Indian Army Duty In Desert
ରାଜସ୍ଥାନର ତତଲା ମରୁରେ କେମିତି ଡ୍ୟୁଟି କରନ୍ତି ଯବାନ ? ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରୁ ଆପଣ ଜାଣିପାରୁଥିବେ। ମାତ୍ର ୩୫ ସେକେଣ୍ଡରେ ଜଣେ ବିଏସ୍ଏଫ୍ ଯବାନ ରାଜସ୍ଥାନ ବିକାନେରର ତତଲା ବାଲିରେ ପାମ୍ପଡକୁ ଭାଜି ଦେଖାଇଛନ୍ତି ।
ବାଲିରେ ମାତ୍ର ୩୫ ସେକେଣ୍ଡ ଘୋଡ଼ାଇ ରଖି ବାହାର କରିବା ପରେ ପାମ୍ପଡ ପୁରା ଭାଜି ହୋଇଯାଇଛି । ଯେତେବେଳେ ସାରା ଦେଶରେ ଗ୍ରୀଷ୍ମ ଲହରୀରେ ଲୋକେ ତତଲା କଡ଼େଇରେ ଭାଜି ହେଉଛନ୍ତି ଠିକ୍ ସେତିକି ବେଳେ ଭାରତ-ପାକିସ୍ତାନ ସୀମାରେ ଡ୍ୟୁଟିରେ ଥିବା ଜଣେ ବିଏସଏଫ ଯବାନ ପ୍ରମାଣିତ କରୁଛନ୍ତି ଯେ, ସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ଦେଶ ସୁରକ୍ଷା ପ୍ରଥମ । ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ଏହି ଭିଡିଓ ଏବଂ ଏଥିରେ ନଜର ଆସୁଥିବା ଯବାନଙ୍କୁ ଢେର ପ୍ରଶଂସା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716391450.jpg)