Advertisment

Electoral Bonds: SBI କୁ ସୁପ୍ରିମକୋର୍ଟଙ୍କ ଛାଟ; କାଲି ସୁଦ୍ଧା ତଥ୍ୟ ଦିଅ..

କାଲି ସୁଦ୍ଧା ବଣ୍ଡ ତଥ୍ୟ ଦେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Supreme Court On SBI Electoral Bonds

Electoral Bond

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵ ଗଠିତ ବେଞ୍ଚ ଜଷ୍ଟିସ ସଞ୍ଜୀବ କୁମାର, ବିଆର୍ ଗୱାଇ, ଜେବି ପରଦିୱାଲା ଓ ମନୋଜ ମିଶ୍ର ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Advertisment

କାଲି ସୁଦ୍ଧା ବଣ୍ଡ ତଥ୍ୟ ଦେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟେଟ ବ୍ୟାଙ୍କ ଜୁନ ଯାଏ ସମୟ ମାଗିଥିଲା। ଏହାକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ। ଆଗରୁ ଡେଡ୍ ଲାଇନ ଥିଲା ମାର୍ଚ୍ଚ ୧୩।

ଆଗରୁ ଇଲେକଟୋରାଲ ବଣ୍ଡକୁ ରଦ୍ଦ କରିିଥିଲେ ସୁପ୍ରିମକୋର୍ଟ। ନିର୍ବାଚନୀ ବଣ୍ଡ ବେଆଇନ ବୋଲି କହିଥିଲେ। ଏଥି ପାଇଁ ଷ୍ଟେଟ ବ୍ୟାଙ୍କକୁ କଡ଼ା ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ। ୨୬ ଦିନରେ କଣ କରିଛ ବୋଲି ପଚାରିଲେ। ଜୁନ ଯାଏ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ୍। ଏହାକୁ ବିରୋଧ କରିଥିଲେ ଏଡିଆର୍(ADR)।

Advertisment

ସୂଚନାଯୋଗ୍ୟଯେ, ଗତ ମାସରେ ଏହି ନିର୍ବାଚନୀ ବଣ୍ଡକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। କେଉଁ ଦଳକୁ କେତେ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ ଆକାରରେ ରାଜନୈତିକ ଦଳକୁ ମିଳୁଥିବା ଅର୍ଥ ବ୍ୟବସ୍ଥାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନକୁ ଅସାମ୍ବିଧାନିକ କହିବା ସହ ଦାନ ଦେଇଥିବା ଏବଂ ଦାନ ଗ୍ରହଣ କରିଥିବା ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ସମସ୍ତ ତଥ୍ୟ ମାଗିଥିଲେ। ୧୨ ଏପ୍ରିଲ ୨୦୧୯ ପରଠାରୁ ଆଜି ପର୍ଯ୍ୟନ୍ତ କିଣାଯାଇଥିବା ନିର୍ବାଚନୀ ବଣ୍ଡ ବିଷୟରେ ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା।

ସମସ୍ତ ତଥ୍ୟ ଅଫିସିଆଲ ୱେବସାଇଟରେ ମାର୍ଚ୍ଚ ୧୩ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଗତ ମାର୍ଚ୍ଚ ୪ ତାରିଖରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆସନ୍ତା ଜୁନ ୩୦କୁ ତଥ୍ୟ ଦାଖଲ ସମୟ ବୃଦ୍ଧି କରିବାକୁ ଆବେଦନ କରିଛି। ଏହି ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ଅଧିକ ସମୟ ମାଗିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ତଥ୍ୟ ପ୍ରଦାନ କରାଯାଇନଥିବାରୁ ଏନଜିଓ ଏଡିଆର ପକ୍ଷରୁ ଷ୍ଟେଟ ବ୍ୟାଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ କରାଯାଇଛି।

Supreme Court State Bank Of India SBI Electoral Bonds
Advertisment
Advertisment