Siridi SaiBaba
ହାଇଦ୍ରାବାଦର ଜଣେ ସାଇବାବା ଭକ୍ତ ମହାରାଷ୍ଟ୍ରର ଶିରିଡ଼ି ସାଇବାବା ମନ୍ଦିରକୁ ୨ କୋଟି ଟଙ୍କା ମୂଲ୍ୟର ସୁନାରେ ନିର୍ମିତ ଏକ ପଟି ଦାନ କରିଛନ୍ତି । ବୁଧବାର ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ଯେ, ଭକ୍ତ ପାର୍ଥସାରଥୀ ରେଡ୍ଡୀ ୨୦୧୬ ରୁ ସାଇବାବା ପ୍ରତିମାଙ୍କ ସିଂହାସନ ପାଇଁ ସୁନା ପଟି ଦାନ କରିବାକୁ ଚାହୁଁଥିଲେ, କିନ୍ତୁ COVID-19 ମହାମାରୀ ହେତୁ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଗଲା ।
Advertisment
ମନ୍ଦିର ଟ୍ରଷ୍ଟର ସିଇଓ ଭାଗ୍ୟଶ୍ରୀ ବନାୟତ କହିଛନ୍ତି ଯେ, ପାର୍ଥସାରଥୀ ସାଇବାବାଙ୍କ ସିଂହାସନ ପାଇଁ ୨ କୋଟି ଟଙ୍କାର ଚାରି କିଲୋଗ୍ରାମରୁ ଅଧିକ ସୁନାରେ ନିର୍ମିତ ସୁନା ପଟି ଦାନ କରିଛନ୍ତି। ପୂର୍ବରୁ ମଧ୍ୟ ହାଇଦ୍ରାବାଦର ଜଣେ ଭକ୍ତ ସାଇବାବାଙ୍କ ପାଇଁ ୯୪ କିଲୋଗ୍ରାମର ଏକ ସୁନା ମୁକୁଟ ମନ୍ଦିର ଟ୍ରଷ୍ଟକୁ ଦେଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)