Advertisment

Karnataka Politics: ସିଦ୍ଦରମୈୟା ! ଯେଉଁଠି ଫାୟାରବ୍ରାଣ୍ଡ ଲିଡର ଫ୍ଲପ୍ ସେଠି ସିଦ୍ଦ ହିଟ୍

ଯେବେଠାରୁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଛନ୍ତି ସବୁବେଳେ ଇତିହାସ ରଚିଛନ୍ତି । ସଫଳତା ସତେ ଯେମିତି ତାଙ୍କର ସାଙ୍ଗରେ ରହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Karnataka CM Siddaramaih, Congress Leader

Karnataka CM Siddaramaih, Congress Leader

ପୁଣି କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଦ ଶାସନ । ବେଙ୍ଗାଳୁରୁର କାନ୍ତିରଭା ଷ୍ଟାଡିୟମରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ୭୫ ବର୍ଷୀୟ ସିଦ୍ଦରମୈୟା । ସେ ନିଜକୁ ଜଣେ ଦକ୍ଷ ରାଜନେତା ବୋଲି ସବୁବେଳେ ପ୍ରମାଣିତ କରି ଆସିଛନ୍ତି । ତାଙ୍କ ରାଜନୈତିକ ଜୀବନ ଅତି ସରଳ । ସବୁଠି ସେ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି । ଯେବେଠାରୁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଛନ୍ତି ସବୁବେଳେ ଇତିହାସ ରଚିଛନ୍ତି । ସଫଳତା ସତେ ଯେମିତି ତାଙ୍କର ସାଙ୍ଗରେ ସାଥି ହୋଇ ରହିଛି ।

Advertisment

କର୍ଣ୍ଣାଟକ ଭଲି ରାଜ୍ୟରେ, ଯେଉଁଠି ବଡ଼ ବଡ଼ ନାମକରା ବା ଫାୟାର ବ୍ରାଣ୍ଡ ଲିଡରଙ୍କ ଶାସନ ବେଶୀଦିନ ତିଷ୍ଠି ପାରିନି, ସେଠି ସିଦ୍ଦରମୈୟା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସି ୫ ବର୍ଷରୁ ଅଧିକ ସମୟ ଶାସନ କରି ଇତିହାସ ରଚିଛନ୍ତି । ୧୯୮୫ ମସିହା ପରେ ପ୍ରଥମ ଥର ପାଇଁ ଯଦି କୌଣସି ମୁଖ୍ୟମନ୍ତ୍ରୀ ୫ ବର୍ଷ ଶାସନକାଳ ପୂରଣ କରିଛନ୍ତି ସେ ହେଉଛନ୍ତି ଏକମାତ୍ର ନେତା ସିଦ୍ଦରମୈୟା ।

୨୦୧୩ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ୫ ବର୍ଷ ୪ ଦିନ ଶାସନ କରିଛନ୍ତି ସେ । ତାଙ୍କ ପରେ ଆଜି ପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀ ୫ ବର୍ଷ ଶାସନ କାଳ ପୂରଣ କରି ପାରିନାହାନ୍ତି । ସିଦ୍ଦଙ୍କ କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ଏବଂ ତାଙ୍କର କାର୍ଯ୍ୟକାଳ ସରିବା ପରେ ଅନେକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେବ ଗୌଡ଼ା, ବିରାପ୍ପା ମୋଇଲି, ୟେଦୁରପ୍ପା, କୁମାର ସ୍ୱାମୀଙ୍କ ଭଳି ଅନେକ ନେତାଙ୍କ ନାଁ ଲିଷ୍ଟରେ ରହିଛି । ଯେଉଁମାନେ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର ଶାସନକାଳ ପୁରଣ କରିପାରି ନାହାନ୍ତି । ଏବେ ୨୦୨୩ ରେ ସେ ପୁଣି ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି । ଯାହା ଫଳରେ ଲୋକଙ୍କ ଆଶା ରହିଛି ଯେ, ସିଦ୍ଦ କର୍ଣ୍ଣାଟକବାସୀଙ୍କୁ ପୁଣି ଥରେ ସ୍ଥିରଶାସନ ପ୍ରଦାନ କରିବାରେ ସଫଳ ହେବେ ।

Advertisment

୭୫ ବର୍ଷୀୟ ସିଦ୍ଦରମୈୟା କୃଷକ ପରିବାରରେ ଜନ୍ମ ହୋଇଥିବା ସିଦ୍ଦରମୈୟା ମହୀଶୁର ବିଶ୍ୱବିଦ୍ୟାଳୟରୁ ଏଲ୍ଏଲ୍ବି ଡିଗ୍ରି ହାସଲ କରିଛନ୍ତି । ବରିଷ୍ଠ ଆଇନଜୀବୀ ନାନ୍ ଜୁଣ୍ଡ ସ୍ୱାମୀ ସିଦ୍ଦରମେୟାଙ୍କୁ ରାଜନୀତି କ୍ଷେତ୍ରରେ ପ୍ରବେଶ କରାଇଥିଲେ। ସିଦ୍ଦରମୈୟା ମହୀଶୁର ତାଲୁକାରେ ପ୍ରଥମ ନିର୍ବାଚନ ଜିତିଥିଲେ । ୧୯୮୩ରେ ସିଦ୍ଦରମୈୟା ଭାରତୀୟ ଲୋକ ଦଳ ଟିକେଟରେ ଚାମୁଣ୍ଡେଶ୍ୱରୀ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତିବା ପରେ କର୍ଣ୍ଣାଟକ ବିଧାନସଭାରେ ପ୍ରବେଶ କରିଥିଲେ।

ଏହାପରେ ସିଦ୍ଦରମେୟା ଜନତା ଦଳରେ ଯୋଗଦେଲେ। ଜନତା ଦଳ ଭାଙ୍ଗିଯିବା ପରେ ଏଚ୍.ଡି ଦେବଗୌଡ଼ା ଜନତା ଦଳ (ସେକୁଲାର) ଦଳ ଗଢ଼ିଲେ। ସିଦ୍ଦରମେୟା ଏହାପରେ ୧୯୯୯ରେ ଜେଡିଏସ୍‌ରେ ଯୋଗଦେଲେ। ଏପରିକି ସେ ଦଳର କର୍ଣ୍ଣାଟକ ପ୍ରଦେଶ ସଭାପତି ହେଲେ। ୨୦୦୫ରେ ସିଦ୍ଦରମେୟା କଂଗ୍ରେସରେ ଯୋଗ ଦେଇଥିଲେ।

୭୫ ବର୍ଷୀୟ ସିଦ୍ଦରମେୟା ୨୦୧୩ରେ ପ୍ରଥମ କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଡି ଦେବରାଜ ୟୁଆରଏସ୍ (୧୯୭୨-୧୯୮୦)ଙ୍କ ପରେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି। ତେବେ ୨୦୧୮ରେ ସେ ଦଳକୁ ପୁଣି କ୍ଷମତାକୁ ଫେରାଇ ପାରିନଥିଲେ ।

Advertisment
Advertisment