Advertisment

କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଥରୁର, ଗେହଲଟ; କିଏ ଧରିବ ମଙ୍ଗ ?

​ କିଏ ହେବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ? କାହା ମୁଣ୍ଡରେ ବନ୍ଧାହେବ ଶିରପା ? ଅକ୍ଟୋବରରେ କଂଗ୍ରେସ ପାଇବା ତାର ନୂଆ ମୁଖିଆ। ଏଥର କଂଗ୍ରେସର ମଙ୍ଗ ଗାନ୍ଧି ପରିବାରର ସଦସ୍ୟ ଧରିବେ ନା ବାହାରର କାହା ହାତକୁ ଯିବ ? ଏ ନେଇ କଳ୍ପନାଜଳ୍ପନାର ଅନ୍ତ ନାହିଁ। ରାଜନୈତିକ ସ୍ଥିତି ବି ଗୋଳିଆ ଦିଶୁଛି।

ଅଦ୍ୟତନ ହୋଇଛି
Congress President Election

Congress President Election

Advertisment

କିଏ ହେବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ? କାହା ମୁଣ୍ଡରେ ବନ୍ଧାହେବ ଶିରପା ? ଅକ୍ଟୋବରରେ  କଂଗ୍ରେସ ପାଇବା ତାର ନୂଆ ମୁଖିଆ। ଏଥର କଂଗ୍ରେସର ମଙ୍ଗ ଗାନ୍ଧି ପରିବାରର ସଦସ୍ୟ ଧରିବେ ନା ବାହାରର କାହା ହାତକୁ ଯିବ ? ଏ ନେଇ କଳ୍ପନାଜଳ୍ପନାର ଅନ୍ତ ନାହିଁ। ରାଜନୈତିକ ସ୍ଥିତି ବି ଗୋଳିଆ ଦିଶୁଛି। ଗୋଟିଏ ପଟେ ଗାନ୍ଧି ପରିବାର ବାହାରେ ଜଣଙ୍କୁ ସଭାପତି କରିବା ପାଇଁ ଲବି ଜୋରଦାର ହେଉଥିବାବେଳଳେ ବିଭିନ୍ନ ରାଜ୍ୟ କଂଗ୍ରେସ ପୁଣିଥରେ ରାହୁଲଙ୍କୁ ଅଧ୍ୟକ୍ଷ କରିବା ପାଇଁ ସଙ୍କଳ୍ପ ପାରିତ କରୁଛନ୍ତି। ସେପଟେ ଦଳ ସଭାପତି ନିର୍ବାଚନ ପାଇଁ ଘୋଷଣା କରିବା ପରେ ଭିତିରିଆ ପ୍ରତିଯୋଗିତା ବି ଜୋର ଧରିଲାଣି।

Advertisment

ଏହି ଦୌଡ଼ରେ ପ୍ରଥମେ ଥିରୁଅନନ୍ତପୁରମରର ସାଂସଦ ଶଶି ଥରୁରଙ୍କ ନାଁ ଶୁଣିବାକୁ ମିଳୁଥିବାବେଳେ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ସାମିଲ ହେଲାଣି । ଏ ନେଇ ଶଶି ସୋନିଆଙ୍କୁ ଭେଟିଛନ୍ତି। ସୋମବାର ସୋନିଆ ଗାନ୍ଧି ବିଦେଶ ଗସ୍ତରୁ ଫେରିବା ପରେ ଶଶି ଥରୁର ତାଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ କଂଗ୍ରେସର ଅନ୍ୟନେତାମାନେ ବି ଉପସ୍ଥିତ ଥିଲେ। ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଶଶିଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପାଇଁ ସୋନିଆ କୁଆଡେ ଗ୍ରୀନ ସିଗ୍‌ନାଲ ଦେଇଥିବା ଆଲୋଚନା ହେଉଛି।

ଅନ୍ୟପଟେ ଅଧ୍ୟକ୍ଷ ପଦ ପାଇଁ କୁଆଡେ ଅଶୋକ ଗେହଲଟ ଆଶାୟୀ ଥିବା କୁହାଯାଉଛି। ସେପ୍ଟେମ୍ବର ୨୫ ତାରିଖରେ ଗେହଲଟ ଦିଲ୍ଲୀ ଯିବେ। ଏହାପର ଦିନ ଅର୍ଥାତ ସେପ୍ଟେମ୍ବର ୨୬ରେ ସେ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ।

Advertisment

ସେପଟେ ରାଜସ୍ଥାନ, ଛତିଶଗଡ, ଗୁଜରାଟ ପରେ ଜମ୍ମୁକାଶ୍ମୀର କଂଗ୍ରେସ କମିଟି ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ପାରିତ କରି ସାରିଲେଣି । ତେବେ ରାହୁଲ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ବୋଲି କୁହାଯାଉଛି।

ସୋନିଆ ଗାନ୍ଧି ଦୀର୍ଘ ୧୯ ବର୍ଷ ଧରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ୨୦୧୭ରେ ରାହୁଲଙ୍କୁ ଦାୟିତ୍ୱ ଦେଇଥିଲେ। ୨୦୧୯ରେ ରାହୁଲ ପଦ ଛାଡ଼ିବା ପରେ ସୋନିଆ ଏବେ ଅନ୍ତରୀକ୍ଷ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି। ତେବେ ଦଳ ବିଭିନ୍ନ ରାଜ୍ୟରେ ଲଗାତାର ହାରିବା ପରେ ନେତୃତ୍ୱ ବଦଳିବା ଦାବି ଉଠିଥିଲା ।

Advertisment

ସୂଚନାଥାଉ କି, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅକ୍ଟୋବର ୧୭ ତାରିଖରେ ହେବ। ସେଥିପାଇଁ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ ।

Shashi Tharoor Ashok Gehlot Congress President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ