Advertisment

ଗ୍ରାହକଙ୍କୁ ଆଲର୍ଟ କଲା ଏସବିଆଇ, ଆକାଉଣ୍ଟ ଖାଲି ହେବା ଆଗରୁ ଜାଣନ୍ତୁ ଏସବୁ କଥା

ସାଇବର ଠକଙ୍କ ଠକେଇର ଶିକାର ହେବା ଆଗରୁ ଜାଣନ୍ତୁ ଏ କଥା। ନଚେତ୍ କେତେବେଳେ ଆପଣଙ୍କ ଆଜାଣତରେ ଆକାଉଣ୍ଟ ଖାଲି ହୋଇ ଯାଇପାରେ। ଆପଣ ଯେମିତି ଠକାମୀର ଶିକାର ନ ହେବେ ସେଥିପାଇଁ ଷ୍ଟେଟ ବ୍ୟାଙ୍କ ଜାରି କରିଛି ଏହି ଭିଡ଼ିଓ

SBI Warns Customers Against Cyber Fraud

SBI Warns Customers Against Cyber Fraud

Advertisment

ନୂଆଦିଲ୍ଲୀ: ଡିଜିଟାଲ ଟ୍ରାଞ୍ଜାକ୍ସନ ଯେତିକି ବଢୁଛି ସାଇବର ଠକେଇ ସେତିକି ବଢିବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ତରିକା ଆପଣାଇ କୋଟି କୋଟି ଟଙ୍କା ଠକି ନେଉଛନ୍ତି ଠକ। ମାମଲା ବଢି ଚାଲିଥିବା ବେଳେ ଠକେଇ କମିବା ବଦଳରେ ବଢି ବଢି ଚାଲିଛି। ଆଜିକା ସମୟରେ ଯଦି ଆପଣ କିଛି ବି ଭୁଲ୍ କରନ୍ତି ତେବେ ଆପଣଙ୍କ ଠକେଇର ଶିକାର ହୋଇପାରନ୍ତି। ଏମିତିକି ଆପଣଙ୍କ ଆକାଉଣ୍ଟକୁ ଖାଲି କରି ଦେଇ ପାରନ୍ତି ସାଇବର ଠକ। ତେବେ ଏହି ଠକମାନଙ୍କ ଠାରୁ ବର୍ତ୍ତିବା ପାଇଁ ଗ୍ରାହକମାନଙ୍କୁ ସତର୍କ କରି ଆସୁଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ନକଲି କଷ୍ଟମର କେୟାର ନମ୍ବରକୁ ନେଇ ଏକ ଆଲର୍ଟ ଜାରି କରିବାକୁ ବାଧ୍ୟ ହୋଇଛି ଏସବିଆଇ।

Advertisment

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକମାନଙ୍କୁ ନକଲି କଷ୍ଟମର କେୟାର ନମ୍ବର ପ୍ରତି ସାବଧାନ ରହିବାକୁ ସତର୍କ କରାଇଛି। ଏସବିଆଇ ଟ୍ଵିଟ କରି ଲେଖିଛି ଯେ, ଠକମାନଙ୍କ ଠାରୁ ସାବଧାନ୍ ରୁହନ୍ତୁ। ଯଦି ବ୍ୟାଙ୍କ ସମ୍ୱଦ୍ଦୀୟ କୌଣସି ତଥ୍ୟ ଜାଣିବାର ଚାହାଁନ୍ତି ତେବେ କଷ୍ଟମର କେୟାର ସର୍ଭିସ ପାଇଁ ଏସବିଆଇ ୱେବସାଇଟକୁ ଯାଆନ୍ତୁ। କେବେ ହେଲେ ନିଜର ଗୋପନୀୟ ତଥ୍ୟ କାହା ସହ ସେୟାର କରନ୍ତୁ ନାହିଁ।

Advertisment

ଦେଶର ଅଗ୍ରଣୀ ବ୍ୟାଙ୍କ ଏସବିଆଇ ଏକ ଭିଡିଓ ସେୟାର କରି ତାର ଗ୍ରାହକମାନଙ୍କୁ ସଚେତନ କରାଇଛି। ବ୍ୟାଙ୍କ କହିଛି ଯେ, କୌଣସି ମୂହୁର୍ତ୍ତରେ ଆପଣ ଯଦି ଠକେଇର ଶିକାର ହୁଅନ୍ତି, ତେବେ report.phising@sbi.co.in ୱେବସାଇଟକୁ ଯାଇ ଅଭିଯୋଗ କରନ୍ତୁ। ଏହା ସହ ସାଇବର କ୍ରାଇମ ହେଲ୍ପଲାଇନ ୧୫୫୨୬୦କୁ କଲ କରି ସମସ୍ତ ଅଭିଯୋଗ ଜଣାନ୍ତୁ।

ଟଙ୍କା ଲୁଟିବା ପାଇଁ ସାଇବର ଠକମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ଯେପରିକି ଆପଣଙ୍କୁ ଫୋନ କରି ଆପଣଙ୍କ ନାମ, ଠିକଣା ଆଦି ତଥ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି। ଏପରିକି ବେଳେ ବେଳେ ଏଟିଏମର ପିନ୍ କୋଡ଼ ନେଇ ସାଇବର ଠକମାନେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଉଛନ୍ତି।

Advertisment
New Delhi SBI Warns Customers Against Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ