• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନିଆଁରେ ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ । ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଦାଦନ ଶ୍ରମିକ ହୋଇଥିବା ଜଣାପଡିଛି ।

ଲୁଧିଆନା ଇଷ୍ଟ ଆସିଷ୍ଟାଣ୍ଟ ପୋଲିସ କମିଶନର ସୁରିନ୍ଦର ସିଂହଙ୍କ ସୂଚନା ଅନୁସାରେ, ମୃତକ ଦାଦନ ଶ୍ରମିକମାନେ ଟିବା ରୋଡ଼ରେ ଅଳିଆ ଗଦା ପାଖରେ ଥିବା ଗୋଟିଏ କୁଡିଆରେ ଶୋଇଥିଲେ । ଆଜି ଭୋରରୁ କୌଣସି କାରଣରୁ ତାଙ୍କ କୁଡିଆରେ ନିଆଁ ଲାଗି ଜଳି ଯାଇଥିଲା । ଯାହା କାରଣରୁ ଶୋଇଥିବା ଅବସ୍ଥାରେ ପୋଡ଼ି ହୋଇ ସମସ୍ତଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

ଏନେଇ ସୁରିନ୍ଦର ସିଂହ କହିଛନ୍ତି ଯେ, ‘ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସିଭିଲ୍ ହସ୍ପିଟାଲର ଡାକ୍ତରଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡିସି ସୁରବି ମଲିକ ଏବଂ ପୋଲିସ କମିଶନର କୋସ୍ତବ ଶର୍ମା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ମୃତ ଦେହ ଜବତ କରିବାଥିବାବେଳେ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରଣ କରିଛି । ଘଟଣା ସ୍ଥଳରେ ଫରେନ୍ସିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।’

ତେବେ ସମସ୍ତେ ଶୋଇଥିବା ଅବସ୍ଥଆରେ ଜାଣିଶୁଣି କିଏ ନିଆଁ ଲଗାଇଥିବାର ଅନୁମାନ କରାଯାଉଛି ।