ଅଣନିଃଶ୍ୱାସୀ ମମତା, ଚାଲିଯିବ କି କ୍ଷମତା ?

ଦୋହଲି ଯାଇଛି ଦିଦିଙ୍କ ଗାଦି ! କିଟମିଟ୍‌ ଅନ୍ଧାରରେ କ୍ଷମତା ଖୋଜୁଛନ୍ତି ମମତା ! ଅଦେଖା ଦରଜ ଯେମିତି ଦିଦିଙ୍କର ବଢ଼ିବଢ଼ି ଚାଲିଛି । ନା ଭଲ ହେଉଛି ନା ବିନ୍ଧା କମୁଛି । ଇଏ କୋଲକାତାରେ ଗତ ବୁଧବାର ରାତିର ଦୃଶ୍ୟ । ଚଳଚଞ୍ଚଳ କୋଲକାତା ଅନ୍ୟାୟ ବିରୋଧରେ ଛିଡ଼ା ହୋଇରହିଛି । ଆଖି ବନ୍ଦ କରି ଶାନ୍ତି ଶୃଙ୍ଖଳରେ ନ୍ୟାୟ ମାଗୁଛି ଏହି ପୁରୁଣା ମହାନଗରୀ ।

Kolkata Rape And murder

ବୁଧବାର ରାତିର ଦୃଶ୍ୟ ଯେମିତି ବିଚଳିତ କରିଦେଇଛି ଦିଦିଙ୍କୁ । ନା କିଛି କହିପାରୁଛନ୍ତି, ନା ଏ ପ୍ରତିବାଦକୁ ସହି ପାରୁଛନ୍ତି । ଯାହାକେବଳ ତାଙ୍କୁ ପାଟି ଚୁପ୍‌ କରି ରହିବାକୁ ବାଧ୍ୟ କରିଛି । ସବୁବେଳେ ସବୁ କଥାରେ ଆଉ ପ୍ରତିଟି ମୁହୂର୍ତ୍ତରେ ଗର୍ଜ୍ଜୁଥିବା ଦିଦି ଯେମିତି ଏମେ ନିରବୀ ଯାଇଛନ୍ତି । ଆଉ ଏ ସାଧାରଣ ଜନତାଙ୍କ ପ୍ରତିବାଦ ଟିଏମ୍‌ସି ସରକାରକୁ ଧିକାର କରୁଛି ।

ବୁଧବାର ରାତିରେ ହଜାର ହଜାର ସାଧାରଣ ଜନତା ଏକାଠି ହୋଇଥିଲେ । ଅଭୟାଙ୍କ ବିରୋଧରେ ନ୍ୟାୟ ପାଇଁ ଏମିତି ପ୍ରତିବାଦ କରିଥିଲେ । ସହରର ସମସ୍ତ ଦୋକାନ ଓ ଘରଗୁଡ଼ିକର ଲାଇଟ୍‌ ବନ୍ଦ କରାଯାଇଥିଲା । ଏମିତିକି ରାସ୍ତାରେ ଜଳୁଥିବା ଷ୍ଟ୍ରେଟ୍‌ ଲାଇଟ୍‌ ମଧ୍ୟ ବନ୍ଦ କରାଯାଇଥିଲା । ଫଳରେ ପୂରା ଅନ୍ଧାର ହୋଇଯାଇଥିଲା କୋଲକାତା ସହର । ତା’ରି ଭିତରୁ ଅଭୟାଙ୍କ ସ୍ଥିତିତ୍ୱକୁ ମନେ ପକାଇଥିଲେ ବିକ୍ଷୋଭକାରୀ । ନିଜର ମୋବାଇଲ୍‌ ଫ୍ଲାସ୍‌ ଓ କ୍ୟାଣ୍ଡେଲ ଧରି ପ୍ରତିବାଦ କରିଥିଲେ । ଯାହା କି ଅଭୟାଙ୍କ ନ୍ୟାୟ ଦେବାକୁ ଆନ୍ଦୋଳନକାରୀଙ୍କୁ ଖୋରାକ୍‌ ଯୋଗାଇଥିଲା ।

ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ପୀଡ଼ିତା ଅଭୟାଙ୍କ ପରିବାର । ଅଭୟାଙ୍କ ବାପା-ମା’ ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ୍‌ ହୋଇ ଝିଅ ପାଇଁ ନ୍ୟାୟ ମାଗିଥିଲେ । ପୋଲିସ ଏହି ଘଟଣା ଚପାଇ ଦେବାକୁ ସେମାନଙ୍କ ଟଙ୍କା ଯାଚୁଥିଲା ବୋଲି ଅଭିଯୋଗ ଆଣିଥିଲେ । ଏହି ଘଟଣାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ଲାଇଟ୍‌ ଲିଭାଇ ଏହାକୁ ସମର୍ଥ ଜଣାଇଥିଲେ । ହେଲେ ଏତେ ସବୁ ପରେ ବି ଏହି ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ମମତା ଦିଦି ।