Advertisment

ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ହଜିଯାଇଛନ୍ତି ଓଡ଼ିଆ ଯବାନ !

ଯବାନ ମାନେ ତିସ୍ତା ନଦୀ ନିକଟରେ ଲୋକଙ୍କୁ ରେସ୍କ୍ୟୁ କରୁଥିଲେ । ହେଲେ ଅଚାନକ ୧୫ରୁ ୨୦ ଫୁଟ ଜଳସ୍ତର ବଢ଼ିଯିବା ଫଳରେ ଘଟିଗଲା ଏତେ ବଡ଼ ବିପର୍ଯ୍ୟୟ ।

Sikkim Flood,

Sikkim Flood,

Advertisment

ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯବାନ। ସିକ୍କିମରେ ୨୩ ଯବାନ ବନ୍ୟାରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ହାବିଲଦାର ସରୋଜ କୁମାର ଦାସ। ତାଙ୍କ ଘର ଦିଘିର କେନ୍ଦୁଢିପ ବୋଲି ଜଣାପଡ଼ିଛି । ଏହି ଖବର ପାଇବା ପରେ ସରୋଜଙ୍କ ପରିବାର ଚିନ୍ତିତ ଅଛନ୍ତି। ଏବେବି ତାଙ୍କର କୌଣସି ପତ୍ତା ମିଳିନାହିଁ।

Advertisment

ଯବାନ ମାନେ ତିସ୍ତା ନଦୀ ନିକଟରେ ଲୋକଙ୍କୁ ରେସ୍କ୍ୟୁ କରୁଥିଲେ । ହେଲେ ଅଚାନକ ୧୫ରୁ ୨୦ ଫୁଟ ଜଳସ୍ତର ବଢ଼ିଯିବା ଫଳରେ ଘଟିଗଲା ଏତେ ବଡ଼ ବିପର୍ଯ୍ୟୟ । ଏବେବି ସ୍ଥଳସେନା, ୨୩ ଯବାନଙ୍କୁ ଖୋଜିବା ପାଇଁ ଅପରେସନ ଜାରି ରଖିଛି। ସେମାନଙ୍କ ସହ ଅନ୍ୟ ୨୦ ଜଣ ଲୋକ ବି ନିରୁଦ୍ଦିଷ୍ଟ ଅଛନ୍ତି । 

ହିମାଳୟରେ ସୂରୁଜ ଉଇଁଲେ ଅଳସ ଭାଙ୍ଗେ ଉତ୍ତର ପୂର୍ବାଞ୍ଚଳର ଛୋଟିଆ ପାହାଡ଼ି ରାଜ୍ୟ ସିକ୍କିମ । ଏ ଜାଗା ଯେତିକି ସୁନ୍ଦର, ଏଠାକାର ଲୋକ ବି ସେତିକି ସରଳ । କଳ କଳ ହୋଇ ବହୁଥାଏ ଜୀବନରେଖା ତୀସ୍ତା ନଈ । ହେଲେ ସେଇ ଜୀବନରେଖା ଅଚାନକ କେମିତି ଅଜାଡ଼ି ଦେଲା ଅକଥନୀୟ ଯନ୍ତ୍ରଣା ?

Advertisment

ସୂଚନା ଅନୁସାରେ, ଉତ୍ତର ସିକ୍କିମର ଲୋନାକ୍ ହ୍ରଦ ଉପରେ ବାଦଲଫଟା ବର୍ଷା ପରେ ଉଛୁଳି ଥିଲା ତିସ୍ତା ନଦୀ। ଚୁଙ୍ଗଥାଙ୍ଗ ଡ୍ୟାମରୁ ପାଣି ଛଡ଼ାଯାଇଥିବାରୁ କିଛି ଜାଗା ବନ୍ୟା ପ୍ରଭାବିତ ହୋଇଥିଲା। ହେଲେ ଗତରାତିରେ ଅଚାନକ ଚୁଙ୍ଗଥାଙ୍ଗ ଡ୍ୟାମ୍ ଭୁଶୁଡ଼ିଯିବା ଫଳରେ, ସ୍ଥିତି ବେକାବୁ ହୋଇଯାଇଛି । ୫ ଜଣଙ୍କର ମୃତ୍ୟୁ ଘଟିଛି, ୮ଟି ସେତୁ ଭୁଶୁଡ଼ିଛି, ଆଉ କେତେ ଯେ ରାସ୍ତା ଧୋଇଛି, ତାର ହିସାବ ନାହିଁ ।

Sikkim Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ