• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିକ୍ଷକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ଼ । ଝାଡ଼ଖଣ୍ଡ ଦୁମକାର ଏକ ଗାଁର ଏକ ସରକାରୀ ବିଦ୍ୟାଳୟର ଛାତ୍ରମାନେ ଶିକ୍ଷକଙ୍କୁ ଏକ ଗଛରେ ବାନ୍ଧି ମାଡ଼ ମାରିଥିବା ସୂଚନା ମିଳିଛି । ଶିକ୍ଷକ କମ୍ ମାର୍କ ଦେଇଥିବାରୁ ଏପରି କରିଥିବା ଛାତ୍ରମାନେ ଅଭିଯୋଗ ହୋଇଛି । ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ଗଛରେ ବାନ୍ଧିଥିବା ଛାତ୍ରମାନେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି । ପ୍ରାକ୍ଟିକାଲ ପରୀକ୍ଷାରେ କମ୍‌ ମାର୍କ ଯୋଗୁଁ ସେମାନେ ପାସ୍‌ କରିପାରିନଥିଲେ । ତେଣୁ ଏପରି ବର୍ବର କାଣ୍ଡ ଘଟାଇଥିବା ସୂଚନା ମିଳିଛି ।

ଦୁମକାର ଗୋପିକନ୍ଦର ଥାନା ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରେ ଗତକାଲି ଏହି ଘଟଣା ଘଟିଛି । ଅଗଷ୍ଟ ୨୬ରେ ନବମ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ନବମ ଶ୍ରେଣୀର ୧୧ ଜଣ ଛାତ୍ର ବିଫଳ ହୋଇଥିଲେ । ଏହି କାରଣରୁ ରାଗ ଜର ଜର ହୋଇ ନବମ ଶ୍ରେଣୀର କିଛି ଛାତ୍ର ମିଶି ଏକ ଗୋଷ୍ଠୀ କରିଥିଲେ ଓ ବିଦ୍ୟାଳୟର ଶିକ୍ଷକ କୁମାର ସୁମନ ଏବଂ କିରାଣୀ ସୋନେରାମଙ୍କ ନିକଟରେ ପହଞ୍ଚିଥିଲେ । ପ୍ରାକ୍ଟିକାଲ ମାର୍କ ବ‍ଢ଼ାଇବା ପାଇଁ ଜିଦ୍ ଧରିଥିଲେ । ହେଲେ ଶିକ୍ଷକ ଏପରି କରିବାକୁ ମନା କରିବାରୁ ସେମାନେ ରାଗି ଗଛରେ ବାନ୍ଧି ପକାଇଥିଲେ ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ଏସମ୍ପର୍କରେ ଖବର ପାଇ ଗୋପିକନ୍ଦର ବିଡିଓ ଓ ଥାନାଧିକାର ତୁରନ୍ତ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ ।

ତେବେ ଶିକ୍ଷକଙ୍କୁ ମାଡ଼ ମାରିଥିବା ଛାତ୍ରମାନେ ଓଲଟା ଅଭିଯୋଗ କରିଛନ୍ତି । ସେମାନଙ୍କୁ ଜାଣିଶୁଣି କମ୍ ମାର୍କ ଦିଆଯାଇଛି, ଫଳରେ ସେମାନେ ଫେଲ୍ ହୋଇଥିବା କହିଛନ୍ତି । ପିଲାମ‌ାନେ ପ୍ରାକ୍ଟିକାଲ ମାର୍କ ଦେଖିବାକୁ କହିବା ପରେ ପ୍ରିନ୍ସିପାଲ କୁଆଡ଼େ ଖାତା ଦେଖାଇବାକୁ ମନା କଲେ। ଶେଷରେ ସେମାନେ ତା’ପରେ କିରାଣିଙ୍କ ପାଖକୁ ମଧ୍ୟ ଯାଇଥିଲେ । ହେଲେ ସେ ବି ଖାତା ଦେଖାଇବାକୁ ମନା କରିଦେଲେ । ଆଏହି ଘଟଣାରେ ଶିକ୍ଷକଙ୍କୁ ସାମାନ୍ୟ ଆଘାତ ମଧ୍ୟ ଲାଗିଛି ।

ଏବିଷୟରେ ଅବଗତ ହେବାପରେ ପ୍ରଶାସନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛି । ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି, “ଆମେ ଘଟଣା ସମ୍ପର୍କରେ ସୂଚନା ପାଇଛୁ ଏବଂ ସମସ୍ତ ଶିକ୍ଷକଙ୍କ ସହ କଥା ମଧ୍ୟ ହୋଇଛୁ । ସେଠାରେ ପହଞ୍ଚିବା ପରେ ଛାତ୍ରମାନେ କହିଥିଲେ, ସେମାନଙ୍କୁ ପ୍ରାକ୍ଟିକାଲରେ କମ୍ ମାର୍କ ଦିଆଯାଇଛି । ଆଉ ଶିକ୍ଷକ ପ୍ରାକ୍ଟିକାଲ ମାର୍କ ଦେଖାଉ ନାହାନ୍ତି ।

ତେବେ ପ୍ରକୃତ ଘଟଣା ସମ୍ପର୍କରେ ସ୍ପଷ୍ଟ ହୋଇନଥିଲା ସୁଦ୍ଧା ଶିକ୍ଷକଙ୍କୁ ମାଡ଼ ମାରିବା ଅତ୍ୟନ୍ତ ନିନ୍ଦନୀୟ । ଗୁରୁଙ୍କ ଉପରେ ହାତ ଉଠାଇବା କେବେ କ’ଣ କାହାର ଉନ୍ନତି ହୋଇପାରିବ ।