• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭିଡ଼ ହିଂସାର ଶିକାର ହୋଇଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବା ପ୍ରସଙ୍ଗରେ କେନ୍ଦ୍ର ଓ ୬ ରାଜ୍ୟକୁ ନୋଟିସ୍ । ଏହି ନୋଟିସ୍ ଜାରି କରିଛନ୍ତି

ସୁପ୍ରିମକୋର୍ଟ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ଦେଶର ଅନେକ ସ୍ଥାନରେ ଭିଡ଼ ହିଂସା ଦେଖିବାକୁ ମିଳିଛି କିଛି ବର୍ଷ ହେଲା । କିଛି କାରଣ ଥାଉ କି ନ ଥାଉ ଏପରିକି ଗୁଜବର ବଶବର୍ତ୍ତୀ ହୋଇ ଉତ୍ତେଜିତ ଲୋକେ ପିଟି ପିଟି ମାରି ଦେଉଛନ୍ତି ।

ଏପରି ମାମଲାରେ ତୁରନ୍ତ ୧୫୩ ଏ ଧାରାରେ ଏଫଆଇଆର୍ ରୁଜୁ କରିବା ସହିତ କ୍ଷତିପୂରଣ ଦେବାର ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯେଉଁ ୬ ରାଜ୍ୟର ଡିଜିପିଙ୍କୁ ନୋଟିସ୍ କରାଯାଇଛି, ସେଥିରେ ଓଡ଼ିଶା ମଧ୍ୟ ଅଛି । ଜୁନ ୧୭ ତାରିଖରେ ଦୁଇ ଜଣଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହିତ ବାନ୍ଧି କରି ଚଲାଇ ଚଲାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି।

ଏକ ପିଆଇଏଲ୍‌ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦେଶ ଦେଇଛନ୍ତି । ଏହି ଶୁଣାଣି ବେଳେ ଉଭୟ ଭିଡ଼ ହିଂସା ଓ ଗୋରକ୍ଷା ନାଁରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଆଲୋଚନା ହୋଇଥିଲା ।

ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜେବି ପରଦିୱାଲାଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଏହି ଶୁଣାଣି କରିବା ସହ ୬ଟି ଯାକ ରାଜ୍ୟକୁ ନୋଟିସ୍ କରିଛନ୍ତି । ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଥିବା ବେଳେ ଅନ୍ୟ ୫ଟି ହେଲା, ହରିୟାଣା, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର ।