Advertisment

ଆତଙ୍କୀଙ୍କ ଟାର୍ଗେଟ୍‌ରେ ଥିଲା ପାର୍ବଣ !

ଏକାଧିକ ଟାର୍ଗେଟେଡ୍ କିଲିଂ ଏବଂ ସିରିଜ୍ IED ବ୍ଲାଷ୍ଟ୍ କରିବା ଯୋଜନାରେ ଥିଲେ। ବିଶେଷ କରି ନବରାତ୍ର ଓ ରାମଲୀଳା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରିଥାନ୍ତେ। ଅଧିକ ତଦନ୍ତ ପାଇଁ ୬ଜଣଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍।

ଅଦ୍ୟତନ ହୋଇଛି
Terrorism

Terrorism

Advertisment

ଲକ୍ଷ୍ନୌ: ବିଭିନ୍ନ ରାଜ୍ୟରୁ ୬ ଆତଙ୍କୀ ଧରାପଡ଼ିବା ଘଟଣାରେ ସାମ୍ନାକୁ ଆସିଲା ସେମାନଙ୍କର ଭୟଙ୍କର ଟେରର୍ ପ୍ଲାନ୍। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ବଣ ବେଳେ ବଡ଼ ଧମାକା କରିବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିସାରିଥିଲେ ଏହି ଆତଙ୍କୀମାନେ। କୁହାଯାଉଛି ଯେ, ସେମାନେ ଏକାଧିକ ଟାର୍ଗେଟେଡ୍ କିଲିଂ ଏବଂ ସିରିଜ୍ IED ବ୍ଲାଷ୍ଟ୍ କରିବା ଯୋଜନାରେ ଥିଲେ। ବିଶେଷ କରି ନବରାତ୍ର ଓ ରାମଲୀଳା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରିଥାନ୍ତେ। ଅଧିକ ତଦନ୍ତ ପାଇଁ ୬ଜଣଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍।

Advertisment

୬ ଆତଙ୍କୀ ମହମ୍ମଦ ଶେଖ୍ ଓରଫ୍ ସମୀର କାଲିୟା, ଓସାମା ଓରଫ୍ ସାମି, ମୁଲଚାନ୍ଦ ଓରଫ୍ ସାଜୁ ଓରଫ୍ ଲାଲା, ମହମ୍ମଦ ଅବୁ ବକର, ଜିସାନ କମାର ଓ ଆମିର ଜାଭେଦକୁ କଡ଼ା ସୁରକ୍ଷା ଭିତରେ ଆଜି କୋର୍ଟରେ ହାଜର କରାଯାଇଥିଲା। କୁହାଯାଉଛି ଯେ, ଓସାମା ଓ ଜିସାନ ପାକିସ୍ତାନରୁ ଟ୍ରେନିଂ ନେଇଛନ୍ତି।

ସେମାନେ ୟୁପି, ମହାରାଷ୍ଟ୍ର ଓ ଦିଲ୍ଲୀରୁ ଗିରଫ ହୋଇଥିବା ବେଳେ, ସେମାନଙ୍କ ଠାରୁ ବିସ୍ଫୋରକ, ବନ୍ଧୁକ ଓ ଗୁଳି ଆଦି ଜବତ ହୋଇଛି। ମହମ୍ମଦ ଶେଖ୍ ଓରଫ୍ ସମୀର କାଲିୟାର ଅଣ୍ଡରର୍ଓ୍ୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କନେକ୍ସନ ଥିବା ମଧ୍ୟ ସାମ୍ନାକୁ ଆସିଛି। ସେ ଦାଉଦ୍‌ର ଭାଇ ଅନିସ୍ ଇବ୍ରାହିମ୍‌ର ଘନିଷ୍ଠ ବୋଲି କୁହାଯାଉଛି।

Advertisment
Terrorist Terror Plan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ