• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖାଦ୍ୟ ପାଇଁ ମ୍ୟାନେଜରଙ୍କୁ ଚାପୁଡ଼ା ମାରିଲେ ଶିବସେନା ବିଧାୟକ । ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ଜଣେ ବିଧାୟକଙ୍କ ଏପରି ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜଣେ କ୍ୟାଟରିଂ ମ୍ୟାନେଜରଙ୍କ ସହ ବିଧାୟକ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି ।

ଶିବସେନା ବିଧାୟକ ସନ୍ତୋଷ ବାଙ୍ଗର ଖାଦ୍ୟର ଗୁଣବତ୍ତା ପରୀକ୍ଷା କରିବାକୁ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ପହଞ୍ଚିଥିଲେ । ହେଲେ ନିମ୍ନମାନର ଖାଦ୍ୟ ଦେଖି ସେ ବିଗିଡ଼ି ଯାଇଥିଲେ । ଏହା ପରେ ସେ ମ୍ୟାନେଜରଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । ପୂରା ଘଟଣା କ୍ୟାମେରାରେ କଏଦ୍‌ ହୋଇଛି ।

ତେବେ ଏହି ଘଟଣାକୁ ନେଇ ସନ୍ତୋଷ ବାଙ୍ଗର ନିଜର ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି । ନିମ୍ନ ମାନର ଖାଦ୍ୟ ପରଷା ଯାଇଥିବା ନେଇ ତାଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏଥିପାଇଁ ସେ ନିଜେ ଖାଦ୍ୟର ଗୁଣବତ୍ତା ପରଖିବା ପାଇଁ ପହଞ୍ଚି ଯାଇଥିଲେ । ତେବେ ନିମ୍ନମାନର ଖାଦ୍ୟ ଦେଖିବା ପରେ ସେ କ୍ୟାଟରିଂ ମ୍ୟାନେଜରଙ୍କୁ ଚାପୁଡ଼ା ମାରିଛନ୍ତି। ତେବେ ଏନେଇ ମ୍ୟାନେଜର ଜଣକ କହିଛନ୍ତି , ବିଧାୟକ ତାଙ୍କ କଥା ଆଦୌ ଶୁଣିନଥିଲେ ବରଂ ସର୍ବସମ୍ମୁଖରେ ଚାପୁଡ଼ା ମାରି ଅପମାନତ କରିଛନ୍ତି ।

ଅନ୍ୟପକ୍ଷରେ ବିଧାୟକ କହିଛନ୍ତି , କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଶ୍ରମିକମାନଙ୍କୁ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ଖରାପ ଏବଂ ସେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ମେନୁକୁ ଅନୁସରଣ କରୁନାହାଁନ୍ତି ।