Advertisment

ଅରୁଣ ଯୋଗୀରାଜଙ୍କ ଆଉ ଏକ କୀର୍ତ୍ତିମାନ, ଅମରନାଥ ମନ୍ଦିର ପାଇଁ ତିଆରି କଲେ ନନ୍ଦୀ ମୂର୍ତ୍ତି

ଏହି ନନ୍ଦୀ ମୂର୍ତ୍ତି ଦେହରେ ଘଣ୍ଟି, ମାଳ ଏବଂ ଦଉଡ଼ିକୁ ମଧ୍ୟ ନିଖୁଣ ଭାବେ ପଥରରେ ଉତାରିଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ । କିଛି ଦିନ ତଳେ ଏହି ମୂର୍ତ୍ତି ମହୀଶୁରରୁ ପଠାଯାଇ ଅମରାନାଥ ପୀଠ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।

ଅଦ୍ୟତନ ହୋଇଛି
Arun Yogiraj

Arun Yogiraj

Advertisment

ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଉଥିବା ରାମଲାଲଙ୍କ ବିଗ୍ରହ ନିର୍ମାଣ କରିଥିବା ମହୀଶୂରର ବିଶିଷ୍ଟ ପ୍ରସ୍ତର ମୂର୍ତ୍ତି କାରୀଗର ଅରୁଣ ଯୋଗୀରାଜଙ୍କ ଆଉ ଏକ କୀର୍ତ୍ତିମାନ । ଜାମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ଅମରନାଥ ମନ୍ଦିର ଆଗରେ ସ୍ଥାପିତ ହେବାକୁ ଥିବା ନନ୍ଦୀ ମୂର୍ତ୍ତି ନିର୍ମାଣ କରିଛନ୍ତି ଯୋଗୀରାଜ । ଖଣ୍ଡିଏ କଳା ମୁଗୁନି ପଥରରୁ ତାଙ୍କ ନିହଣ ମୂନରେ ଜୀବନ୍ତ ରୂପ ପାଇଛି ଆକର୍ଷଣୀୟ ନନ୍ଦୀ ମୂର୍ତ୍ତି ।

Advertisment

ଏହି ନନ୍ଦୀ ମୂର୍ତ୍ତି ଦେହରେ ଘଣ୍ଟି, ମାଳ ଏବଂ ଦଉଡ଼ିକୁ ମଧ୍ୟ ନିଖୁଣ ଭାବେ ପଥରରେ ଉତାରିଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ । କିଛି ଦିନ ତଳେ ଏହି ମୂର୍ତ୍ତି ମହୀଶୁରରୁ ପଠାଯାଇ ଅମରାନାଥ ପୀଠ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଶିଳ୍ପୀ ଅରୁଣ ଯୋଗୀରାଜ ଏହି ମୂର୍ତ୍ତିର ଫଟୋ ସୋସିଆଲ ଏକ୍ସରେ ସେୟାର କରିଛନ୍ତି । ହିନ୍ଦୁଙ୍କ ଅନ୍ୟତମ ଆରାଧ୍ୟ ସ୍ଥଳୀ ଅମରନାଥ ମନ୍ଦିର ଆଗରେ ପୂଜା ପାଇବାକୁ ଯାଉଥିବା ନନ୍ଦୀ ମୂର୍ତ୍ତି ନିର୍ମାଣ ପାଇଁ ପୀଠ କର୍ତ୍ତୃପକ୍ଷ ତାଙ୍କୁ ସୁଯୋଗ ଦେଇଥିବାରୁ ଏଥିପାଇଁ ସେ ନିଜକୁ ଭାଗ୍ୟବାନ ମଣିବା ସହ ଶ୍ରୀଅମରନାଥ ପୀଠ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Advertisment

ଆଦି ଶଙ୍କରାଚାର୍ଯ୍ୟ, ନେତାଜୀ, ସ୍ବଂୟ ଶ୍ରୀରାମ ଆଉ ଏବେ ଅମରନାଥ ମନ୍ଦିର ଆଗରେ ସ୍ଥାପିତ ହେବେ ନନ୍ଦୀ ମୂର୍ତ୍ତି । ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ଅରୁଣ ଯୋଗୀରାଜଙ୍କ କଳାର ଏହା ଆଉ ଏକ ବଡ଼ ଯାତ୍ରା । ଅରୁଣଙ୍କ ପରିବାରର ୫ ପିଢ଼ି ଧରି ମୂର୍ତ୍ତିରେ ଜୀବନ ଦେଇ ଆସିଛନ୍ତି। ଅରୁଣଙ୍କ ଜେଜେବାପା ମହିଶୂର ରାଜବଂଶ ପାଇଁ ପଥରରେ ମୂର୍ତ୍ତି ନିର୍ମାଣ କରୁଥିଲେ। ଅରୁଣ ମହିଶୂରର ପ୍ରସିଦ୍ଧ ୧୨ ଫୁଟର ହନୁମାନ, ପ୍ରସିଦ୍ଧ ନନ୍ଦୀ ନିର୍ମାଣ କରି ସାରା ଦକ୍ଷିଣ ଭାରତରେ ପ୍ରମୁଖ ସ୍ଥପତି ଭାବେ ପରିଚୟ ସୃଷ୍ଟି କରିଥିଲେ। ହେଲେ ଦିଲ୍ଲୀ ଅମର ଯବାନ ଜ୍ୟୋତି ପାଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ବେଳକୁ ସାରା ଦେଶରେ ପ୍ରମୁଖ ଚେହେରା ଭାବେ ସାମ୍ନାକୁ ଆସିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସବୁଠୁ ପସନ୍ଦର ମୂର୍ତ୍ତି ନିର୍ମାଣ କରି ହଟ୍ ଫେଭରେଟ୍ ପାଲଟିଥିଲେ ଅରୁଣ। ଅମର ଯବାନ ଜ୍ୟୋତି ପାଖରେ ୩୦ ଫୁଟର ନେତାଜୀ ମୂର୍ତ୍ତି ପରେ କେଦାରନାଥ ପୀଠରେ ୧୨ ଫୁଟର ଆଦି ଶଙ୍କରାଚାର୍ଯ୍ୟଙ୍କ ବିଗ୍ରହ ବି ଅରୁଣଙ୍କ ହାତର କମାଲ୍ । ସେହିପରି ପ୍ରଭୁ ଶ୍ରୀରାମ ମନ୍ଦିରର ଗର୍ଭଗୃହରେ ବି ଅରୁଣ ଯୋଗୀରାଜଙ୍କ ହାତ ତିଆରି ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛନ୍ତି ।

Advertisment
Amarnath Yatra Sculptures
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ