Advertisment

୫ ଶକ୍ତିଶାଳୀ ରାଷ୍ଟ୍ରରେ ରହିଛି ଅଗ୍ନିପଥ ଯୋଜନା ଭଳି ବ୍ୟବସ୍ଥା

ଆସନ୍ତୁ ନଜର ପକାଇବା ଏଭଳି କିଛି ଦେଶରେ କାର୍ଯ୍ୟ କରୁଥିବା ସେନା ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ।

ଅଦ୍ୟତନ ହୋଇଛି
Agneepath Yojana

Agneepath Yojana

Advertisment

ଅଗ୍ନିପଥ ଯୋଜନା ଭାରତରେ ଘୋଷଣା ହେବା ପୂର୍ବରୁ ବିଶ୍ୱର ଅନେକ ରାଷ୍ଟ୍ରରେ ଏପରି ଯୋଜନା କାର୍ଯ୍ୟ କରୁଛି। ଆମେରିକା, ଚୀନ୍, ରଷିଆ ଭଳି ଶକ୍ତିଶାଳୀ ରାଷ୍ଟ୍ରମାନେ ନିଜର ସୈନ୍ୟ ସାମର୍ଥକୁ ବଢ଼ାଇବାକୁ ଏପରି ବ୍ୟବସ୍ଥା କରିଛନ୍ତି। କିଛି ଦେଶରେ ତ ସେନାରେ ଭର୍ତ୍ତି ହେବା ବାଧ୍ୟତାମୂଳକ କରାଯାଇଛି। କେଉଁଠି ବର୍ଷେ ପାଇଁ ତ ଆଉ କେଉଁଠି ୪ ବର୍ଷ ପାଇଁ ସେନାରେ କାର୍ଯ୍ୟ କରନ୍ତି ଯୁବପିଢ଼ି ଦେଖନ୍ତୁ ଏହି ରିପୋର୍ଟ।

Advertisment

ଖାଲି ଭାରତରେ ନୁହେଁ ବିଶ୍ୱର ଅନେକ ଶକ୍ତିଶାଳୀ ରାଷ୍ଟ୍ରରେ ଅଗ୍ନିପଥ ଭଳି ଯୋଜନା ରହିଛି। ଯେଉଁଠି ନିର୍ଦ୍ଦିଷ୍ଟ ସମୟ ଯାଏଁ ସେନାରେ କାର୍ଯ୍ୟ କରନ୍ତି ଯୁବ ପିଢ଼ି। ଆସନ୍ତୁ ନଜର ପକାଇବା ଏଭଳି କିଛି ଦେଶରେ କାର୍ଯ୍ୟ କରୁଥିବା ସେନା ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ।

ଆମେରିକା- ବିଶ୍ୱ ସବୁଠୁ ବଡ଼ ସେନାବାହିନୀ ଥିବା ରାଷ୍ଟ୍ର। ଏଠାରେ ପ୍ରତି ଯୋଗ୍ୟ ପୁରୁଷ ସେନାରେ କାର୍ଯ୍ୟ କରିବା ବାଧ୍ୟତାମୂଳକ କରାଯାଇଛି। ଦେଶ ଉପରେ କୌଣସି ବିପଦ ଦେଖାଦେଲେ, ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହି ବ୍ୟବସ୍ଥା ଲାଗୁ ହୋଇଥାଏ। ଏହି ସମୟରେ ୪ ବର୍ଷିଆ ସେବା ସହ ଆଉ ୪ ବର୍ଷ ରିଜର୍ଭ ଡ୍ୟୁଟି ବ୍ୟବସ୍ଥା ରହିଛି। ରିଜର୍ଭ ସମୟରେ ଆବଶ୍ୟକ ପଡ଼ିଲେ ପୁଣି ଥରେ ସେନାରେ ଯୋଗ ଦେବାକୁ ଡକରା ହୋଇଥାଏ। ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଭିଏତନାମ୍ ୱାର୍ ବେଳେ ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି। 

Advertisment

ଚୀନ୍: ଏଠାରେ ସ୍ବଳ୍ପ ମିଆଦି ଭାବେ ସେନାରେ ଭର୍ତ୍ତି ହେବା ବ୍ୟବସ୍ଥା ଅଧିକ କଡ଼ାକଡ଼ି। ଚୀନ ସମ୍ବିଧାନର ଆର୍ଟିକାଲ୍ ୫୫ ଅନୁସାରେ ପ୍ରତ୍ୟେକ ନାଗରିକ ନିଜ ଜନ୍ମମାଟିର ସୁରକ୍ଷା ପାଇଁ ସର୍ବଦା ଚେଷ୍ଟା କରିବେ। ତେଣୁ ସେନାରେ ସେବା ଦେବା ବାଧ୍ୟତାମୂଳକ ସହ ଏହାକୁ ସମ୍ମାନଜନକ ବୋଲି ଅଭିହିତ କରାଯାଇଛି। ଚୀନ୍ ସ୍ଥଳ ସେନାରେ ୩ ବର୍ଷ, ବାୟୁ ଓ ନୌସେନାରେ ୪ ବର୍ଷ ଲେଖାଏଁ କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ କରାଯାଇଛି।

ରଷିଆ: ଏଠି ବି ପ୍ରତି ପୁରୁଷ ସେନାରେ ସାମିଲ ହେବା ବାଧ୍ୟତାମୂଳକ। ୧୮ରୁ ୨୭ ବର୍ଷ ବୟସର ସମସ୍ତ ପୁରୁଷ ସେନାରେ ଅନୂନ୍ୟ ବର୍ଷେ କାମ କରିବେ। ଏଥିପାଇଁ ଅଲଗା ୮ ମାସର ଟ୍ରେନିଂ ଦିଆଯାଇଥାଏ। ବର୍ଷେ ଆକଟିଭ୍ ଡ୍ୟୁଟି ପରେ ପରବର୍ତ୍ତୀ କିଛି ବର୍ଷ ଯାଏଁ ଯବାନଙ୍କୁ ରିଜର୍ଭ ବି ରଖାଯାଇଥାଏ।

Advertisment

ଇସ୍ରାଏଲ: ଦେଶ ଛୋଟ କିନ୍ତୁ ଶକ୍ତିଶାଳୀ ଏହାର ସୈନ୍ୟବାହିନୀ। ଏଠି ବି ସମସ୍ତ ପୁରୁଷ ସେନାରେ କାର୍ଯ୍ୟ କରିବା ବାଧ୍ୟତାମୂଳକ। ୧୯୪୮ରେ ଇସ୍ରାଏଲ ସ୍ୱାଧୀନ ହେବା ପରଠୁ ପ୍ରତି ଯୁବକ ୩୦ ମାସ ଯାଏଁ ସେନାରେ କାର୍ଯ୍ୟ କରିବା ବାଧ୍ୟ। ତେବେ ନିୟମିତ ୧୨ ବର୍ଷ ସେନାରେ କାର୍ଯ୍ୟ କରିବା ପରେ ହିଁ ସେମାନଙ୍କ ପାଇଁ ଲାଗୁ ହୋଇଥାଏ ପେନସନ୍ ବ୍ୟବସ୍ଥା। 

ଫ୍ରାନ୍ସ: ୟୁରୋପୀୟ ଦେଶ ମଧ୍ୟରେ ସବୁଠୁ ଅଧିକ ସୈନ୍ୟ ଥିବା ରାଷ୍ଟ୍ର ଫ୍ରାନ୍ସରେ। ଫୋର୍ସେସ୍ ଆର୍ମ ଫାନସିସ୍ ଭାବେ ଫ୍ରାନ୍ସରେ ସେନା ନିଯୁକ୍ତି କରାଯାଇଥାଏ। ଏହି ବ୍ୟବସ୍ଥାରେ ଦେଶର ଯୁବକଙ୍କୁ ସ୍ୱତନ୍ତ୍ର ତାଲିମ ପରେ ବର୍ଷେ ପାଇଁ ସେନାରେ କାର୍ଯ୍ୟ କରିବାକୁ ପଡ଼େ। ଆବଶ୍ୟକସ୍ଥଳରେ କାର୍ଯ୍ୟକାଳକୁ ୫ ବର୍ଷ ଯାଏଁ ବଢ଼ାଯାଇଥାଏ।

ଆମେରିକା, ରଷିଆ, ଚୀନ ସମେତ ଅନ୍ୟ ଦେଶର ସିଂହ ଭାଗ ସୈନ୍ୟଙ୍କୁ ସ୍ୱଳ୍ପମିୟାଦି ବ୍ୟବସ୍ଥାରେ ନିଯୁକ୍ତି ଦିଆଯାଇଥାଏ।

Protest Union Government Agnipath Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ