Advertisment

ମଧ୍ୟାହ୍ନ ଭୋଜନରେ ବାହାରିଲା ସାପ, ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ କେତେବେଳେ ପୋକ ବାହାରିଲାଣି ତ ଆଉ କେତେବେଳେ ଝିଟିପିଟି। ହେଲେ ଏବେ ପୋକ କି଼ ଝିଟିପିଟି ନୁହେଁ ବରଂ ସାପ ବାହାରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Snake Found In Mid-Day Meal In West Bengal

Snake Found In Mid-Day Meal In West Bengal

Advertisment

ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ କେତେବେଳେ ପୋକ ବାହାରିଲାଣି ତ ଆଉ କେତେବେଳେ ଝିଟିପିଟି। ପୂର୍ବରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ହେଲେ ଏବେ ପୋକ କି଼ ଝିଟିପିଟି ନୁହେଁ ବରଂ ସାପ ବାହାରିଥିବା ଅଭିଯୋଗ ହୋଇଛି। ଯାହାକୁ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଫଳରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ସୋମବାର ଦିନ ମୟୂରେଶ୍ୱର ବ୍ଲକ୍‌ ଅନ୍ତର୍ଗତ ଏକ ପ୍ରାଇମେରୀ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ହେଲେ ଏହି ସମୟର ଖାଦ୍ୟରେ ସାପ ବାହାରିଥିବା ଅଭିଯୋଗ ହୋଇଥିଲା। ଭୋଜନ ପ୍ରସ୍ତୁତ କରିଥିବା ଜଣେ ସ୍କୁଲ୍‌ ଷ୍ଟାଫ ମଧ୍ୟ ଦାବି କରିଛନ୍ତି ଯେ, ଡାଲି ଭର୍ତ୍ତି ଥିବା ଏକ ପାତ୍ରରୁ ସାପ ବାହାରିଥିଲା। ଏହାକୁ ଖାଇବା ପରେ ଛାତ୍ରଛାତ୍ରୀମାନେ ବାନ୍ତି କରିଥିଲେ। ଏହାପରେ ତୁରନ୍ତ ସେମାନଙ୍କୁ ରାମପୁରହତ୍‌ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

Advertisment

ଏନେଇ ବିଡିଓ କହିଛନ୍ତି, ମଧ୍ୟାହ୍ନ ଭୋଜନ ଖାଇବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଅସୁସ୍ଥ ହେବାନେଇ ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ପ୍ରାଇମେରୀ ସ୍କୁଲ୍‌ର ଜିଲ୍ଲା ଇନ୍ସପେକ୍ଟରଙ୍କୁ ସୂଚନା ଦିଆଯାଇଛି। ତେବେ ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି। ସେପଟେ ଘଟଣାକୁ ନେଇ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କୁ ଘେରଉ କରିବା ସହ ତାଙ୍କ ୨ ଚକିଆ ଯାନକୁ ଭାଙ୍ଗି ଦେଇଥିଲେ। ପୋଲିସ୍‌ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାଥାଉ କି, ଆଗକୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ତେଣୁ ଭୋଟରଙ୍କୁ ଆତ୍କୃଷ୍ଟ କରିବା ଲାଗି ମମତା ସରକାର ମିଡ୍‌ ଡେ’ ମିଲ୍‌ କାର୍ଡ ଖେଳିଛନ୍ତି। ଏଣିକି ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଯାଉଥିବା ମିଡ୍‌ ଡେ’ ମିଲ୍‌ ଆଇଟମ୍‌ ତାଲିକାରେ ଚିକେନ୍‌ ଓ ଫଳ ସ୍ଥାନ ପାଇବ ବୋଲି ସେ ଘୋଷଣା କରିଛନ୍ତି। ହେଲେ ତା’ପୂର୍ବରୁ ମଧ୍ୟାହ୍ନ ଭୋଜନରେ ସାପ ବାହାରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। 

Advertisment
Mid-day Meal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ