Advertisment

କାର୍‌ ଦୁର୍ଘଟଣାରେ ଚାଲିଗଲା ସୋସିଆଲ୍‌ ମିଡିଆ ହିରୋଙ୍କ ଜୀବନ

କାର୍‌ ଦୁର୍ଘଟଣାରେ ୨୫ ବର୍ଷୀୟ ସୋସିଆଲ୍‌ ମିଡିଆ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଥିବା ରୋହିତଙ୍କ କାର୍‌ ବୁଲାଣି ନିକଟରେ ଗାଡ଼ି ବୁଲାଇ ନପାରିବାରୁ ଗଛରେ ଯାଇ ପିଟି ହୋଇଥିଲା।

ଅଦ୍ୟତନ ହୋଇଛି
Social Media Influencer Rohit Bhati

Social Media Influencer Rohit Bhati Dies In Car Accident

Advertisment

କାର୍‌ ଦୁର୍ଘଟଣାରେ ୨୫ ବର୍ଷୀୟ ସୋସିଆଲ୍‌ ମିଡିଆ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଛି। ମୃତ ସେଲିବ୍ରେଟିଙ୍କ ନାଁ ରୋହିତ ଭଟି(Rohit Bhati)। ଦୁର୍ଘଟଣାରେ ତାଙ୍କର ଅନ୍ୟ ୨ ଜଣ ସାଙ୍ଗ ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଗାଡ଼ି ଚଲାଇ ଆସୁଥିବା ବେଳେ ସୋମବାର ଗ୍ରେଟର ନୋଏଡାରେ ଏକ ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ରୋହିତଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ୨ ସାଙ୍ଗଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସା ଗ୍ରେଟର ନୋଏଡାରେ ଚାଲିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଦିଲ୍ଲୀରେ ଚାଲିଛି।

Advertisment

ପୋଲିସ୍‌ ସୂଚନା ଅନୁସାରେ, ସୋସିଆଲ୍‌ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର(Social Media In

Social Media Influencer Rohit Bhati Dies(Social Media Influencer Rohit Bhati Dies)

fluencer) ଭାବେ ଜଣାଶୁଣା ରୋହିତ ତାଙ୍କର ୨ ସାଙ୍ଗ ମନୋଜ ଓ ଅତିଶଙ୍କ ସହ ପାର୍ଟି ସାରି କାର୍‌ରେ ଘରକୁ ଫେରୁଥିଲେ। ସୋମାବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଚୁହାଦପୁର ଅପଣ୍ଡରପାସ୍‌ ନିକଟରେ ଦ୍ରୁତ ଗତିରେ ଥିବା ରୋହିତଙ୍କ କାର୍‌ ବୁଲାଣି ନିକଟରେ ଗାଡ଼ି ବୁଲାଇ ନପାରିବାରୁ ଗଛରେ ଯାଇ ପିଟି ହୋଇଥିଲା। ଫଳରେ ଦୁର୍ଘଟଣାରେ ରୋହିତଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଅନ୍ୟ ୨ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି। 

ରୋହିତଙ୍କ ଘର ବୁଲନ୍ଦସହରରେ ହୋଇଥିବା ବେଳେ ସେ ଗ୍ରେଟର ନୋଏଡାରେ ଚି ସେକ୍ଟରରେ ରହୁଥିଲେ। ରାଉଡି ଭଟି ନାଁରେ ଜଣାଶୁଣା ରୋହିତଙ୍କ ସୋସିଆଲ୍‌ ମିଡିଆରେ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ଓ ଇନଷ୍ଟାଗ୍ରାମରେ ହଜାର ହଜାର ଫଲୋର୍ସ ଅଛନ୍ତି। ସୋସିଆଲ୍‌ ମିଡିଆ ପ୍ଲାଟ୍‌‍ଫର୍ମରେ ଅନେକ ଭିଡିଓ ପୋଷ୍ଟ କରି ରୋହିତ ଫ୍ୟାନ୍ସଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

Advertisment

ରୋହିତ ଭଟିଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଫ୍ୟାନ୍ସ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଫ୍ୟାନ୍ସ ତାଙ୍କର ରିଲ୍ସ ଓ ଭିଡିଓ ଶେଆର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

Accident Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ