Advertisment

Sam Pitroda: ସାମ୍ ପିଟ୍ରୋଡାଙ୍କ ପଡୋଶୀ ପ୍ରେମ, ଘର ଭଳି ଅନୁଭବ ହୁଏ; କଂଗ୍ରେସକୁ ବିଜେପିର ଟାର୍ଗେଟ

ସାମ୍ ପିଟ୍ରୋଡା ଭାରତର ବୈଦେଶିକ ନୀତି ଉପରେ ବୟାନ ଦେଇ ବିବାଦ ସୃଷ୍ଟି କରିଛନ୍ତି। "ପଡୋଶୀ ପ୍ରଥମ" ନୀତିକୁ ଗୁରୁତ୍ୱ ଦେବା ପାଇଁ ସେ କହିଛନ୍ତି।

Sam Pitroda

Sam Pitroda

Advertisment

ଭାରତୀୟ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ତଥା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସାମ୍ ପିଟ୍ରୋଡାଙ୍କ ବୟାନ କଂଗ୍ରେସକୁ ଅଡୁଆରେ ପକାଇଛି। ଗୋଟିଏ ପଟେ ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟ ପକ୍ଷରେ ପିଟ୍ରୋଡାଙ୍କ ମୋଟର ମାଉଥ କଂଗ୍ରେସକୁ ଅଡୁଆରେ ପକାଇଛି। ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ନେତା ହୋଇଥିବାରୁ ପିଟ୍ରୋଡାଙ୍କ ବୟାନକୁ ନେଇ ବିଜେପି ସିଧାସଳଖ ଭାବେ କଂଗ୍ରେସକୁ ଟାର୍ଗେଟ କରିଛି।

Advertisment

ଏକ ସାକ୍ଷାତକାର ସମୟରେ ଭାରତର ବୈଦେଶିକ ନୀତି ଉପରେ ବୟାନ ଦେଇ ବିବାଦ ସୃଷ୍ଟି କରିଛନ୍ତି ପିଟ୍ରୋଡା। ସେ "ପଡୋଶୀ ପ୍ରଥମ" ନୀତିକୁ ଗୁରୁତ୍ୱ ଦେବା ସହ ସରକାର ଏହାକୁ ପାଳନ କରିବା ଉଚିତ ବୋଲି କହିଛନ୍ତି। ସାକ୍ଷାତକାରରେ ସେ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ସହିତ ସାଂସ୍କୃତିକ ସମ୍ପର୍କର କଥା ଉଲ୍ଲେଖ କରିବା ସହ କହିଛନ୍ତି ଯେ, ସେଠାରେ ଯାଇ ସେ "ଘରେ ଥିବା ଭଳି" ଅନୁଭବ କରନ୍ତି। ଗୋଟିଏ ପଟରେ ସୀମାପାର ଆତଙ୍କବାଦକୁ ନେଇ ଭାରତ ସମସ୍ୟାରେ ଥିବା ବେଳେ ପିଟ୍ରୋଡାଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି। ସେ ଆତଙ୍କବାଦ ଭଳି ସମସ୍ୟାକୁ ସ୍ୱୀକାର କରିଛନ୍ତି, କିନ୍ତୁ ପାକିସ୍ତାନରେ ବାସ କରୁଥିବା ସାଧାରଣ ଜନତାଙ୍କୁ ଏଥିରୁ ଦୂରେଇ ରଖିବା ପାଇଁ ସେ ଅପିଲ କରିଛନ୍ତି। ପଡୋଶୀ ରାଷ୍ଟ୍ରଙ୍କ ସହିତ ଶାନ୍ତି ଓ ସହଯୋଗିତାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।

"ଆମର ବୈଦେଶିକ ନୀତି ପ୍ରଥମେ ଆମର ପଡୋଶୀ ଅଞ୍ଚଳ ଉପରେ ଧ୍ୟାନ ଦେବା ଉଚିତ୍। ଆମେ କ’ଣ ଆମର ପଡୋଶୀ ଦେଶମାନଙ୍କ ସହିତ ସମ୍ପର୍କକୁ ଉନ୍ନତ କରିପାରିବା? ମୁଁ ପାକିସ୍ତାନ ଯାଇଛି, ଆଉ ମୁଁ ଘରେ ଥିବା ଭଳି ଅନୁଭବ କରିଥିଲି। ମୁଁ ବାଂଲାଦେଶ, ନେପାଳ ଯାଇଛି, ସେଠାରେ ମଧ୍ୟ ଘରେ ଥିବା ଭଳି ଲାଗୁଛି। ସେମାନେ ମୋ ଭଳି ଦେଖାଯାନ୍ତି, ମୋ ଭଳି କଥା କହନ୍ତି, ମୋ ଗୀତ ପସନ୍ଦ କରନ୍ତି, ମୋ ଖାଦ୍ୟ ଖାଆନ୍ତି। ମୁଁ ସେମାନଙ୍କ ସହ ଶାନ୍ତିରେ ରହିବା ଶିଖିବା ଦରକାର।"

Advertisment

"ସେମାନେ ସମସ୍ତେ କଷ୍ଟମୟ ସମୟରୁ ଗତି କରୁଛନ୍ତି, ତେଣୁ ଲଢେଇର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ପିଟ୍ରୋଡାଙ୍କ ଏଭଳି ବୟାନକୁ ବିଜେପି ନେତା ଓ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି। ୨୬/୧୧ ଆକ୍ରମଣ ସମୟରେ ତତ୍କାଳୀନ କଂଗ୍ରେସ ସରକାର ଯେଉଁଭଳି ଭାବେ ପ୍ରତିକ୍ରିୟା ଦେଖାଇଥିଲେ ତାହା ପିଟ୍ରୋଡାଙ୍କ ପାକିସ୍ତାନ ପ୍ରୀତିକୁ ପ୍ରମାଣିତ କରୁଛି ବୋଲି ବିଜେପି ନେତା ଶେହଜାଦ ପୁନାୱାଲା କହିଛନ୍ତି।

BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ