• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଥର ୟୁପି ନିର୍ବାଚନରେ ଦେଖିବାକୁ ମିଳୁଛି ଜଣେ ସୁନ୍ଦରୀ ପ୍ରାର୍ଥୀଙ୍କ କ୍ରେଜ୍ । ତାହା ପୁଣି ଏକ ହିନ୍ଦୁ ବହୁଳ ନିର୍ବାଚନମଣ୍ଡଳୀରୁ । ଯେଉଁଠି ସାମାଜବାଦୀ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଛନ୍ତି ଇକ୍ରା ହାସନ । ଇକ୍ରାଙ୍କୁ ଲୋକସଭା ଟିକେଟ୍‌ ଦେଇଛି ସମାଜବାଦୀ ପାର୍ଟି । ଉତ୍ତରପ୍ରଦେଶର କେରାନାରୁ ଲଢ଼ିବେ ସମାଜବାଦୀ ପାର୍ଟିର ଏହି ମହିଳା ପ୍ରାର୍ଥୀ । ଯାହାକୁ ନେଇ ଉତ୍ତରପ୍ରଦେଶରେ ବେଶ ଚର୍ଚ୍ଚା ହେଉଛି ।

ଇକ୍ରା ହାସନ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର ଜଣେ ଯୁବତୀ । ତାଙ୍କର ବୟସ ମାତ୍ର ୨୮ ବର୍ଷ । ହେଲେ ଉତ୍ତରପ୍ରଦେଶର କେରାନା ଆସନ ହିନ୍ଦୁ ପ୍ରାଧାନ୍ୟ ହୋଇଥିବାବେଳେ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ସମର୍ଥ ହେବେ କି ଇକ୍ରା ? ଏନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଲାଣି ।

ଲଣ୍ଡନରେ ପାଠ ପଢ଼ିଛନ୍ତି ଇକ୍ରା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସେ ଏଲଏଲବି ମଧ୍ୟ କରିଛନ୍ତି । ଏହା ବ୍ୟତୀତ ରହିଛି ଆହୁରି ତାଙ୍କର ଶିକ୍ଷାଗତ ଯୋଗ୍ୟତା । ଖାଲି ସେତିକି ନୁହେଁ, ରାଜନୀତି ପରିବାରରୁ ମଧ୍ୟ ଆସିଛନ୍ତି ଇକ୍ରା ହାସନ । ତାଙ୍କ ପରିବାରରୁ ତାଙ୍କ ଜେଜେବାପା, ବାପା ଏବଂ ମା’ ପୂର୍ବରୁ ସାଂସଦ ହୋଇଛନ୍ତି । ବଡ଼ ଭାଇ ନାହିଦ ହାସନ ଲଗାତର ୩ୟ ଥର ପାଇଁ ବିଧାୟକ ହୋଇଛନ୍ତି । ହେଲେ ବର୍ତ୍ତମାନ ଦେଶରେ ମୋଦି ଲହର ଚାଲିଥିବା ବେଳେ ଉତ୍ତର ପ୍ରଦେଶର କେରାନରୁ ଇକ୍ରା ହାସନଙ୍କୁ ପ୍ରାର୍ଥୀ କରିଛି ସମାଜବାଦୀ ପାର୍ଟି । ଯାହାକୁ ନେଇ ଏବେ ଚର୍ଚ୍ଚା ବେଶ ବଢ଼ିଛି ।

ଇକ୍ରା ହାସନଙ୍କୁ ସମାଜବାଦୀ ପାର୍ଟି ପ୍ରାର୍ଥୀ କରିବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅନେକ ପ୍ରସଙ୍ଗକୁ ନେଇ ସେ ମୁହଁ ଖୋଲିଥିବାବେଳେ ବିଜୟ ପରେ ମହିଳାମାନଙ୍କ ପାଇଁ ବିଶେଷଭାବେ କାମ କରିବାକୁ ଚାହୁଁଥିବା ସେ କହିଛନ୍ତି ।