Advertisment

ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ଚେତିଲା SBI, ଇଲେକ୍ଟୋରାଲ ବଣ୍ଡ ନେଇ ECIଙ୍କୁ ଦେଲା ସବୁ ତଥ୍ୟ

ଇଲେକ୍ଟୋରାଲ ବଣ୍ଡ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛି SBI।

ଅଦ୍ୟତନ ହୋଇଛି
Electoral Bond

Electoral Bond

Advertisment

ସୁପ୍ରିମକୋର୍ଟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଆଜି ଏକ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠ ଦାଖଲ କରି କହିଛି କି SBI ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିଛି। ଇଲେକ୍ଟୋରାଲ ବଣ୍ଡ ନେଇ ସମସ୍ତ ତଥ୍ୟ ଆମେ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛୁ। ଏଥିରେ ନିର୍ବାଚନୀ ବଣ୍ତ ସହ କେଉଁ ଦଳକୁ କେତେ ଚାନ୍ଦା କେଉଁ କେଉଁ ସଂସ୍ଥା ଦେଇଛନ୍ତି ତା’ର ସମସ୍ତ ତଥ୍ୟ ରହିଛି। ଏହାସହ ଇଲେକ୍ଟୋରାଲ ବଣ୍ଡ ପାଇଥିବା ରାଜନୈତିକ ପାର୍ଟିଙ୍କ ନାମ ଓ ପାର୍ଟିମାନଙ୍କର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ଟି ନମ୍ବର ପ୍ରଦାନ କରାଯାଇଛି । ଏହାବ୍ୟତୀତ ନିର୍ବାଚନୀ ବଣ୍ଡ ନେଇ ଅନ୍ୟ କିଛି ତଥ୍ୟ ବ୍ୟାଙ୍କ ପାଖରେ ନଥିବା କଥା ବ୍ୟାଙ୍କ ତରଫରୁ କୋର୍ଟଙ୍କୁ ସୂଚିତ କରାଯାଇଛି ।

Advertisment

ଏହାପୂର୍ବରୁ ନିର୍ବଚନୀ ବଣ୍ଡ ନେଇ ଏସବିଆଇ ତଥ୍ୟର ତାଳମେଳ ନ ଥିବା କହି କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଦର୍ଶାଇ ଏହାକୁ ଗତମାସ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ୨୦୧୮ ଜାନୁଆରିରେ ମୋଦି ସରକାର ନିୟମ କରିଥିଲେ ଯେ, ଜଣେ ଯେ କୌଣସି ବ୍ୟକ୍ତି ଓ ବ୍ୟାବସାୟିକ ସଂସ୍ଥା ନିଜ ପରିଚୟ ଗୋପନ ରଖି ଇଲେକଟ୍ରୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ।

ସୂଚନା ଅନୁସାରେ ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ରାୟର ଏକ ମାସ ପରେ ବି ଷ୍ଟେଟ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଠିକ୍‌ ଭାବରେ ଡାଟା ଦାଖଲ କରିପାନଥିଲେ। ଯାହାଫଳରେ ସୁପ୍ରିମକୋର୍ଟ ଏସବିଆଇକୁ ତାଗିଦ କରିବାକୁ ପଡିଥିଲା । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ କହିଥିଲେ, ବ୍ୟାଙ୍କ କ’ଣ କୋର୍ଟର ରାୟ ବୁଝିପାରିନଥିଲା। ତେବେ ଗତ ସୋମବାରର ଶୁଣାଣିରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ବ୍ୟାଙ୍କ ଏବଂ କମ୍ପାନୀ ପକ୍ଷରୁ ହାଜର ହୋଇଥିବା ଓକିଲମାନଙ୍କୁ ମାର୍ଚ୍ଚ ୨୧ ତାରିଖ ଅପରାହ୍ନ ୫ଟା ପୂର୍ବରୁ ବଣ୍ଡ ସହ ଜଡିତ ସମସ୍ତ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଏସବିଆଇ ଗୁରୁବାର ନିର୍ବାଚନ ବଣ୍ଡକୁ ନେଇ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦେଇଛି।

Advertisment
Supreme Court SBI Election Commission Of India Electoral Bonds
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ