ରାକ୍ଷୀ ପୂର୍ଣ୍ଣିମା ହେଉଛି ଶ୍ରଦ୍ଧା ଓ ସ୍ନେହ ପର୍ବ । ପ୍ରତିବର୍ଷ ଭାଇର ହାତରେ ରାକ୍ଷୀ ବାନ୍ଧିବାକୁ ଏଇ ଦିନ ସତେ ଯେମିତି ଅନେଇ ବସିଥାଆନ୍ତି ସବୁ ଭଉଣୀ । ଆଉ ଭଉଣୀର ସ୍ନେହ ଓ ଶ୍ରଦ୍ଧାର ଡୋରକୁ ନିଜ ହାତରେ ବାନ୍ଧିବା ପାଇଁ କାହିଁ କେତେ ଦୂରରୁ ଘରକୁ ଦଉଡ଼ିଆସିଥାଏ ଭାଇ ।
ସୋସିଆଲ ମିଡିଆରେ ଭାଇକୁ ଭଉଣୀ ରାକ୍ଷୀ ବାନ୍ଧୁଥିବାର ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ । ଆପଣମାନେ ବି ଦେଖିଲେ କହିବେ ସବୁ ଭଉଣୀମାନେ ନିଜ ଭାଇ ହାତରେ ତ ରାକ୍ଷୀ ବାନ୍ଧନ୍ତି । କିନ୍ତୁ ଏଥିରେ ନୂଆ କଣ? ନୂଆ କଥା ହେଉଛି ଭଉଣୀ ପାଖରେ ତା ଭାଇ ଆଉ ଜୀବିତ ନାହିଁ । ସେ ଏକଥାକୁ ବେଶ ଭଲରେ ଜାଣିଛି । ହେଲେ ବିଶ୍ୱାସ କରିପାରୁନି କି ତା ଭାଇ ଆଉ ତା ପାଖରେ ନାହିଁ ।
Also Read
ଭାଇ ହାତରେ ରାକ୍ଷୀ ବାନ୍ଧିବା ବେଳେ ସିମେଣ୍ଟ ପ୍ରତିମୂର୍ତ୍ତିକୁ ଧରି ଭୋ ଭୋ ହୋଇ କାନ୍ଦୁଛି । ଆଉ ଏହି ସମୟର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ଗୁଡ଼ିକୁ ଯିଏ ଦେଖୁଛି ତାହା ଆଖି ବି ଲୁହରେ ଛଳଛଳ ହୋଇଯାଉଛି । କାରଣ ଭାଇ ଚାଲିଯିବା ପରେ ବି ଭାଇର ସିମେଣ୍ଟ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧୁଛି ଭାଇ ।
ସିମେଣ୍ଟରେ ତିଆରି ହୋଇଥିବା ଭାଇର ପ୍ରତିମୂର୍ତ୍ତି ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ । ଆଉ ଏ ଦୃଶ୍ୟ ଦେଖିବାକୁ ମିଳିଛି ସୁଦୂର ରାଜସ୍ଥାନରେ। ମହିଳା ଜଣକ ତାଙ୍କ ଭାଇ ଗଣପତରାମ କାଡୱାସରାଙ୍କ ରାକ୍ଷୀ ବାନ୍ଧୁଥିବାର ଦେଖିବାକି ମିଳିଛି । ଗଣପତରାମ ଜମ୍ମୁ ଓ କଶ୍ମୀରରେ ଶତ୍ରୁମାନଙ୍କ ସହିତ ଲଢ଼େଇ କରିବା ବେଳେ କାଡ଼ୱାସ୍ରାରେ ସହିଦ ହୋଇଯାଇଥିଲେ । ଆଉ ସେହି ଦିନଠାରୁ ଏମିତି ଭାଇର ପ୍ରତିମୂର୍ତ୍ତିରେ ଯାଇ ରାକ୍ଷୀ ବାନ୍ଧୁଛି ଭଉଣୀ ।
ସୋସିଆଲ ମିଡ଼ିଆରେ ଏହି ଫଟୋକୁ ସେୟାର କରିଥିବା ୟୁଜର୍ସ ଜଣକ ଲେଖିଛନ୍ତି ଯେ, 'ଭାଇ ଓ ଭଉଣୀଙ୍କ ସ୍ନେହ ଓ ଶ୍ରଦ୍ଧାର ପର୍ବ ହେଉଛି ରାକ୍ଷୀ। ପ୍ରତିବର୍ଷ ଏଇ ଦିନକୁ ଆମେ ସମସ୍ତେ ଅପେକ୍ଷା କରିଥାଆନ୍ତି । କିନ୍ତୁ ଏ ଭଉଣୀ ଜଣକ ପାଖରେ ରାକ୍ଷୀ ପରି ଦିନରେ ତାଙ୍କ ଭାଇ ନାହାନ୍ତି । ଏ କଷ୍ଟ ମୁଁ ବୁଝିପାରୁଛି। ହେଲେ କିଛି କରିପାରୁନି । କିନ୍ତୁ ଭଉଣୀ ଆପଣଙ୍କ ସ୍ନେହ ଓ ଶ୍ରଦ୍ଧାରେ ଦେଖିଲେ ଆମକୁ ବି ଇର୍ଷା ଲାଗୁଛି । ଆଉ ଭଗବାନଙ୍କ ପ୍ରାର୍ଥନା କରୁଛି, ସବୁ ଭାଇଙ୍କୁ ଆପଣଙ୍କ ପରି ଭଉଣୀଟିଏ ମିଳୁ'।
ସତରେ ଭାଇ ସିନା ଆଜି ଏ ଭଉଣୀ ଜଣକଙ୍କ ପାଖରେ ନାହାନ୍ତି । କିନ୍ତୁ ସିଏ ଯୋଉଠି ବି ଥିବେ ନିଶ୍ଚୟ ଆଜି ଏ ଦୃଶ୍ୟ ଦେଖି ଖୁସି ହେଉଥିବେ।