• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋଟିଏ ପରିବାରର ୬ ମୃତ । ଜମ୍ମୁର ସିଧରା ସ୍ଥିତ ଏକ ଘରୁ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ୪ ଜଣ ମହିଳା ଥିବା ଜଣାପଡ଼ିଛି । ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ପଡ଼ୋଶୀଙ୍କ ଠାରୁ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ୍ । ଉଦ୍ଧାର ପରେ ଶବଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ଅନ୍ୟପଟେ ମୃତକଙ୍କ ଶରୀରରୁ କୌଣସି ଗୁଳି ଚିହ୍ନ ମିଳିନି । ପୋଲିସ୍‌ ମୃତ୍ୟୁର ପ୍ରକୃତ କାରଣ ଖୋଜୁଛି ।

ମୃତକମାନେ ହେଲେ ସାକିନା ବେଗମ୍, ତାଙ୍କର ଦୁଇ ଝିଅ ନାସିମା ଅଖତର ଏବଂ ରୁବିନା ବାନୋ, ପୁଅ ଜାଫର ସଲିମ ଏବଂ ଦୁଇ ସମ୍ପର୍କୀୟ ନୁର-ଉଲ-ହବିବ ଏବଂ ସଜାଦ ଅହମ୍ମଦ । ଗୋଟିଏ ରୁମରୁ ଦୁଇଟି ମୃତଦେହ ମିଳିଥିବା ବେଳେ ପାଖ ରୁମ୍‌ରୁ ଚାରିଟି ମୃତଦେହ ମିଳିଥିବା ପୋଲିସ୍‌ କହିଛି । ସିଦ୍ଧରା ସ୍ଥିତ ଏକ ଘରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଏହାପୂର୍ବରୁ ଗତକାଲି ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ଚୋଟିପୋରା ଅଞ୍ଚଳରେ ଥିବା ଏକ ସେଓ ବଗିଚାରେ ଦୁଇଜଣ କାଶ୍ମୀରୀ ପଣ୍ଡିତଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି । ଏହି ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

ସୂଚନାଯୋଗ୍ୟ କିଛିଦିନ ପୂର୍ବେ ଜମ୍ମୁ ଓ କାଶ୍ମୀରର ବାନ୍ଦିପୋରାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମୃତ ଶ୍ରମିକ ବିହାର ମଧେପୁରା ଅଞ୍ଚଳର ମହମ୍ମଦ ଅମରେଜ୍‌ । ଅଜଣା ବନ୍ଧୁକଧାରୀମାନେ ବାନ୍ଦିପୋରା ଜିଲ୍ଲାର ଅଜାସ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।