Advertisment

ସାହାରା ହେଲା ସୋସିଆଲ ମିଡିଆ, ୭୫ ବର୍ଷ ପରେ ହଜି ଯାଇଥିବା ଭାଇକୁ ପାଇଲେ ଭଉଣୀ

ପାକିସ୍ତାନର ଜଣେ ମୁସଲମାନ ମହିଳା ୭୫ ବର୍ଷ ପରେ ଭାରତରେ ରହୁଥିବା ଜଣେ ଶିଖ ଭାଇଙ୍କୁ ଭେଟିଛନ୍ତି । ଭାରତ-ପାକିସ୍ତାନ ବିଭାଜନ ସମୟରେ, ମମତାଜ ବିବି ଛୋଟ ପିଲା ଥିଲେ ।

ଅଦ୍ୟତନ ହୋଇଛି
Kartarpur Corridor

Kartarpur Corridor

Advertisment

କାରତାରପୁର କରିଡର ଅସଂଖ୍ୟ ପରିବାରକୁ ଏକାଠି କରିଛନ୍ତି । ଖାଲି ପରିବାର ନୁହେଁ ପରସ୍ପର ଦୁଇ ବ୍ୟକ୍ତିଙ୍କୁ ମଧ୍ୟ ଏକାଠି କରିଥାନ୍ତି । ଏହା ସମସ୍ତେ ଜାଣନ୍ତି । ଅନେକ ସମୟରେ କରତାରପୁରରୁ ଏଭଳି ଘଟଣା ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ମଧ୍ୟ ଠିକ୍‌ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହ ଆପଣ ଜାଣିଲେ ସହଜରେ ବିଶ୍ୱାସ କରି ପାରିବେ ନାହିଁ ।

Advertisment

ପାକିସ୍ତାନର ଜଣେ ମୁସଲମାନ ମହିଳା ୭୫ ବର୍ଷ ପରେ ଭାରତରେ ରହୁଥିବା ଜଣେ ଶିଖ ଭାଇଙ୍କୁ ଭେଟିଛନ୍ତି । ଭାରତ-ପାକିସ୍ତାନ ବିଭାଜନ ସମୟରେ, ମମତାଜ ବିବି ଛୋଟ ପିଲା ଥିଲେ । ଦଙ୍ଗାକାରୀ ତାଙ୍କ ମାଆଙ୍କୁ ହତ୍ୟା କରିଥିଲେ । ଆଉ ମାଆଙ୍କ ମୃତଦେହ ପାଖରେ ବସି କାନ୍ଦୁଥିଲେ ମମତାଜ । ସେହି ସମୟରେ ଏକ ଦମ୍ପତି ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନାଁ ଦେଇଥିଲେ ।

ମହମ୍ମଦ ଇକବାଲ ଏବଂ ତାଙ୍କ ପତ୍ନୀ ଆଲ୍ଲାହା ରାଖୀ କାନ୍ଦୁଥିବା ଶିଶୁ କନ୍ୟାକୁ ଗ୍ରହଣ କରିଥିଲେ ଏବଂ ତାଙ୍କୁ ଖୁବ୍‌ ସ୍ନେହ ଓ ଯତ୍ନର ପାଳି ବଡ଼ କରିଥିଲେ । ସେମାନେ ଶିଶୁ କନ୍ୟାଟିର ନାଁ ମୁମତାଜ ବିବି ରଖିଥିଲେ । ଇକବାଲ ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହିତ ବିଭାଜନ ପରେ ଶେଖପୁରା ଜିଲ୍ଲାର ୱାରିକା ତିଆନ୍ ଗାଁରେ ରହିବାକୁ ଲାଗିଲେ ।

Advertisment

ଇକବାଲ ଏବଂ ତାଙ୍କ ପତ୍ନୀ ମୁମତାଜଙ୍କୁ କେବେ ବି ଜାଣିବାକୁ ଦେଇନାହାନ୍ତି ଯେ, ସେ ତାଙ୍କ ଝିଅ ନୁହଁନ୍ତି । ଦୁଇ ବର୍ଷ ପୂର୍ବେ ହଠାତ୍ ଇକବାଲଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ଏବଂ ସେତେବେଳେ ମୁମତାଜ ତାଙ୍କ ଜନ୍ମ କଲା ଝିଅ ନୁହେଁ ବୋଲି ଜଣାଇଥିଲେ । ଏହାସହ ତାଙ୍କର ପ୍ରକୃତ ପରିବାର ଶିଖ୍ ବୋଲି ମଧ୍ୟ କହିଥିଲେ ।

Advertisment

ଇକବାଲଙ୍କ ମୃତ୍ୟୁ ପରେ ମୁମତାଜ ଏବଂ ତାଙ୍କ ପୁଅ ଶାହାବାଜ ସୋସିଆଲ ମିଡିଆ ମାଧ୍ୟମରେ ପ୍ରକୃତ ପରିବାରକୁ ଖୋଜିବା ଆରମ୍ଭ କରିଥିଲେ । ସେମାନେ ମୁମତାଜଙ୍କ ପ୍ରକୃତ ବାପାଙ୍କ ନାଁ ଏବଂ ଭାରତରେ ଥିବା ପଞ୍ଜାବର ପଟ୍ଟିଆଲା ଜିଲ୍ଲାରେ ଥିବା ସିଦରାନା ଗାଁକୁ ମଧ୍ୟ ଜାଣିଥିଲେ । ଯେଉଁଠାରେ ସେମାନେ ନିଜ ପୈତୃକ ଘର ଛାଡିବାକୁ ବାଧ୍ୟ ହେବା ପରେ ବସବାସ କରିଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ଏହି ଦୁଇ ପରିବାର ପୁଣି ଏକାଠି ହେଲେ ।

୭୫ ବର୍ଷ ପରେ ଭାଇମାନଙ୍କୁ ଭେଟିଲେ ଭଉଣୀ

ମୁମତାଜଙ୍କ ଭାଇ ସର୍ଦ୍ଦାର ଗୁରୁମିତ ସିଂ, ସର୍ଦ୍ଦାର ନରେନ୍ଦ୍ର ସିଂ ଏବଂ ସର୍ଦ୍ଦାର ଅମରିନ୍ଦର ସିଂ ପରିବାର ସଦସ୍ୟଙ୍କ ସହ କାରତାରପୁର ଗୁରୁଦ୍ୱାର ଦରବାରରେ ପହଞ୍ଚିଥିଲେ। ମୁମତାଜ ମଧ୍ୟ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ସେଠାରେ ପହଞ୍ଚି ୭୫ ବର୍ଷ ପରେ ହଜିଯାଇଥିବା ଭାଇମାନଙ୍କୁ ଭେଟିଛନ୍ତି ।

Siblings Kartarpur Gurdwara Sikh Brother Muslim Sister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ