Advertisment

ପରଲୋକରେ ଜମ୍ମୁକଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଶାହା ଗିଲାନୀ

ଜାମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲି ଶାହା ଗିଲାନୀଙ୍କର ୯୨ ବର୍ଷ ବୟସରେ ଶ୍ରୀନଗରଠାରେ ପରଲୋକ  ହୋଇଯାଇଛି।ଦୀର୍ଘଦିନ ଅସୁସ୍ଥ ରହିବା ପରେ ବୁଧବାର ରାତି ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Separatist Leader Syed Ali Shah Geelani

Separatist Leader Syed Ali Shah Geelani

Advertisment

ଶ୍ରୀନଗର: ଜାମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲି ଶାହା ଗିଲାନୀଙ୍କର ୯୨ ବର୍ଷ ବୟସରେ ଶ୍ରୀନଗରଠାରେ ପରଲୋକ  ହୋଇଯାଇଛି। ଦୀର୍ଘ ୩ ଦଶନ୍ଧି ଧରି ବିଚ୍ଛିନ୍ନତାବାଦୀ ନେତା ଭାବେ ରାଜନୀତିରେ ସକ୍ରିୟ ସଦସ୍ୟ ଥିଲେ ଗିଲାନୀ। ହୁରିୟାତ ସଙ୍ଗଠନ ସହ ରାଜନୀତିରୁ କିଛି ବର୍ଷ ହେଲା ସନ୍ୟାସ ନେଇଥିଲେ  । ୨୦୧୮ରେ ହୃଦଘାତ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା । ସେହିଦିନଠାରୁ ଅସୁସ୍ଥତା ଲାଗିରହିଥିଲା। ବୁଧବାର ରାତି ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

Advertisment

ଗିଲାନୀଙ୍କ ମୃତ୍ୟୁରେ ପିପୁଲ୍‌ସ ଡେମୋକ୍ରାଟିକ ଫ୍ରଣ୍ଟ ପ୍ରମୁଖ ନେତ୍ରୀ ମେହବୁବା ମୁଫ୍‌ତିଙ୍କ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି ।  ଗିଲାନୀଙ୍କ ପରଲୋକ ହେବା ପରେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି  । ଏମିତିକି ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି।  ସୁରକ୍ଷା ଦୃଷ୍ଟିରୁ ହୁରିୟାତର କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।  

Advertisment

ପାକିସ୍ତାନ ସମର୍ଥକ କୁହାଯାଉଥିବା ଗିଲାନୀ ତିନି ଥର ବିଧାନସଭା ସଦସ୍ୟ ଥିଲେ। ଗିଲାନୀ ୧୯୭୨, ୭୭  ଏବଂ ୮୭ରେ ଜମ୍ମୁ କଶ୍ମୀରର ସୋପୋର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମେ ଗିଲାନୀ ଜମାତ-ଏ-ଇସଲାମୀ କଶ୍ମୀର ସହ ଜଡ଼ିତ ଥିଲେ। ପରେ ତହରିକ-ଏ-ହୁରିଆତ ନାମରେ ନିଜର ଦଳ ଗଠନ କରିଥିଲେ। ପରେ ୧୯୯୩ରେ ୨୬ଟି ବିଚ୍ଛିନ୍ନତାବାଦୀ ସଂଗଠନ ସହ ମିଶି ଅଲ୍‌ପାର୍ଟି ହୁରିଆତ୍‌ କନ୍‌ଫରେନ୍ସ ନାମରେ ଏକ ବୃହତ୍‌ ସଂଗଠନ ତିଆରି କରିଥିଲେ। ଗିଲାନୀ ଏହାର ଅଧ୍ୟକ୍ଷ ଥିଲେ। ଗତବର୍ଷ ସେ ଏହି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଏବଂ ଦଳ ସହ ସମସ୍ତ ସମ୍ପର୍କ  ଛିନ୍ନ କରିଥିବା ଘୋଷଣା କରିଥିଲେ। ଗତବର୍ଷ ତାଙ୍କୁ 

କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫିଙ୍ଗୁଥିବା ବ୍ୟକ୍ତି ଗିଲାନୀଙ୍କୁ ବାବ୍‌ ନାମରେ ଡାକନ୍ତି। ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା କାରଣରୁ ଜୀବନର ଅଧିକାଂଶ ସମୟ ତାଙ୍କର ଜେଲ୍‌ରେ କଟିଗଲା।୨୦୧୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିଲାନି ନିଜ ଘରେ ନଜରବନ୍ଦୀ ଭାବେ ରହିଥିଲେ। 

Advertisment

ଗିଲାନୀ ସୋପାରରେ ତାଙ୍କର ଶିକ୍ଷାରମ୍ଭ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ଲହୋର ଯାଇଥିଲେ। ସେଠାରେ କୋରାନ ଅଧ୍ୟୟନ କରିବା ସହ ଧର୍ମଶାସ୍ତ୍ର ଅଧ୍ୟୟନ କରି କଶ୍ମୀର ଫେରିଥିଲେ। କଶ୍ମୀରରେ ଅଧ୍ୟାପକ ଭାବେ ଚାକିରୀ କରିଥିଲେ। ଅଧ୍ୟାପକ ଥିବା ସମୟରେ ସେ ଜମାତ-ଏ-ଇସ୍‌ଲାମୀ ସହ ଜଡ଼ିତ ଲୋକଙ୍କ ସମ୍ପର୍କରେ ଆସିଥିଲେ। ଏହା ପରେ ଦଳର ପ୍ରମୁଖ ଦାୟିତ୍ୱ ନେଇଥିଲେ।

ଗତବର୍ଷ ଗିଲାନୀଙ୍କୁ ପାକିସ୍ତାନ ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଏ-ପାକିସ୍ତାନ ଦେଇ ସମ୍ମାନିତ କରିଥିଲା।  ତେବେ ଏହି ସମ୍ମାନ ନେବା ପାଇଁ ଗିଲାନୀ ଯାଇ ନ ଥିଲେ। 

Jammu Kashmir Separatist Leader Syed Ali Shah Geelani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ