Security Forces Bust 5 Maoist Bunkers
ମାଟି ତଳେ ମାଓବାଦୀଙ୍କ ଚାଲ୍। ବଙ୍କର୍ ଖୋଳି ରଚୁଥିଲେ ଆତଙ୍କୀ ଷଡ଼ଯନ୍ତ୍ର। ଝାଡ଼ଖଣ୍ଡ ଚାଇବାସା ଛୋଟାନାଗରାରେ ନକ୍ସଲଙ୍କ ବଡ଼ ଆତଙ୍କବାଦୀ ଯୋଜନାକୁ ଫଣ୍ଡ କରିଛନ୍ତି ସୁରକ୍ଷାବାହିନୀ। IED ଜବତ କରି ନଷ୍ଟ କରିବା ସହ ନକ୍ସଲ ବଙ୍କରକୁ ମଧ୍ୟ ଠାବ କରି ଧ୍ବଂସ କରାଯାଇଛି।
ମାଟି ତଳେ ବଡ଼ ବଡ଼ ବଙ୍କର୍ କରାଯାଇଛି। ବଙ୍କର୍ ତଳେ ବିସ୍ଫୋରକ ଖଞ୍ଜିଥିଲେ ନକ୍ସଲ। ଜଙ୍ଗଲ ଭିତରେ ନକ୍ସଲ ବଙ୍କର୍ କରିଥିଲେ। ସବୁ ବଡ଼ ବଡ଼ ଆତଙ୍କୀ ଯୋଜନା କରୁଥିଲେ ମାଓବାଦୀ ମାନେ। ୫ଟି ନକ୍ସଲ ବଙ୍କରକୁ ଠାବ କରି ଧ୍ବଂସ କରିଛନ୍ତି ଯବାନ। ଅପରେସନରେ ଦୁଇଟି IED, ବିସ୍ପୋରଣ ପାଇଁ ବ୍ୟବହାର ସାମଗ୍ରୀ ଏବଂ ଡେଟୋନେଟର ସହ ବିପୁଳ ପରିମାଣର ଅନ୍ୟ ବିସ୍ଫୋରକ ଜବତ ହୋଇଛି।
ଏପଟେ ଭୁଶୁଡ଼ୁଛି ମାଓ ଗଡ଼। ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିଛନ୍ତି ୬ ଜଣ ହାଡକୋର୍ ମାଓବାଦୀ। ଏମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ମୁଣ୍ଡରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। କୋଣ୍ଟା ଥାନା ଅଞ୍ଚଳରୁ ୨ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବାବେଳେ ବେଜି ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ପାଖରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।
ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ଏହି ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀ ମାନେ ହେଲେ କୁଞ୍ଜାମ ମୁକା, ମାଡଭି ମୁଇୟା, ସୋଡି ଚନ୍ଦ୍ରୁ, ମୁଚାକି ଲଖମା, ସୋଡି ଦେବା ଓ ସିଙ୍ଗା ସୋଡ଼ି। ଗିରଫ ପରେ ଜଙ୍ଗଲ ଭିତରୁ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୭ ମିଟର କୋଡେକ୍ସ ତାର, ୧୫ ମିଟର ବୈଦ୍ୟୁତିକ ତାର, ୫ଟି ଡିଟୋନିଟର୍ ଜବତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752320718.jpg)