Advertisment

‘ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା, ମୋ ଭାଇକୁ କଡ଼ା ଶାସ୍ତି ମିଳୁ’

ପୀଡ଼ିତା ଅଭୟାଙ୍କ ପାଇଁ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖି ଭଉଣୀ କହିଛନ୍ତି ଭାଇକୁ କଡ଼ା ଶାସ୍ତି ମିଳୁ। ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା। ସଞ୍ଜୟ ରାୟଙ୍କ ମାଆ ଓ ବଡ଼ ଭଉଣୀ ଏପରି କହିଛନ୍ତି।

ଅଦ୍ୟତନ ହୋଇଛି
Kolkata Rape-Murder

Kolkata Rape-Murder

Advertisment

କୋଲକାତା ଅଭୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ କଡ଼ା ଦଣ୍ଡ ମିଳୁ। ସଞ୍ଜୟ ରାୟଙ୍କ ମାଆ ଓ ବଡ଼ ଭଉଣୀ ଏପରି କହିଛନ୍ତି। କୋଲକାତାରେ ଓଟିଭି ଟିମ୍ ସେମାନଙ୍କ ପାଖରେ ପହଞ୍ଚି ଥିଲା ଓ ପୁରା ଘଟଣାକୁ ନେଇ ଆଲୋଚନା ପରେ ସେମାନେ ଏଭଳି କହିଛନ୍ତି ।

Advertisment

ପୀଡ଼ିତା ଅଭୟାଙ୍କ ପାଇଁ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖି ଭଉଣୀ କହିଛନ୍ତି ଭାଇକୁ କଡ଼ା ଶାସ୍ତି ମିଳୁ। ତାକୁ ଫାଶୀ ଦେଇଦିଅ। ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଗଲା। ପରିସ୍ଥିତି ଏମିତି ହେଇଛି କି ଏବେ ଘରୁ ବାହାରିବା ମୁସ୍କିଲ୍ ହେଇପଡ଼ିଛି । 

Advertisment

ମୋ ପୁଅ ଏମିତି କରିଛି ବୋଲି ମୋର ବିଶ୍ବାସ ହେଉନି ।  ୧୦ ମାସ ଗର୍ଭ ଯନ୍ତ୍ରଣା ସହି ଜନ୍ମ କରିଥିଲି । ଆଜି ମୋତେ ଏକା କରିଦେଇଛି । ଘରେ ମୁଁ ଏକା ରହୁଛି, ଆମ ଘରକୁ ଆଉ କେହି ଆସୁନାହାଁନ୍ତି  । ଭାରି ଖରାପ ଲାଗୁଛି । ଅପରପକ୍ଷେ ପୁଅର ୪ଟି ବିବାହକୁ ଖଣ୍ତନ କରିଛନ୍ତି ମା’ । ପୁଅ ଗୋଟିଏ ବିବାହ କରିଛି ବୋଲି କହିଛନ୍ତି । ଏମିତି ଦୁଃଖ ଭରା କାହାଣୀ କହିଛନ୍ତି ମୁଖ୍ୟ  ଅଭିଯୁକ୍ତ ସଞ୍ଜୟ ରାୟଙ୍କ ମା’।

Advertisment

ତେବେ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ନେଇ ସବୁଠି ଚର୍ଚ୍ଚା । ତେବେ କିଏ ଏହି ସଞ୍ଜୟ ରାୟ ଆସନ୍ତୁ ଜାଣିବା

 - ବେଶ୍ ପ୍ରଭାବଶାଳୀ ଥିଲା ସଞ୍ଜୟ ରାୟ
- କୋଲକାତା ପୋଲିସର ସିଭିଲ୍ ଭଲ୍ୟୁଣ୍ଟିୟର ଥିଲା ସଞ୍ଜୟ ରାୟ 
- କୋଲକାତା ପୋଲିସର ବଡ଼ ଅଧିକାରୀଙ୍କ ବେଶ୍ ନିକଟତର  
- କୋଲକାତା ପୋଲିସ ହେଡକ୍ୱାର୍ଟରରେ ଅନାୟସରେ ଥିଲା ପ୍ରବେଶ
- RG କର ମେଡିକାଲର ଆଉଟ୍ ପୋଷ୍ଟରେ ଥିଲା ଡ୍ୟୁଟି 
- ଦିନକୁ ୫ ଲିଟର ପେଟ୍ରୋଲ ଆଉ ପୋଲିସ ବାଇକ୍ ମିଳିଥିଲା 
- ବଡ଼ ପୋଲିସ ଅଧିକାରୀଙ୍କ ପରି ସୁବିଧା ସଂଜୟକୁ ମିଳୁଥିଲା 
- ମେଡିକାଲର ବଡ଼ କର୍ମଚାରୀ ଆଉ ପୋଲିସ ଭିତରେ ଥିଲା ଅହେତୁକ ଭଲ ସଂପର୍କ  
- ମେଡିକାଲ ଆଉ ପୋଲିସରେ ଚାକିରି କରାଇବାକୁ ସଞ୍ଜୟ ନେଉଥିଲା ମୋଟା ଅଙ୍କର ଟଙ୍କା 

ଏପଟେରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଷ୍ଟାଟସ ରିପୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ । ପଶ୍ଚିମବଙ୍ଗ ସରକାର ମଧ୍ୟ ନିଜ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି । ସେପଟେ ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । ସୁପ୍ରିମକୋର୍ଟ କ’ଣ ନିଷ୍ପତ୍ତି କରୁଛନ୍ତି ତାକୁ ପଶ୍ଚିମବଙ୍ଗ ଆର.ଜି କର ମେଡିକାଲର ଛାତ୍ର ଅନେଇ ବସିଛନ୍ତି । 

Rape Case Rape Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ