Advertisment

ଛୋଟ ବସ୍ତ୍ର ପିନ୍ଧି ମନ୍ଦିର ପ୍ରବେଶ ମନା

ସାଇନବୋର୍ଡରେ ସଫା ସଫା ଲେଖାଯାଇଛି, ପୁରୁଷ ହୁଅନ୍ତୁ କି ମହିଳା ମନ୍ଦିରକୁ ମର୍ଯ୍ୟାଦାପୂର୍ଣ୍ଣ ବସ୍ତ୍ର ପରିଧାନ କରି ଆସିବା ପାଇଁ।

ଅଦ୍ୟତନ ହୋଇଛି
short dresses banned in temple

short dresses banned in temple

Advertisment

ଛୋଟ କପଡ଼ା ପିନ୍ଧି ମନ୍ଦିର ଆସିବା ମନା। ହିମାଚଳ ପ୍ରଦେଶ ସିମଲାର ଜୈନ ମନ୍ଦିରରେ କଟକଣା। ଏ ହେଉଛି ହିମାଚଳ ପ୍ରଦେଶ ସିମଲାରେ ଥିବା ଶ୍ରୀ ଦିଗମ୍ବର ଜୈନ ମନ୍ଦିର। ସାଇନବୋର୍ଡରେ ସଫା ସଫା ଲେଖାଯାଇଛି, ପୁରୁଷ ହୁଅନ୍ତୁ କି ମହିଳା ମନ୍ଦିରକୁ ମର୍ଯ୍ୟାଦାପୂର୍ଣ୍ଣ ବସ୍ତ୍ର ପରିଧାନ କରି ଆସିବା ପାଇଁ। ଛୋଟ ବସ୍ତ୍ର, ହାଫ୍ ପ୍ୟାଣ୍ଟ, ବରମୁଡ଼ା, ମିନି ସ୍କର୍ଟ, ନାଇଟ ସୁଟସ୍, କଟା ଫଟା ଜିନ୍ସ, ସ୍କ୍ରାଚ୍ ଡିଜାଇନ୍ ବାଲା ଜିନ୍ସ ଏବଂ ୱାନ୍ ଥାର୍ଡ ଜିନ୍ସ ପିନ୍ଧି ମନ୍ଦିର ଆସିବାକୁ ବାରଣ କରାଯାଇଛି।  ଧାର୍ମିକ ଭାବନା କ୍ଷୁର୍ଣ୍ଣ ନହେବା ଏବଂ ଦେଶରେ ବିଦେଶୀ ପ୍ରଚଳନ ରୋକିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମନ୍ଦିର କର୍ତ୍ତୃପକ୍ଷ।

Advertisment

ମନ୍ଦିରରେ ଏଭଳି ବୋର୍ଡ ଲଗାଯିବା ପରେ ପୂର୍ବ ଅପେକ୍ଷା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ପୂର୍ବ ଭଳି ଆଉ କେହି ଛୋଟ ବସ୍ତ୍ର ପିନ୍ଧି ମନ୍ଦିର ଆସୁନାହାନ୍ତି। ତେବେ ମନ୍ଦିର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ନେଇ କିଛି ଶ୍ରଦ୍ଧାଳୁ ସ୍ୱାଗତ କରିଥିବା ବେଳେ କିଛି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏ ନିଷ୍ପତ୍ତି ଉଚିତ ନୁହେଁ ବୋଲି ଦର୍ଶାଇଛନ୍ତି। ପୂର୍ବରୁ ଉତ୍ତରପ୍ରଦେଶ ମିରଟ ସ୍ଥିତ ବାଲଜୀ ଓ ସାହାଣି ମନ୍ଦିରରେ ମଧ୍ୟ ଲାଗୁ ହୋଇ ସାରିଛି ଏଭଳି ନିୟମ।

ମନ୍ଦିର ପ୍ରଶାସନ ନୋଟିସ ବୋର୍ଡ ମାରି ହିନ୍ଦୁପ୍ରଥା ଅନୁସାରେ ବସ୍ତ୍ର ପରିଧାନ କରି ଆସିବା ଲାଗି ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛି। ସନାତନ ଧର୍ମ ଅନୁସାରେ ମନ୍ଦିରରେ ପ୍ରବେଶ ପୂର୍ବରୁ ହିନ୍ଦୁ ରୀତି ନୀତି ଅନୁସାରେ ସ୍ନାନ ସହ ଉତ୍ତମ ବସ୍ତ୍ର ପରିଧାନ କରି ଆସି ପୂଜାର୍ଚ୍ଚନା କରିବା ବିଧି ରହିଛି। ଆଜି କାଲି ଆଧୁନିକ ଯୁଗରେ ଯୁବପୀଢି ଜିନ୍ସ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି ମନ୍ଦିରକୁ ଆସୁଛନ୍ତି। ଫଳରେ ଏହା ଆମର ସଂସ୍କୃତି ଉପରେ ପ୍ରଭାବ ପକାଉଥିବା କୁହାଯାଉଛି।

Advertisment
Ancient Jain Temples
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ