Advertisment

ଲାଇଭ୍‌-ଷ୍ଟ୍ରିମିଂ ବେଳେ ରାସ୍ତା ଉପରେ ମହିଳା ୟୁଟ୍ୟୁବରଙ୍କୁ ଟଣାଓଟରା, କିସ୍‌ ପାଇଁ ଉଦ୍ୟମ ବେଳେ...

ଲାଇଭ୍‌-ଷ୍ଟ୍ରିମିଂ ବେଳେ ରାସ୍ତା ଉପରେ ମହିଳା ୟୁଟ୍ୟୁବରଙ୍କୁ ଟଣା ଓଟରା। ଏପରିକି କିସ୍‌ କରିବାକୁ ମଧ୍ୟ ଉଦ୍ୟମ। ଏତିକିରେ ବି ଯୁବକଙ୍କ ଉତ୍ପାତ ଥମି ନଥିଲା ଯେ, ମହିଳାଙ୍କ ପିଛା କରିବା ସହ ତାଙ୍କୁ ଲିଫ୍ଟର ଅଫର ମଧ୍ୟ ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
South Korean YouTuber Harassed

South Korean YouTuber Harassed In Mumbai

ଲାଇଭ୍‌-ଷ୍ଟ୍ରିମିଂ ବେଳେ ରାସ୍ତା ଉପରେ ମହିଳା ୟୁଟ୍ୟୁବରଙ୍କୁ ଟଣା ଓଟରା। ଏପରିକି କିସ୍‌ କରିବାକୁ ମଧ୍ୟ ଉଦ୍ୟମ। ଏତିକିରେ ବି ଯୁବକଙ୍କ ଉତ୍ପାତ ଥମି ନଥିଲା ଯେ, ମହିଳାଙ୍କ ପିଛା କରିବା ସହ ତାଙ୍କୁ ଲିଫ୍ଟର ଅଫର ମଧ୍ୟ ଦେଇଥିଲେ। ହେଲେ ସେ ମନା କରିଦେଇଥିଲେ। ଗତକାଲି ରାତିରେ ମୁମ୍ବାଇରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓଟି ଅନ୍‌ଲାଇନ୍‌ରେ ଶେଆର ହୋଇଛି।

Advertisment

ଦକ୍ଷିଣ କୋରିଆର ଜଣେ ମହିଳା ୟୁଟ୍ୟୁବର ଲାଇଭ୍‌ ଷ୍ଟ୍ରିମିଂ କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ହଇରାଣ କରିବା ସହ ରାସ୍ତା ଉପରେ ତାଙ୍କ ହାତ ଧରି ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ମହିଳା ଜଣକ ଚିତ୍କାର କରିବା ସହ ‘ନା, ନା’ ବୋଲି କହିଥିଲେ। ତଥାପି ଯୁବକ ଜଣକ ତାଙ୍କୁ ହଇରାଣ କରିବାକୁ ପଛାଇ ନଥିଲେ। ଏହି ଘଟଣାରେ ପୋଲିସ୍‌ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ଅଭିଯୁକ୍ତ ହେଲେ-ମୋବିନ୍‌ ଚାନ୍ଦ ଶେଖ(୧୯) ଓ ନାକିବ୍‌ ସାଦାରିଆଲମ୍ ଅନ୍ସାରୀ(୨୦)।

ଭିଡିଓରେ ଦେଖିବାକୁ ମିଳିଛି, ଯୁବକ ଜଣକ ସମ୍ପୃକ୍ତ ମହିଳାଙ୍କ ନିକଟତର ହେବା ସହ କିସ୍‌ ପାଇଁ ପ୍ରୟାସ କରୁଛନ୍ତି। ହେଲେ ମହିଳା ଜଣକ ଏହାର ପ୍ରତିବାଦ କରିଥିଲେ। ମହିଳାଙ୍କ ବାରଣ ସତ୍ତ୍ୱେ ମଧ୍ୟ ଯୁବକ ଜଣକ ତାଙ୍କୁ ହଇରାଣ କରିଥିଲେ। ଯେତେବେଳେ ଏହି ମହିଳା ୟୁଟ୍ୟୁବର ଘଟଣାସ୍ଥଳରୁ ପଳାଇ ଆସିଥିଲେ, ଏତିକିରେ ବି ଉକ୍ତ ଯୁବକଙ୍କ ଉତ୍ପାତ ଥମି ନଥିଲା। ସ୍କୁଟିରେ ଆଉ ଜଣେ ବ୍ୟକ୍ତିଙ୍କୁ ପଛରେ ବସାଇ ଯୁବତୀଙ୍କ ପାଖକୁ ପୁଣି ଆସିଥିଲେ ଓ ଲିଫ୍ଟ ଅଫର୍‌ ଦେଇଥିଲେ ଯୁବକ ଜଣକ। ହେଲେ ମହିଳା ଜଣକ ମନା କରିବା ସହ ପାଖରେ ତାଙ୍କ ଘର ବୋଲି କହିଥିଲେ।

Advertisment

ଘଟଣାକୁ ନେଇ ମହିଳା ୟୁଟ୍ୟୁବର ଟ୍ୱିଟ୍‌ କରି କହିଛନ୍ତି, ଗତ ରାତିରେ ଷ୍ଟ୍ରିମିଂ ବେଳେ ଜଣେ ଯୁବକ ମୋତେ ହଇରାଣ କରିଥିଲେ। ମୁଁ ପରିସ୍ଥିତିରୁ ଖସି ଆସିବା ପାଇଁ ଚାହୁଁ ନଥିଲି। କାରଣ ମୁଁ ତାଙ୍କୁ ପାନେ ଦେବା ପାଇଁ ଚାହୁଁ ଥିଲି। ହେଲେ ସେ ତାଙ୍କ ସାଙ୍ଗଙ୍କ ସହ ଥିଲେ।’ ଭିଡିଓକୁ ନେଇ ପୋଲିସ୍‌ ଯୌନ ନିର୍ଯାତନା ମାମଲା ରୁଜୁ କରିଛି। ଏହାସହ ଅଭିଯୁକ୍ତ ଦ୍ୱୟଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି। 

Advertisment
Advertisment