• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଦ୍ରୋପଦୀ ମୁର୍ମୁଙ୍କୁ ମିଳିଲା Z Plus Sequrity । ଏଣିକି ରାଷ୍ଟ୍ରପତି ନିର୍ବାଚନ ଜିତିବା ପର୍ଯ୍ୟନ୍ତ ଦ୍ରୌପଦୀ ଯେଉଁ ଆଡ଼େ ବି ଯିବେ ତାଙ୍କୁ Z Plus Sequrity ମିଳିବ । ତେବେ ଆସନ୍ତୁ ଜାଣିବା କେଉଁ ମାନଙ୍କୁ ମିଳେ Z Plus Sequrity, ଆଉ ଏହି ସୁରକ୍ଷା ମିଳିଲେ କେତେ ଜଣ ସୁରକ୍ଷାକର୍ମୀ ସୁରକ୍ଷାରେ ନିୟୋଜିତ ରୁହନ୍ତି ।

ଭାରତରେ ସାଧାରଣତଃ ଭାବରେ X, Y, Y-plus, Z ଏବଂ Z-plus ସୁରକ୍ଷା ନେତାଙ୍କୁ ମିଳେ । ଯଦି କୌଣସି ନେତା କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡେ, ତେବେ ସୁରକ୍ଷା ପାଇଁ ସିଏ ସରକାରଙ୍କ ନିକଟରେ ଆବେଦନ କରନ୍ତି । ପ୍ରଥମେ ଖବର କେତେ ସତ ସେ ସମ୍ପର୍କରେ ସରକାର ତଥ୍ୟ ସଂଗ୍ରହ କରନ୍ତି। ପରେ ସେଇ ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ।

ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ସମ୍ପୃକ୍ତ ବ୍ୟକ୍ତିଙ୍କ ସୁରକ୍ଷା କେଉଁ ପ୍ରକାର ରହିବ ସେନେଇ ନିର୍ଦ୍ଧାରଣ କରାଯାଏ । Z Plus Sequrityରେ ଯେଉଁ ବ୍ୟକ୍ତିମାନେ ରୁହନ୍ତି ସେମାନଙ୍କୁ ପୋଲିସ ସହ ସ୍ୱତନ୍ତ୍ର କମାଣ୍ଡରମାନେ ମଧ୍ୟ ସୁରକ୍ଷା ଦିଅନ୍ତି। ସାଧାରଣତଃ ଏନଏସଜି କମାଣ୍ଡୋ ମାନେ Z Plus Sequrity ଦିଅନ୍ତି। କିନ୍ତୁ ଏବେ ସିଆଇଏସ୍‌ଏଫ୍‌ ଯବାନମାନେ ମଧ୍ୟ Z Plus Sequrityରେ ନିୟୋଜିତ ହେଲେଣି।

 

Z Plus Sequrity ପାଉଥିବା ବ୍ୟକ୍ତିଙ୍କ ସହ ୩୬ ରୁ ଅଧିକ କମାଣ୍ଡୋ ଦିନ ରାତି ରହୁଥିବା ବେଳେ ୧୦ଜଣ ଏନଏସଜି କମାଣ୍ଡୋ ସୁରକ୍ଷାରେ ନିୟୋଜିତ ଥାଆନ୍ତି । କୁହାଯାଏ Z Plus Sequrity ମିଳୁଥିବା ବ୍ୟକ୍ତି ପାଖରେ ବିନା ଅନୁମତିରେ ପହଞ୍ଚିବା କଷ୍ଟକର । ତେବେ ସୁରକ୍ଷା ବଳୟରେ ସର୍ବୋଚ୍ଚ ସ୍ତର ହେଉଛି ଏସପିଜି (ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍), ଯାହା ବର୍ତ୍ତମାନ କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରକୁ ମିଳିଥାଏ । ସେହିପରି X, Y, Y-Plus, Z ଏବଂ Z-Plus ଭଳି ସର୍ବୋଚ୍ଚ ସ୍ତରର ସୁରକ୍ଷା ମଧ୍ୟ ଦେଶର ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ଦିଆଯାଇଥାଏ ।