SP Supremo Mulayam Singh Yadav No more
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ସାଢ଼େ ୮ଟାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ୨୨ରେ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଏହାପରେ ଅକ୍ଟୋବର ୧ରେ ତାଙ୍କୁ ICUକୁ ସ୍ଥାନାନ୍ତରିତ କରାଯାଇଥିଲା।
ବରିଷ୍ଠ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା। ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଥିଲା। ମୁଲାୟମଙ୍କର ମୂତ୍ର ସଂକ୍ରମଣ ଜନିତ ସମସ୍ୟା ଥିଲା। ତେବେ ଅଚାନକ ତାଙ୍କର ଅମ୍ଲଜାନ ସ୍ତର ଓ ରକ୍ତଚାପ ହ୍ରାସ ପାଇବାରୁ ଅବସ୍ଥା ଗୁରୁତର ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ମୁଲାୟମ ସିଂ ଯାଦବ ୩ ଥର ୟୁପି ମୁଖ୍ୟମନ୍ତ୍ରୀ ଥିବାବେଳେ ଓ ୭ ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।
ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇରେ ମୁଲାୟମଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ହୋଇଥଥିଲା। ଫୁସ୍ଫୁସ୍ ଜନିତ ସଂକ୍ରମଣ ପାଇଁ ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ସେ ଚିକିତ୍ସାଧୀନ ଥିଲେ। ସାଧନା ହେଉଛନ୍ତି ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ। ୨୦୦୩ ମସିହାରେ ମୁଲାୟମ ପ୍ରଥମ ପତ୍ନୀ ମାଳତି ଦେବୀଙ୍କ ପରଲୋକ ହୋଇଥିଲା। ଅଖିଳେଶ ଯାଦବଙ୍କ ମା’ ହେଉଛନ୍ତି ମାଳତି ଦେବୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665376574.jpg)