Advertisment

ସରପଞ୍ଚ ପ୍ରାର୍ଥୀ‌ଙ୍କ ପ୍ରତିଶ୍ରୁତି: ମାଗଣାରେ ମଦ ଦେବି, ପେଟ୍ରୋଲ ଲିଟର ୨୦ ଟଙ୍କା କରିଦେବି

ସରପଞ୍ଚ ପ୍ରାର୍ଥୀଙ୍କରଏହି ଘୋଷଣାପତ୍ରଟି ଭାଇରାଲ ହୋଇଛି। ଏଥିରେ ୧୩ଟି ପ୍ରତିଶ୍ରୁତି ଦେଇଛନ୍ତି ପ୍ରାର୍ଥୀ। ଏ ପ୍ରତିଶ୍ରୁତି ପଢିଲେ ଆପଣଙ୍କ ହୋଶ ଉଡିଯିବ।

ଅଦ୍ୟତନ ହୋଇଛି
Haryana Sarapancha

Haryana Sarapancha

Advertisment

ନିର୍ବାଚନ ଆସିଲେ ନେତାଙ୍କ ମାଳମାଳ ପ୍ରତିଶ୍ରୁତି ଅନେକ ଶୁଣିଥିବେ। ନିର୍ବାଚନ ପାଖେଇ ଆସିଲେ ନେତାମାନେ ଜନତାଙ୍କ ସେବକ ପାଲଟି ଯିବା, ଜନତାଙ୍କ ଦୁଃଖରେ ଭାବ ବିହ୍ୱଳ ହୋଇ ପଡ଼ିବା, ତାଙ୍କର ଦରଦୀ ବନ୍ଧୁ ପାଲଟି ସବୁ ଦୁଃଖ ଦୂର କରିବାର ପ୍ରତିଶ୍ରୁତି ଦେବା ସାଧାରଣ କଥା। ଏଥିରେ ବିଶେଷତ୍ୱ ନାହିଁ। ହେଲେ ଏହି ନେତାଙ୍କ ପ୍ରତିଶ୍ରୁତି ଥରେ ଦେଖନ୍ତୁ ତ ! ଏମିତି ନିର୍ବାଚନୀ ପ୍ରତିଶ୍ରୁତି ଶୁଣିଲେ ଆପଣ ବି ସେ ଗାଁକୁ ଚାଲିଯିବାକୁ ମନ କରିବେ।

Advertisment

ଏ ନେତା ଜଣକ ହେଉଛନ୍ତି ହରିଆଣା ସିରସାଢ ଗ୍ରାମର ସରପଞ୍ଚ ପ୍ରାର୍ଥୀ । ଜିତିବା ପାଇଁ ଏହି ପ୍ରାର୍ଥୀ ସବୁ ବଳ,କଳ ଖଟାଇଛନ୍ତି। ପ୍ରାର୍ଥୀଙ୍କର ଏଇ ପୋଷ୍ଟର-କମ୍‌-ଘୋଷଣାପତ୍ରକୁ ଦେଖନ୍ତୁ। ପ୍ରାର୍ଥୀଙ୍କରଏହି ଘୋଷଣାପତ୍ରଟି ଭାଇରାଲ ହୋଇଛି। ଏଥିରେ ୧୩ଟି ପ୍ରତିଶ୍ରୁତି ଦେଇଛନ୍ତି ପ୍ରାର୍ଥୀ। ଏହି ଘୋଷଣାପତ୍ରକୁ ଆଇପିଏସ ଅରୁଣ ବୋଥ୍ରା ନିଜ ଟୁଇଟର ପେଜରେ ସେୟାର କରିଛନ୍ତି।

ଅଧିକ ପଢ଼ନ୍ତୁ: ଏଣିକି ମହିଳାଙ୍କୁ ମିଳିବ ମାସିକ ୧୦୦୦ ଟଙ୍କା; ପ୍ରତିଶ୍ରୁତି ପୂରଣ କରିବେ ଏହି ସରକାର

Advertisment

ଜୟକରଣ ଲଠବାଲ ନାମକ ଏହି ପ୍ରାର୍ଥୀ ଜଣକ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି ସେ ନିର୍ବାଚନ ଜିତିବେ ତେବେ ମହିଳାଙ୍କୁ ମାଗଣାରେ ମେକଅପ୍‌ କିଟ୍‌ ଦେବେ। ମଦ୍ୟପଙ୍କୁ ମାଗଣା ମଦ ଦେବେ। ସେତିକି ନୁହେଁ, ଗାଁରେ ତିନୋଟି ବିମାନ ବନ୍ଦର ନିର୍ମାଣ କରିବେ ବୋଲି କହିଛନ୍ତି । ସବୁଠାରୁ ମଜା କଥା ହେଉଛି, ବୋଥ୍ରା ଏହି ପୋଷ୍ଟରକୁ ସେୟାର କରି ଲେଖିଛନ୍ତି, ମୁଁ ସେହି ଗାଁକୁ ଯାଉଛି।’

ପୋଷ୍ଟରରେ ଦେଖିବାକୁ ମିଳିଛି, ସରପଞ୍ଚ ପ୍ରାର୍ଥୀ ଜୟକରଣ ଲଠବାଲ ଗୋଲାପି ସାର୍ଟ ପିନ୍ଧି ହାତ ଯୋଡ଼ିଛନ୍ତି। ପୋଷ୍ଟରର ପ୍ରଥମ ଭାଗରେ ନିଜ ବିଷୟରେ ଲେଖିଛନ୍ତି। ଏଥିରେ ରହିଛି ସେ ଶିକ୍ଷିତ, ପରିଶ୍ରମୀ, ତାଙ୍କର ମନୋବଳ ଦୃଢ ଏବଂ ସେ ଜଣେ ସଚ୍ଚୋଟ ପ୍ରାର୍ଥୀ । ତେବେ ଏହାର ବାକି ଅଧକ ହୋଶ ଉଡାଇ ଦେବ। ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦିଅନ୍ତି। ଏପରିକି ଅସମ୍ଭବ ମନେ ହେଉଥିବା ପ୍ରତିଶ୍ରୁତି ବି ଦିଅନ୍ତି। ହେଲେ ଏହି ପୋଷ୍ଟରଟି ସେ ସବୁଠାରୁ ଊର୍ଦ୍ଧ୍ୱରେ। ଜୟକରଣ ପ୍ରତିଶ୍ରୁତି ଦେଇଛନ୍ତି, ସେ ନିର୍ବାଚନ ଜିତିଲେ, ଗାଁରେ ତିନୋଟି ବିମାନ ବନ୍ଦର ନିର୍ମାଣ କାମ ଆରମ୍ଭ କରିବେ। ପେଟ୍ରୋଲ ଦାମ କମାଇ ଲିଟର ୨୦ ଟଙ୍କା କରିଦେବେ। ଏପରିକି ୧୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବେ। ଆହୁରି ପୁଣି ଜିଏସ୍‌ଟି ଉଠାଇ ଦେବାର ପ୍ରତିଶ୍ରୁତି ବି ସେ ଦେଇଛନ୍ତି।

Advertisment

ଏହା ବ୍ୟତୀତ ଅନେକ ମାଗଣା ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ବି ଦେଇଛନ୍ତି ଯେଉଁଥିରେ ୱାଇ-ଫାଇ, ସବୁ ମହିଳାଙ୍କୁ ମେକଅପ କିଟ୍‌, ପ୍ରତି ପରିବାରକୁ ମାଗଣା ବାଇକ, ଏପରିକି ମଦ୍ୟପାନ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନିକ ଗୋଟିଏ ଲେଖାଏ ମଦ ବୋତଲ ମାଗଣାରେ ଯୋଗାଇବେ। ଏତିକିରେ ସରିନି। ନିଜ ଗାଁ ସେରଗଢରୁ ଦିଲ୍ଲୀ ଯାଏ ମେଟ୍ରୋ ଚାଲିବାର ବ୍ୟବସ୍ଥା କରିବେ ଏବଂ ଗାଁରେ ବିମାନ ବନ୍ଦର ନିର୍ମାଣ କାମ ସରିଲେ ପ୍ରତି ୫ ମିନିଟରେ ବିମାନ ଅବତରଣ କରିବାର ପ୍ରତିଶ୍ରୁତି ବି ଦେଇଛନ୍ତି ।

ଏ ପ୍ରାର୍ଥୀ ନିର୍ବାଚନ ଜିତନ୍ତୁ ବା ହାରନ୍ତୁ ହେଲେ ତାଙ୍କର ଏହି ପୋଷ୍ଟର ବେଶ ହସର ଖୋରାକ ଯୋଗାଇଛି।

Election Poster Sarpanch Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ