• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲେହରୋ ସେ ଡରକର ନୌକା ପାର ନେହିଁ ହୋତି, କୌଶିସ୍ କରନେ ବାଲୋ କା କଭି ହାର ନହିଁ ହୋତି । ଏହାକୁ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣ କରିଛନ୍ତି ସମ୍ପ୍ରିତି ଯାଦବ । ସେ ଜାଣିଥିଲେ ସଫଳତାର ସିଡି ଚଢ଼ିବାରୁ ହେଲେ କଠିନ ପରିଶ୍ରମ କରିବାର ପଡ଼ିବ । ହାରଜିତ୍‌ର ଚିନ୍ତା ନକରି ମନୋବଳକୁ ଦୃଢ଼ କରି ଆଗେଇ ଯିବାକୁ ପଡ଼ିବ । ତେବେ ଯାଇ ପୂରଣ ହେବ ସ୍ୱପ୍ନ । ଆଉ ଆଜି ପରିଶ୍ରମ କରି ସେ ବିଫଳତାକୁ ସଫଳତାରେ ବଦଳାଇ ଦେଇଛନ୍ତି ।

ବିହାରର ସମ୍ପ୍ରିତି ଯାଦବ । ବୟସ ୨୪ । ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲେ । କ୍ରମାଗତ ୫୦ ସାକ୍ଷାତକାରରେ ବିଫଳ ହୋଇଥିଲେ । କେହି ତାଙ୍କୁ ଚାକିରିରେ ରଖିବା ପାଇଁ ପ୍ରସ୍ତୁତ ନଥିଲେ । ଚାରିଆଡ଼ୁ ନିରାଶ ପାଇବା ପରେ ମଧ୍ୟ ହାରି ଯାଇନଥିଲେ ସମ୍ପ୍ରିତି । କଠିନ ପରିଶ୍ରମ ଜାରି ରଖିଥିଲେ । ଏବେ ବିଫଳତା ମଧ୍ୟ ସମ୍ପ୍ରିତିଙ୍କ ସାମ୍ନାରେ ହାରି ମାନିଛି ।

ଗୁଗଲ ପକ୍ଷରୁ ତାଙ୍କ ପାଇଁ ଆସିଛି ଚାକିରି ଅଫର୍ । ଗୁଗୁଲ ତାଙ୍କୁ ବାର୍ଷିକ ୧.୧୦ କୋଟି ଟଙ୍କା ପ୍ୟାକେଜରେ ଚାକିରି ଦେଇଛି । ସେ ଫେବ୍ରୁଆରି ୧୪ରେ ଗୁଗୁଲରେ କାମ ଆରମ୍ଭ କରିବେ । କେବଳ ଗୁଗଲ ନୁହେଁ ଚାରୋଟି କମ୍ପାନି ତାଙ୍କୁ ଚାକିରି ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି ।

ତେବେ ଗୁଗଲରେ ଚାକିରି ପାଇବା ତାଙ୍କ ପାଇଁ ଏତେ ସହଜ ନଥିଲା । ସମ୍ପ୍ରିତିଙ୍କ ସହ ୯ ରାଉଣ୍ଡ ସାକ୍ଷାତକାର କରିଥିଲା ଗୁଗଲ ​​। କଠିନରୁ କଠିନର ପ୍ରଶ୍ନ କରିଥିଲେ ଇଣ୍ଟରଭିଉଅର । ତେବେ ସାକ୍ଷାତକାର ସମୟରେ ସମ୍ପ୍ରିତି ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ । ଅନ୍ୟପଟେ ଗୁଗୁଲ ବ୍ୟତୀତ ସମ୍ପ୍ରିତିଙ୍କ ପାଖରେ ଏବେ ମାଇକ୍ରୋସପ୍ଟ କମ୍ପାନି ଭଳି ଆଉ କିଛି କମ୍ପାନିରୁ ମଧ୍ୟ ଅଫର ଆସିଛି । ତେବେ ତାଙ୍କର ଏହି ସଫଳତା ପାଇଁ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସମ୍ପ୍ରତିଙ୍କ ପାଇଁ ତାଙ୍କ ବାପାମା’ ଆଜି ଗର୍ବିତ ।

OTV is now on Whatsapp

Join and get latest news update delivered to you via whatsapp

Join Now