Advertisment

ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା, ଋଷରେ ନେବେ ଶରଣ !

ଢାକାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ । ବାଂଲାଦେଶରୁ ନୂଆଦିଲ୍ଲୀ ଆସିଥିବା କିଛି ପ୍ରବାସୀ ଭାରତୀୟ ଏହଂ ବାଂଲାଦେଶୀ ନାଗିରକ ସେଠାକାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଅଦ୍ୟତନ ହୋଇଛି
sheikh hasina May Leave India

sheikh hasina

Advertisment

ଦିନେ ଦୁଇ ଦିନ ଭିତରେ ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା । ୟୁରୋପର କୌଣସି ଦେଶକୁ ସେ ଯାଇପାରନ୍ତି । ଏହାରି ଭିତରେ ଚର୍ଚ୍ଚା ହେଉଛି କି ଶେଖ୍‌ ହାସିନା ଋଷରେ ଶରଣ ନେଇପାରନ୍ତି । ଏପଟେ ପଡ଼ୋଶୀ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନେଇ ଭାରତର ଟେନସନ୍। ସେଠି ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ଓ ୧୯ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀ ଚିନ୍ତିତ । ସେଠିକାର ରାଜନୈତିକ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସଂସଦରେ କହିବା ସହ ସୀମାରେ ବି ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଥିବା ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢନ୍ତୁ : କିଏ ଏହି ଛାତ୍ରନେତା, ଯିଏ ଶେଖ ହସିନାଙ୍କ ବିରୋଧରେ ନେଉଥିଲେ ଆନ୍ଦୋଳନର ନେତୃତ୍ୱ

ସେପଟେ ଢାକାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ । ବାଂଲାଦେଶରୁ ନୂଆଦିଲ୍ଲୀ ଆସିଥିବା କିଛି ପ୍ରବାସୀ ଭାରତୀୟ ଏହଂ ବାଂଲାଦେଶୀ ନାଗିରକ ସେଠାକାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ।

Advertisment

ସୂଚନା ଅନୁସାରେ ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ଏବଂ ଦେଶବ୍ୟାପୀ ହିଂସାରେ ୩ଶହ ଜଣଙ୍କ ମୃତ୍ୟୁ ହେବା ପରେ, ଅଣାୟତ୍ତ ହୋଇପଡ଼ିଥିଲା ବାଂଲାଦେଶର ଅରାଜକ ସ୍ଥିତି। ଶେଷରେ ଆନ୍ଦୋଳନକାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ପ୍ରଧାନମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦେଇଥିଲେ ଶେଖ୍‌ ହାସିନା । ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଦେଶ ଛାଡ଼ି ନୂଆଦିଲ୍ଲୀ ଆସିଥିଲେ । ବାଂଲାଦେଶ ବାୟୁସେନାର C-130 ବିମାନ ଢାକାରୁ ଆସି ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଓହ୍ଲାଇଥିଲା । ଶେଖ୍ ହାସିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତ ଆସିଥିବା କୁହାଯାଉଛି ।

Advertisment

ଅନ୍ୟପକ୍ଷରେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗଠନ ହେଲା ଅନ୍ତରୀଣ ସରକାର । ଆଉ ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ଗତକାଲି ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ମନୋନିତ କରାଯାଇଛି । ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଧିନଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ! ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ବି ଛାଡ଼ିଲେନି...

ପୂର୍ବରୁ ମହମ୍ମଦ ୟୁନୁସ୍‌ ଘୋଷଣା କରିଥିଲେ କି ଯଦି ତାଙ୍କୁ ଏହି ଦାୟିତ୍ବ ଦିଆଯାଏ ତେବେ ସେ ଏହାକୁ ତୁଲାଇବେ । ବାଂଲାଦେଶରେ ଗରିବଙ୍କ ବନ୍ଧୁ ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଦେଶରେ ଗରିବି ହଟାଇବା ପାଇଁ ବେଶ୍ କାମ କରିଛନ୍ତି । ମାଇକ୍ରୋଫାଇନାନ୍ସ ଜରିଆରେ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିଥିଲେ । ହାସିନା ସରକାର କିନ୍ତୁ ତାଙ୍କ ବିରୋଧରେ ଆର୍ଥିକ ହେରଫେର୍ ମାମଲାରେ ଅନେକ ମାମଲା ରୁଜୁ କରିଥିଲେ ।

Bangladesh PM Sheikh Hasina Sheikh Hasina
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ