• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୋସିଆଲ୍ ମିଡିଆର କମାଲ୍ । ତାହାର ଏକ ଭଲ ଉଦାହରଣ ଦେଖିବାକୁ ମିଳିଛି ବିହାର ଜମୁଈ ଜିଲ୍ଲାରେ । କିଛିଦିନ ତଳେ ୧୦ ବର୍ଷର ଝିଅ ସୀମା ଗୋଟିଏ ଗୋ଼ଡରେ ସ୍କୁଲ ଯାଉଥିବା ଭିଜୁଆଲ୍ ଭାଇରାଲ୍ ହୋଇଥିଲା । ପାଠପଢା ପ୍ରତି ଏହି ଝିଅର ଆଗ୍ରହକୁ ନେଇ ଚାରିଆଡେ ଚର୍ଚ୍ଚା ହେଲା । ସୋନୁ ସୁଦ୍, ଅରବିନ୍ଦ କେଜ୍ରିୱାଲ୍ ଭଳି ନେତା ଅଭିନେତା ଟ୍ୱିଟ୍ ମାଧ୍ୟମରେ ସୀମାର ଢେର ପ୍ରଶଂସା କଲେ । ଶେଷରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସୀମା ଦେହରେ କୁତ୍ରିମ୍ ଗୋଡ ଲଗାଇବା ସହ ତାକୁ ଏକ ଟ୍ରାଇ ସାଇକଲ୍ ଦେଇଛନ୍ତି ।  

ସୀମାକୁ ମିଳିଲା କୁତ୍ରିମ ଗୋଡ । ଏବେ ସୀମା ନିଇତି ସ୍କୁଲ ଯିବ, ନିଜର ଦୁଇ ଗୋଡରେ ଚାଲିକି ଯିବ । କାହିଁକି ନା ୧୦ ବର୍ଷର ସୀମାକୁ ଲଗାଯାଇଛି କୃତ୍ରିମ ଗୋଡ । ସୀମା ଏବେ ପୁରା ଫିଟ୍ । ଦୁଇ ଗୋଡରେ ଚାଲିପାରିବ, ଖେଳିପାରିବ, ଅନ୍ୟମାନଙ୍କ ଭଳି ସ୍କୁଲ ଯାଇପାରିବ । ସୋସିଆଲ୍ ମିଡିଆରେ ସୀମାର ଭିଡିଓ ଭାଇରାଲ୍ ହେବା ପରେ ଅଭିନେତା ତଥା ସମାଜସେବୀ ସୋନୁ ସୁଦ ଟ୍ୱିଟ୍ କରି ଝିଅଟିକୁ ପ୍ରଶଂସା କରିବା ସହ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।  ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଟ୍ୱିଟ୍ କରି ସୀମାଙ୍କ ଇଛାଶକ୍ତିକୁ ଢେର ପ୍ରଶଂସା କରିଥିଲେ । ସୋସିଆଲ୍ ମଡିଆରେ ଚର୍ଚ୍ଚା ପରେ ତତ୍ପର ହୋଇଉଠିଥିଲା ବିହାର ପ୍ରଶାସନ । ପ୍ରଥମେ ତିନି ଚକିଆ ସାଇକେଲ୍ ଏବଂ ଗତକାଲି ବିହାର ଶିକ୍ଷା ବିଭାଗ ପକ୍ଷରୁ ସୀମା ଦେହରେ ଲଗାଯାଇଛି କୃତ୍ରିମ ଗୋଡ।

 

୧୦ ବର୍ଷିୟା ସୀମା ବିହାର ଜମୁଈ ଜିଲ୍ଲା ଫତେପୁରର ଚତୁର୍ଥ ଶ୍ରେଣୀର ଛାତ୍ରୀ । ବାପା ଜଣେ ଦାଦନ ଶ୍ରମିକ, ମାଐ ଇଟାଭାଟିରେ କାମ କରନ୍ତି । ତେବେ ଜନ୍ମରୁ ସୀମା ଏଭଳି ନଥିଲା । ତାର ବି ଦୁଇଟିଯାକ ଗୋଡ ସୁସ୍ଥ ଥିଲା, ଖେଳୁଥିଲା, ବୁଲୁଥିଲା, ଯାହା ଇଛା କରିପାରୁଥିଲା ସୀମା । ହେଲେ ୨ ବର୍ଷ ତଳର ଏକ ଦୁର୍ଘଟଣା ତାଠାରୁ ଗୋଟିଏ ଗୋଡ ଛଡାଇ ନେଇଥିଲା । ଟ୍ରାକ୍ଟର ଦୁର୍ଘଟଣାରେ ଗୁରୁତର ହୋଇପଡିଥିଲା ସୀମା । ଜୀବନ ବଞ୍ଚାଇବାକୁ ଡାକ୍ତର ତାର ଗୋଟିଏ ଗୋଡ କାଟି ଦେଇଥିଲେ । ୧୦ ବର୍ଷର କଅଁଳ ଝିଅର ଜୀବନ ସିନା ବଞ୍ଚିଗଲା, ହେଲେ ତାକୁ ହରାଇବାକୁ ପଡିଲା ଗୋଟିଏ ଗୋଡ । ହେଲେ କମିନଥିଲା ପାଠ ପ୍ରତି ସୀମାର ଆଗ୍ରହ । ଗାଁ ପିଲାଙ୍କୁ ସ୍କୁଲ ଯିବା ଦେଖି ସେ ବି ଜିଦ୍ ଧରିଥିଲା । ସୀମାର ଆଗ୍ରହ ଓ ଦୃଢ ଇଛାଶକ୍ତି ଦେଖି ସ୍କୁଲ ଛାଡିଥିଲେ । ବାପା-ମାଆ ଆଉ ତାପରେ ଗୋଟିଏ ଗୋଡରେ କିଲୋମିଟର ଯାଏଁ ଚାଲି ଚାଲି ଯାଉଥିଲା ସ୍କୁଲ ।

ସୀମାର ଲକ୍ଷ୍ୟ ହେଲା ସେ ପାଠ ପଢିବ, ଆଗକୁ ବଢିବ ଏବଂ ଶିକ୍ଷୟତ୍ରୀ ହେବ । ସୀମାର କାହାଣୀ ଯେତିକି ପ୍ରେରଣଦାୟୀ, ସେତିକି ଉତ୍ସାହକାରୀ । ଯାହା ଅନ୍ୟମାନଙ୍କୁ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରାଇବ ନିଶ୍ଚିତ ।

 

OTV is now on Whatsapp

Join and get latest news update delivered to you via whatsapp

Join Now