Advertisment

ପାର୍ଲାମେଣ୍ଟ ସୁରକ୍ଷାରେ ବଡ଼ ତ୍ରୁଟି, ଲୋକସଭାରେ ଆତଙ୍କ ଖେଳାଇ କଲର ସ୍ମୋକ୍ ସ୍ପ୍ରେ କଲେ ଦୁଇ ଯୁବକ

ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସୁରକ୍ଷାରେ ପୁଣି ବଡ଼ ଗଡ଼ବଡ଼ି। କଡ଼ା ସୁରକ୍ଷା ବଳୟକୁ ବେଖାତିର୍। ସଂସଦ ଭିତରେ ପଶି ଦୁଇ ଯୁବକଙ୍କ ଆତଙ୍କରାଜ୍। ଲୋକସଭାର ଶୂନ୍ୟକାଳ ଚାଲିଥିଲା, ହଠାତ୍ ଦର୍ଶକ ଗ୍ୟାଲେରୀରୁ ଝପଟି ଆସିଥିଲେ ଦୁଇ ଅଜ୍ଞାତ ଯୁବକ।

undefined

Attack On Parliament

Advertisment

ପୁଣି ସେଇ ଶୀତ ଅଧିବେଶନ। ପୁଣି ସଂସଦ ଭବନ ସୁରକ୍ଷାରେ ବଡ଼ ତ୍ରୁଟି। ଆଜି ଲୋକସଭା ଭିତରେ ପଶି ଦୁଇ ଯୁବକ ଖେଳାଇଥିଲେ ଆତଙ୍କ । ସ୍ମୋକ୍ ସ୍ପ୍ରେ କରି ସୃଷ୍ଟି କରିଥିଲେ ଭୟର ବାତାବରଣ। ସେମାନଙ୍କ ସହ ବାହାରେ ହଙ୍ଗାମା କରୁଥିବା ଦୁଇଜଣଙ୍କୁ କାବୁ କରି ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସ୍। ଆତଙ୍କ ସୃଷ୍ଟିକାରୀ ଯୁବକ ଦ୍ୱୟ ସାଂସଦ ଭିଜିଟର୍ସ ପାସରେ ଆସିଥିବାରୁ ଆଜିଠୁ ଏଭଳି ପାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବ୍ୟାନ୍ କରିଛନ୍ତି ବାଚସ୍ପତି।

Advertisment

ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସୁରକ୍ଷାରେ ପୁଣି ବଡ଼ ଗଡ଼ବଡ଼ି। କଡ଼ା ସୁରକ୍ଷା ବଳୟକୁ ବେଖାତିର୍। ସଂସଦ ଭିତରେ ପଶି ଦୁଇ ଯୁବକଙ୍କ ଆତଙ୍କରାଜ୍। ଲୋକସଭାର ଶୂନ୍ୟକାଳ ଚାଲିଥିଲା, ହଠାତ୍ ଦର୍ଶକ ଗ୍ୟାଲେରୀରୁ ଝପଟି ଆସିଥିଲେ ଦୁଇ ଅଜ୍ଞାତ ଯୁବକ। ସାଂସଦମାନେ ବସୁଥିବା ବେଞ୍ଚରୁ ବେଞ୍ଚ ଉପରେ ମାଙ୍କଡ଼ ଭଳି ଡେଇଁ ଆତଙ୍କ ଖେଳାଇଥିଲେ। କାବୁ କରିବାକୁ ସୁରକ୍ଷାକର୍ମୀ ଓ ସାସଂଦ ସେମାନଙ୍କୁ ଗୋଡେଇ ଥିଲେ। ହେଲେ ସହଜେ ଧରା ଦେଇନଥିଲେ । ଜଣେ ଯୁବକ ହଠାତ୍ ନିଜ ଜୋତା ଭିତରୁ ଏକ ହଳଦିଆ ରଙ୍ଗର ସ୍ମୋକ୍ ଟ୍ୟୁବ୍ ବାହାର କରି ସ୍ପ୍ରେ କରିଥିଲା। ଘଟଣା ଭୟର ବାତାବରଣ ସୃଷ୍ଟି କରିଥିଲା। ଏହାପରେ ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା।

ଏଣେ ସଂସଦ ବାହାରେ ବି ଭାରତମାତା ଓ ଜୟ ଭୀମ ନାରା ଦେଉଥିବା ଜଣେ ମହିଳାଙ୍କ ସହ ଅନ୍ୟ ଜଣେ ଯୁବକକୁ କାବୁ କରିଥିଲେ ସୁରକ୍ଷାକର୍ମୀ। ପରେ ସମସ୍ତ ୪ ଜଣଙ୍କୁ ପ୍ରଥମେ ସଂସଦ ମାର୍ଗ ପୋଲିସ ଷ୍ଟେସନ ନିଆଯାଇଥିଲା, ସେଠି ଦିଲ୍ଲୀ ପୋଲିସର ଆଣ୍ଟି ଟେରର ୟୁନିଟ୍ ସମସ୍ତଙ୍କୁ ଘାଣ୍ଟୁଛି। ଏଠି ପ୍ରଶ୍ନ ଲୋକସଭା ଭିତରେ ଆତଙ୍କ ସୃଷ୍ଟିକାରୀ ଯୁବକ ଦ୍ୱୟ କିଏ ? କେମିତି ସେମାନେ ସଂସଦ ଭିତରକୁ ଆସିଲେ ? କ’ଣ ସେମାନଙ୍କ ଉଦ୍ଦେଶ୍ୟ ଥିଲା ? ତଥ୍ୟ ଅନୁସାରେ ଗୃହ ଭିତରେ ହଙ୍ଗାମାକାରୀ ଯୁବକ କର୍ଣ୍ଣାଟକ ମହୀଶୂରର । ଜଣକ ନାଁ ସାଗର ଶର୍ମା ଓ ଅନ୍ୟ ଜଣେ ମନୋରଞ୍ଜନ ଡି.। ଉଭୟେ ଇଞ୍ଜିନିୟର । ମହୀଶୂର ସାଂସଦ ପ୍ରତାପ ସିମହାଙ୍କ ନାଁରେ ଇସ୍ୟୁ ଲୋକସଭା ଭିଜିଟର୍ସ ପାସ୍ ପାଇ ସଂସଦକୁ ଆସିଥିଲେ। ତେଣେ ସଂସଦ ବାହାରେ କାବୁ ମହିଳା ହରିୟାଣା ହିସାରର ୪୨ ବୟସ୍କା ନୀଲମ ବୋଲି ଜଣା ପଡ଼ିଥିବାବେଳେ ଅନ୍ୟଜଣେ ଯୁବକର ନାଁ ଅନସୋଲ୍ ସିନ୍ଦେ ଓ ତା ଘର ମହାରାଷ୍ଟ୍ର ଲାଟୁରରେ । ସୋସିଆଲ୍ ମିଡିଆ ଜରିଆରେ ଏମାନେ ବନ୍ଧୁ ହୋଇଥିଲେ। ନିର୍ଦ୍ଦିଷ୍ଟ କୌଣସି ଦାବି ନେଇ ଏଭଳି ଆଚରଣ ପ୍ରଦର୍ଶନ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ହେଲେ କୌଣସି ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ଅଛି କି ନାହଁ ? ତା’ର ଖୋଳତାଡ଼ ଦିଲ୍ଲୀ ଏଟିଏସକୁ ଦିଆଯାଇଛି।

Advertisment

ଅପରାହ୍ନ ୨ଟାରେ ପୁଣି ଲୋକସଭା ଆରମ୍ଭ ହେବା କ୍ଷଣି ସଂସଦ ସରୁକ୍ଷା ତ୍ରୁଟିକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ଅପରାହ୍ନ ୩ଟାରେ ବାଚସ୍ପତି ସାଂସଦଙ୍କ ଦ୍ୱାରା ପ୍ରଦତ୍ତ ଭିଜିଟର୍ସ ପାସକୁ ବ୍ୟାନ ଘୋଷଣା କରିଥିଲେ। ଏହାପରେ ସବୁ ରାଜନୈତିକ ଦଳର ନେତାଙ୍କ ସହ ବୈଠକ କରି ସଂସଦର ସୁରକ୍ଷା ନେଇ ଆଶ୍ୱାସନା ଦେଇଥିଲେ ଓ ଘଟଣାର ତଦନ୍ତ ଦାୟିତ୍ୱ ଦିଲ୍ଲୀ ପୋଲିସକୁ ଦିଆଯାଇଥିଲା ସୂଚନା ଦେଇଥିଲେ।

India Parliament 2001 Parliament Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ