Advertisment

ବାଣିଜ୍ୟ ନଗରୀ ମୁମ୍ବାଇରେ ଭୟଙ୍କର ବର୍ଷା ବିତ୍ପାତ

ନଦୀ ଓ ସମୁଦ୍ରର ସ୍ଥିତି ରାତି ଅଧରେ ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିବାରୁ ଆକ୍ତାମାକ୍ତା ହୋଇପଡ଼ିଥିଲା ଜନଜୀବନ। ଏପଟେ ରାସ୍ତାଘାଟର ଦୃଶ୍ୟ ନକହିବା ଭଲ।

ବାଣିଜ୍ୟ ନଗରୀ ମୁମ୍ବାଇରେ ଭୟଙ୍କର ବର୍ଷା ବିତ୍ପାତ 

water logging in Mumbai

Advertisment

ମୁମ୍ବାଇ: ବାଣିଜ୍ୟ ନଗରୀ ମୁମ୍ବାଇରେ ଭୟଙ୍କର ବର୍ଷା ବିତ୍ପାତ। ଗୋଟିଏ ରାତିର ବର୍ଷାରେ ଭାସୁଛି ମାୟାନଗରୀ। ମୁମ୍ବାଇରେ ସକ୍ରିୟ ଥିବା ମୌସୁମୀ ଗତକାଲି ସନ୍ଧ୍ୟାରେ ହଠାତ ବର୍ଷିବା ଆରମ୍ଭ କରିଥିଲା। ଆକାଶରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିବା ସାଙ୍ଗକୁ ମୂଷଳ ଧାରାରେ ଛେଚିଥିଲା ବର୍ଷା। ଆଉ ତା ପରେ ଏଭଳି ଦୃଶ୍ୟ। ରାତି ପ୍ରାୟ ୮ଟାରୁ ୨ ଯାଏଁ ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ଜଳମଗ୍ନ ହୋଇଥିଲା। ମହାନଗରରୀ ବହୁ ଅଞ୍ଚଳ ବିଶେଷକରି ବୋରିଭାଲି, ଭିଖ୍ରୋଲି, ଚେମ୍ବୁର, ପଶ୍ଚିମ ଅନ୍ଧେରୀ ଆଦି ଅଞ୍ଚଳରେ ସୃଷ୍ଟି ହୋଇଥିଲା।

Advertisment

ନଦୀ ଓ ସମୁଦ୍ରର ସ୍ଥିତି ରାତି ଅଧରେ ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିବାରୁ ଆକ୍ତାମାକ୍ତା ହୋଇପଡ଼ିଥିଲା ଜନଜୀବନ। ଏପଟେ ରାସ୍ତାଘାଟର ଦୃଶ୍ୟ ନକହିବା ଭଲ। ଚୁନାଭାଟି, ସିଓନ, ଦାଦର, ଗାନ୍ଧି ମାର୍କେଟ, କୁର୍ଲା ଏଲବିଏସ୍ ରୋଡ୍ ଆଦି ଅଞ୍ଚଳରେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଛାତିଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଥିଲା। ଠପ୍ ହୋଇପଡ଼ିଥିଲା ଚଳଚଂଚଳ ମୁମ୍ବାଇ। ବନ୍ଦ ହୋଇଥିଲା ଗାଡ଼ି ମୋଟର। ଆଉ ରେଳସେବା ସିଓ୍ୱାନ ଷ୍ଟେସନର ଦୁଇ ପ୍ଲାଟଫର୍ମ ମଝିରେ ଚାଲୁଥିବା ବର୍ଷା ପାଣିର ସୁଅ ନଦୀର ଭ୍ରମ ସୃଷ୍ଟି କରୁଛି। ସେହିଭଳି କୃତ୍ରିମ ହ୍ରଦର ରୂପ ନେଇଥିଲା ହିନ୍ଦମାତା ଅଞ୍ଚଳରେ ଏ ମୁଖ୍ୟ ରାସ୍ତା।

ଏପଟେ ଲଗାଣ ବର୍ଷା ଯୋଗୁଁ ସହରତଳି ଅଞ୍ଚଳରେ ରାତି ସାରା ଘଟି ଚାଲିଥିଲା ଗୋଟିଏ ପରେ ଗୋଟିଏ ଅଘଟଣ। ଅତ୍ୟଧିକ ବର୍ଷାରୁ ଚେମ୍ବୁର ଭାରତ ନଗର ଅଞ୍ଚଳରେ ଏକାଧିକ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମାଟି ଅତଡ଼ା ଧସି ବହୁ ଲୋକ ଆହତ ବି ହୋଇଛନ୍ତି। ସେହିଭଳି ଭିକ୍ରୋଲି ଅଞ୍ଚଳରେ ବହୁ କଚ୍ଚା ଘର ଭୁଶୁଡ଼ି ପଡ଼ିଥିବାରୁ ଏଠାରେ ବି ୫ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

Advertisment

ରାତି ତମାମ ବର୍ଷା ଯୋଗୁଁ ଉଦ୍ଧାର କାମରେ ବାଧା ସୃଷ୍ଟି ହେବାରୁ ଆଜି ଦିନ ତମାମ ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବାହିନୀ। ଏପଟେ ସହରରେ ପ୍ରବଳ ବର୍ଷାକୁ ଦେଖି ଉଭୟ କେନ୍ଦ୍ରୀୟ ଓ ପଶ୍ଚିମ ରେଳବାଇ ପକ୍ଷରୁ ରେଳସେବା ବନ୍ଦ ସାଙ୍ଗକୁ ସହରରେ ଜଳ ଯୋଗାଣ ସେବାକୁ ବି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରଖାଯାଇଛି। 

ମୁମ୍ବାଇ ମହାନଗରରୀରେ ଜଳ ପ୍ରଳୟ ନୂଆ ନୁହେଁ। ମୌସୁମୀ ସକ୍ରିୟ ଥିବା ବେଳେ ପ୍ରତିବର୍ଷ ମହାନଗରବାସୀଙ୍କୁ ନାକେଦମ କରିଥାଏ ବର୍ଷା ବିପତ୍ତି। ଗତକାଲି ରାତିରେ କେବଳ ୧୫୬.୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେପଟେ ଆଗାମୀ ୫ ଦିନ ଧରି ବର୍ଷା ଲାଗି ରହିବାକୁ ଥିବାରୁ ମହାନଗରୀବାସିନ୍ଦାଙ୍କୁ ଅଧିକ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Advertisment
India News Weather Mumbai Rains Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ