Advertisment

ଦିଲ୍ଲୀ ହିଂସା: ଜବରଦଖଲ ଉଚ୍ଛେଦ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଏନ୍‌ଡିଏମ୍‌ସି କର୍ମଚାରୀ ଓ ଅଧିକାରୀ ବୁଲଡୋଜର ସହ ଜାହାଙ୍ଗିରପୁରୀରେ ପହଞ୍ଚି ବେଆଇନ ନିର୍ମାଣ ଭାଙ୍ଗିବା ଆରମ୍ଭ କରିଥିଲେ।

SC halts Jahangirpuri demolition drive

SC halts Jahangirpuri demolition drive

Advertisment

ଜାହାଙ୍ଗିରପରୀ ଅଞ୍ଚଳରେ ଉତ୍ତର ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କରାଯାଉଥିବା ଜବରଦଖଲ ଉଚ୍ଛେଦ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଜାହାଙ୍ଗିରପୁରୀରେ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହନୁମାନ ଜୟନ୍ତୀ ଶୋଭାଯାତ୍ରା ପରବର୍ତ୍ତୀ ହିଂସାକାଣ୍ଡକୁ ନେଇ ଆକ୍ସନ ମୁଡ୍‌ରେ ଆସିଥିଲା ଏନଡିଏମ୍‌ସି। ଏହାସହ ଆଜିଠାରୁ ଜାହାଙ୍ଗିରପୁରୀ ଅଞ୍ଚଳରେ ବେଆଇନ ନିର୍ମାଣ ଭଙ୍ଗା ଓ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଥିଲା ଏନଡିଏମସି।

Advertisment

ବ୍ୟାପକ ସୁରକ୍ଷାକର୍ମୀ ମୁତୟନ ଭିତରେ ଆଜି ସକାଳୁ ଏନ୍‌ଡିଏମ୍‌ସି କର୍ମଚାରୀ ଓ ଅଧିକାରୀ ବୁଲଡୋଜର ସହ ଜାହାଙ୍ଗିରପୁରୀରେ ପହଞ୍ଚି ବେଆଇନ ନିର୍ମାଣ ଭାଙ୍ଗିବା ଆରମ୍ଭ କରିଥିଲେ। ହେଲେ ଏହା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଅନ୍ୟପକ୍ଷରେ ଜାହାଙ୍ଗିରପୁରୀ ହିଂସା ମାମଲାରେ ଗିରଫ ୨୪ ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନରେ ମାମଲା ରୁଜୁ ହୋଇଛି।

ଗତ ୧୬ ତାରିଖରେ ଦିଲ୍ଲୀ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଶୋଭାଯାତ୍ରା ବେଳେ ପଥରମାଡ଼ ଓ ଭଙ୍ଗାରୁଜା ବି ହୋଇଥିଲା। ହିଂସାକାଣ୍ଡରେ ଅନେକ ପୋଲିସ୍ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ଆହତ ହେବା ସହ ପଥରମାଡ଼ରେ ଅନେକ ଗାଡ଼ି ମଧ୍ୟ ଭାଙ୍ଗି ଯାଇଥିଲା। 

Advertisment
Supreme Court Delhi Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ