• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ତ୍ରୀକୁ କାମୁଡ଼ିଦେଲା ବିଷକ୍ଷର ସର୍ପ । ବୋତଲ ଭିତରେ ସାପକୁ ଭର୍ତ୍ତି କରି ଡାକ୍ତରଖାନାରେ ପହଞ୍ଚିଗଲେ ଯୁବକ । ଉତ୍ତରପ୍ରଦେଶ ଉନ୍ନାଉରେ ଜଣେ ବ୍ୟକ୍ତି ବୋତଲରେ ସାପ ଧରି ଡାକ୍ତରଖାନାରେ ପହଞ୍ଚିଥିବା ବୋଲି ଭୟଭୀତ ହୋଇପଡ଼ିଥିଲେ ଲୋକେ । ଡାକ୍ତରମାନେ ମଧ୍ୟ ସାପକୁ ଦେଖ ଆତଙ୍କିତ ହୋଇପଡ଼ିଥିଲେ । ସାଥୀରେ ତାଙ୍କ ପତ୍ନୀ ମଧ୍ୟ ସହିତ ଉପସ୍ଥିତ ଥିଲେ ।

ଘଟଣାଦିନ ସକାଳୁ ସକାଳୁ ସଂପୃକ୍ତ ମହିଳାଙ୍କୁ ସାପ କାମୁଡ଼ି ଦେଇଥିଲା । ତେବେ ସାପ କାମୁଡ଼ା ସ୍ଥାନରେ ଯନ୍ତ୍ରଣା ହେବା ଫଳରେ ସେ କାନ୍ଦିବାକୁ ଲାଗିଥିଲେ ଓ ସ୍ୱାମୀଙ୍କୁ ଡାକିଥିଲେ । ତେବେ ମହିଳାଙ୍କ କାନ୍ଦଣା ଶୁଣି ଦଉଡ଼ି ଆସିଥିଲେ ତାଙ୍କ ସ୍ୱାମୀ ଓ ସାପକୁ ଧରି ନେଇଥିଲେ । ଆଉ କାଳବିଳମ୍ବ ନକରି ସାପକୁ ବୋତଲ ଭିତରେ ଭର୍ତ୍ତି କରିଦେଇଥିଲେ ।

ଆଉ ତା’ପରେ ସ୍ତ୍ରୀକୁ ତୁରନ୍ତ ହସ୍ପିଟାଲ ନେଇ ପହଞ୍ଚିଥିଲେ, ଆଉ ହାତରେ ଥିଲା ସାପ ଥିବା ପ୍ଲାଷ୍ଟିକ୍‌ ବୋତଲ । ତେବେ ତାଙ୍କୁ ପଚାରିବା ପରେ ସେ କହିଥିଲେ, ସେ ପୂର୍ବରୁ ଏପରି ମାମଲାରେ ଅନେକ ଥର ଡାକ୍ତରଖାନା ଆସିଛନ୍ତି । ହେଲେ ପ୍ରଥମେ ଡାକ୍ତର ରୋଗୀକୁ ପଚାରନ୍ତି, କେଉଁ ସାପ କାମୁଡ଼ିଛି । ଏପରିସ୍ଥଳେ ଠିକ୍‌ ଉତ୍ତର ଦେଇନପାରିଲେ ଅନେକ ସମୟରେ ଲୋକଙ୍କ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି ।

ତେଣୁ ସେ ସାଥୀରେ ସାପକୁ ନେଇ ଆସିଥିବା କହିଛନ୍ତି । ସାପକୁ ଦେଖିବା ଫଳରେ ଡାକ୍ତର ତୁରନ୍ତ କେଉଁ ଇଞ୍ଜେକ୍ସନ୍‌ ଦେବା ଠିକ୍‌ ହେବ ଜାଣିପାରିବେ ।

ପୂରା ମାମଲାଟି କ’ଣ ?

ଫଜାଲ ନଗରର ବାସିନ୍ଦା ରାମେନ୍ଦ୍ର ଯାଦବ କହିଛନ୍ତି, ମୋ ସ୍ତ୍ରୀକୁ ସକାଳ ୮.୩୦ ରେ ସାପ କାମୁଡ଼ି ଦେଇଥିଲା । କାମୁଡ଼ିବା ପରେ ସାପକୁ ମୁଁ ଧରି ନେଇଥିଲି । ତେବେ ସାପଟି ଏବେ ଜୀବିତ ଅଛି । ଆମେ ଡାକ୍ତରଙ୍କୁ ସାପ ଦେଖାଇ ସ୍ତ୍ରୀର ଚିକିତ୍ସା ପାଇଁ କହିଲୁ । ଫେରିବା ସମୟରେ ମୁଁ ସାପକୁ ଜଙ୍ଗଲରେ ଛାଡିଦେବି । ମୋ ପତ୍ନୀଙ୍କର ଏବେ ଚିକିତ୍ସା ଚାଲିଛି |

ଏହି ପରିପ୍ରେକ୍ଷୀରେ ସିଏମ୍ଏସ୍ କହି ପକ୍ଷରୁ କୁହାଯାଉଛି, ମହିଳାଙ୍କ ସ୍ୱାମୀ ସାପ ଆଣିବା ଦ୍ୱାରା ଡାକ୍ତରଙ୍କୁ ଚିକିତ୍ସା କରିବା ସହଜ ହୋଇଛି । କାରଣ ସାପଟି ବିଷାକ୍ତ କି ନୁହେଁ ଜଣାପଡ଼ିଥିଲା । ବର୍ତ୍ତମାନ ମହିଳାଙ୍କ ଅବସ୍ଥା ଭଲ ଅଛି ।