/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647516575.jpg)
Akhilesh Yadav's Carcade
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ପରେ ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ ସୀତାପୁର ଯାଉଥିଲେ। ଏହି ସମୟରେ ଏକ ଷଣ୍ଢ ତାଙ୍କ କାର ଆଗକୁ ଆସି ଯାଇଥିଲା। ଅଖିଳେଶ ଯାଦବ ଏହି ସମୟର ଭିଡିଓକୁ ଟ୍ୱିଟ କରି ଲେଖିଛନ୍ତି ୟୁପିରେ ଚଳାଚଳ କରିବା ବହୁତ କଷ୍ଟକର।
ପୂର୍ବତନ ମନ୍ତ୍ରୀ ନରେନ୍ଦ୍ର ବର୍ମାଙ୍କ ଭାଇ ସ୍ୱର୍ଗତ ମହେନ୍ଦ୍ର ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅଖିଳେଶ ଯାଦବ ସୀତାପୁରରେ ପହଞ୍ଚିଥିଲେ। ଅଖିଳେଶଙ୍କ ସହ ସପାର ଅନେକ ସମର୍ଥକ ସୀତାପୁର ଯାଇଥିଲେ। ଗାଡ଼ି ପଛକୁ ଗାଡ଼ି ଲାଗିଥିବା ବେଳେ ସୀତାପୁରର ମହମୁଦାବାଦ ବସଷ୍ଟାଣ୍ଡରେ ପହଞ୍ଚିବା ମାତ୍ରେ ଏକ ଷଣ୍ଡ ତାଙ୍କ କାର ଆଗକୁ ଆସିଯାଇଥିଲା। ଏହି ସମୟରେ ଭିଡିଓ ସେୟାର କରି ଅଖିଳେଶ ଲେଖିଛନ୍ତି ଯେ, ଯାତ୍ରା କରିବା ସମୟରେ ଷଣ୍ଢ ତ ମିଳିବେ। ଚାଲିପାରିବ ଯଦି ଚାଲ। ୟୁପିରେ ଯାତ୍ରା କରିବା ବହୁତ କଠିନ। ଚାଲିପାରିବ ଯଦି ଚାଲ।
ଅଖିଳେଶ ଷଣ୍ଢର ଭିଡିଓ ଟ୍ୱିଟ କରିବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ତେବେ ସୀତାପୁରରେ ଗଣମାଧ୍ୟମକୁ ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ଉପରେ ପ୍ରତିକ୍ରିୟା ରଖି ଅଖିଳେଶ କହିଥିଲେ ଯେ, ଯଦି ଏହି ସିନେମା ତିଆରି ହୋଇପାରିବ ତେବେ ଲଖିମପୁରରେ ଗାଡ଼ି ଚଢ଼ାଇ କରାଯାଇଥିବା ହତ୍ୟା ଉପରେ ଲଖିମପୁର ଫାଇଲ୍ସ କାହିଁକି ନିର୍ମାଣ ହୋଇପାରିବ ନାହିଁ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)