛି । ପୂର୍ବରୁ କେରଳରେ ଥିବା ଏକ ୬୮ ମିଟର ବିଶିଷ୍ଟ କୋଠା ଭଙ୍ଗାଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟ୍ୱିନ୍ ଟାଓ୍ୱାର ଠାରୁ ମାତ୍ର ୮ ମିଟର ଦୂରରେ ଅନେକ ବିଲ୍ଡିଂ ରହିଥିଲା । ତେଣୁ ଏହି ବିଲ୍ଡିଂକୁ ଭାଂଗିବା ଏକ ପ୍ରକାର ଚ୍ୟାଲେଂଜ୍ ଥିଲା । ଘର ଭଙ୍ଗାଯାଉଥିବାରୁ ଆଖପାଖରେ ଥିବା ବିଲ୍ଡଂଗୁଡିକ ଖାଲି କରାଯାଇଥିଲା । ଏହାସହ ଧୂଳିକୁ କମ କରିବାକୁ ଅନ୍ୟ ବିଲ୍ଡିଂ ଗୁଡିକୁ କପଡ଼ା ପରଦାରେ ଘୋଡ଼ାଇ ଦିଆଯାଇଥିଲା ।

ବିଲ୍ଡିଂ ଭାଂଗିବାକୁ ୩ ହଜାର ୭ଶହ କେଜି ବିସ୍ଫୋରକର ବ୍ୟବହାର ହୋଇଛି । ପାଖାପାଖି ଦୁଇ ବିଲ୍ଡିଂର ପିଲାର ଗୁଡିକରେ ୭ ହଜାରରୁ ଅଧିକ କଣା କରାଯାଇଥିଲା । ଗୋଟିଏ ଗୋଟିଏ କଣାର ଲମ୍ବ ୨ମିଟର ରହିଛି । ଆଉ ସ୍ୱିଚ୍ ମରା ହେଉ ହେଉ ସମସ୍ତ ପିଲାରରେ ବିସ୍ଫୋରଣ ହୋଇଥିଲା । ଆଖି ପିଛୁଳାକେ ମାଟିରେ ମିଶିଥିଲା ଟ୍ୱିନ ଟାୱାର ।

ନୋଏଡା ପ୍ରାଧିକରଣ ମୁତାବକ ଟାୱାର ବିସ୍ଫୋରଣ ପରେ ଯେଉଁ ଧୂଳି ଉଡିଛି, ସେଥିରୁ ରକ୍ଷା ପାଇବା ପାଇଁ ୧୦୦ ଟ୍ୟାଙ୍କର ପାଣି ସ୍ପ୍ରେ କରାଯିବା ସହ ୧୫ ଟି ଆଣ୍ଟି ସ୍ମଗ ଗନ, ୬ ମେକାନିକଲ ସ୍ୱିପିଂ ମେସିନ ଓ ୨୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହଠାତ ଅଳିଆ ଉଠାଇବାକୁ ୨୦ ଟି ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଥିଲା । ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ଗଛରୁ ଧୂଳି ସଫା କରିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ସେପଟେ ବାୟୁ ପ୍ରଦୂଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

Special Story Noida’s Supertech Twin Towers
Advertisment
Advertisment