/odishatv-khabar/media/post_attachments/uploadimage/library/16_9/16_9_0/Necklace_1681294663.jpg)
Necklace
ଦୁନିଆର ସବୁଠାରୁ ଧନୀ ପରିବାରରେ ସାମିଲ୍ ମୁକେଶ ଅମ୍ବାନୀଙ୍କ ପରିବାର ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାନ୍ତି । ଅମ୍ବାନୀ ପରିବାରର ପାର୍ଟି, ଇଭେଣ୍ଟ୍ ତଥା ସେମାନେ ପିନ୍ଧୁଥିବା ପୋଷାକ ଉପରେ ସାରା ବିଶ୍ୱର ନଜର ଥାଏ । ତେବେ ବର୍ତ୍ତମାନ ଅମ୍ବାନୀ ପରିବାରର ବୋହୂ ଶ୍ଲୋକା ମେହେଟାଙ୍କ ହାର ଚର୍ଚ୍ଚାର ବିଷୟ ପାଲଟିଛି । ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜ ବୋହୂ ଶ୍ଲୋକା ମେହେଟ୍ଟାଙ୍କୁ ଦୁନିଆର ସବୁଠୁ ଦାମୀ ହାର ହାର ଉପହାର ଦେଇଛନ୍ତି । ପୁଅ ଆକାଶଙ୍କ ସହିତ ଶ୍ଳୋକା ମେହଟାଙ୍କର ବିବାହ ବେଳେ ନୀତା ଅମ୍ବାନି ବୋହୂଙ୍କୁ ପ୍ରଦାନ କରିଥିବା ହୀରା ହାରଟି ଆଜି ପର୍ଯ୍ୟନ୍ତ ପୃଥିବୀର ସବୁଠାରୁ ଦାମୀ ହାର ଭାବେ ପରିଗଣିତ ହେଉଛି । ଏହି ହାରର ମୂଲ୍ୟ ଶୁଣିବା ମାତ୍ରେ ସମସ୍ତଙ୍କ ହୋସ୍ ଉଡ଼ିଯାଉଛି ।
ଶ୍ଲୋକା ମେହେଟ୍ଟାଙ୍କ ଏହି ହାର ଦୁନିଆର ସବୁଠାରୁ ମହଙ୍ଗା ହାର । ଏହି ହାରର ମୂଲ୍ୟ ୨-୪ କୋଟି ନୁହେଁ ବରଂ ୪୫୦ କୋଟିରୁ ଅଧିକ । ଏହା ଏପରି ଏକ ଅତୁଳନୀୟ ହୀରାଖଚିତ ହାର, ଯେଉଁଥିରେ ଦୁନିଆର ସବୁଠାରୁ ବଡ଼ Internally Flawless Diamonds ଲକେଟ୍ ସହିତ ୯୧ଟି ହୀରା ଖଣ୍ଡ ଖଞ୍ଜାଯାଇଛି, ଯାହା ୨୦୦ କ୍ୟାରେଟ୍ରୁ ଅଧିକ ।
Behold the most expensive necklace ever created ― The L'Incomparable Diamond Necklace, only made possible by Mouawad. #Mouawad#MouawadDiamondHouse#RareJewels#Diamond#GuinnessWorldRecordhttps://t.co/0dlypdX1MHpic.twitter.com/Zf28a5CWa1
— Mouawad (@mouawad) August 2, 2018
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ହାରକୁ କପି କରି ହେବନି କି ରିଡିଜାଇନ୍ କରିହେବ ନାହିଁ । ବର୍ତ୍ତମାନ ଏହି ହାରର ଆନ୍ତର୍ଜାତିକ ମୂଲ୍ୟ ହେଉଛି ସାଢ଼େ ପାଞ୍ଚ କୋଟି ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ସାଢ଼େ ଚାରି ଶହ କୋଟି ଟଙ୍କା । ଅବଶ୍ୟ ଦାମୀ ସାମଗ୍ରୀ ରଖିବାରେ ଅମ୍ବାନୀ ପରିବାରର ପୁରୁଣା ରେକର୍ଡ ରହିଛି ।
ନିକଟରେ ନୀତା ମୁକେଶ ଅମ୍ବାନୀ କଲଚୁରାଲ ସେଣ୍ଟର୍ ଇଭେଣ୍ଟରେ ଯୋଗଦେଇ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ଭାବିପତ୍ନୀ ରାଧିକା ମର୍ଚାଣ୍ଟ ଚର୍ଚ୍ଚାର ପରିଧିକୁ ଆସିଥିଲେ । ରାଧିକା ମର୍ଚାଣ୍ଟ ତାଙ୍କ ପୋଷାକ ସହିତ ଯେଉଁ ଛୋଟ ପର୍ସ ଧରିଥିଲେ, ତା’ର ମୂଲ୍ୟ ୨ କୋଟି ବୋଲି କୁହାଯାଇଥିଲା । ସେହିପରି ଅନନ୍ତ ଅମ୍ବାନୀ ୧୮ କୋଟି ମୂଲ୍ୟର ଘଣ୍ଟା ପିନ୍ଧି ଇଭେଣ୍ଟରେ ଯୋଗ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)