କେମିତି ଟଙ୍କା ଫେରି ପାଇବେ ସାହାରା ଜମାକାରୀ; ଜାଣନ୍ତୁ ସବିଶେଷ ତଥ୍ୟ...

ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଏହି ପୋର୍ଟାଲରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି ।

ସାହାରା ଜମାକାରୀ ଏମିତି କରନ୍ତୁ ଆବେଦନ

ଟଙ୍କା ଫେରି ପାଇବେ ସାହାରା ଚିଟଫଣ୍ଡ ଜମାକାରୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଏହି ପୋର୍ଟାଲରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି । ହେଲେ ଟଙ୍କା ଫେରିପାଇବାକୁ ହେଲେ କିପରି ଆବେଦନ କାରିବେ ? ପୋର୍ଟାଲରେ ଆପଣଙ୍କୁ କିପରି ଆବଦନ କରିବାକୁ ହେବ ଜାଣିନିଅନ୍ତୁ ।

ପୋର୍ଟାଲ ପରିଦର୍ଶନ କରନ୍ତୁ

୧. ସାହାରା ଚିଟଫଣ୍ଡ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରିପାଇବାକୁ ହେଲେ ସେମାନଙ୍କୁ ସାହାରା ପୋର୍ଟାଲକୁ ଯିବାକୁ ହେବ । CRCS ସାହାରା ଫେରସ୍ତ ପୋର୍ଟାଲର ପ୍ରଥମ ପୃଷ୍ଠା ପରିଦର୍ଶନ କରି ‘ଜମା ପଞ୍ଜିକରଣ’ ଅପ୍‌ସନ ଉପରେ କ୍ଲିକ୍‌ କରନ୍ତୁ ।

୨. ପଞ୍ଜୀକରଣ ପୃଷ୍ଠାରେ ଆଧାର କାର୍ଡର ଶେଷ ୪ ଅଙ୍କ ଦେବାକୁ ହେବ । ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବର ଆପଣଙ୍କୁ ସେଠାରେ ପୂରଣ କରିବାକୁ ପଡ଼ିବ । ଶେଷରେ ଆପଣ OTP ଅପସନ୍‌କୁ ଯିବା ସହ ଆପଣଙ୍କ ନିକଟକୁ ଆସିଥିବା OTP ନମ୍ବର ଦିଅନ୍ତୁ ।

୩. ପଞ୍ଜୀକରଣ ପୃଷ୍ଠାରେ ଜମାକାରୀ ସମସ୍ତ ତଥ୍ୟ ଦେବେ । ଯେମିତି କି ସଦସ୍ୟତା ନଂ,  ଜମା ଖାତା ନଂ,  ଆଧାର-ଲିଙ୍କ୍ ହୋଇଥିବା ମୋବାଇଲ୍ ନଂ ମଧ୍ୟ ଦେବାକୁ ପଡ଼ିବ । ତାହା ସହ ଜମା ପ୍ରମାଣପତ୍ର / ପାସବୁକ୍ ଓ ପାନ୍ କାର୍ଡ ମଧ୍ୟ ଜମାକାରୀମାନେ ଦେବ । ଯଦି ଚିଟଫଣ୍ଡ ଜମାକାରୀମାନେ ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କା ପାଇବାକୁ ଥା’ନ୍ତି ତେବେ ଏହି ସବୁ ଡକ୍ୟୁମେଣ୍ଟ ଦେବେ ।

୪. ଜମାକାରୀମାନେ ଯଦି ୫୦,୦୦୦ ଟଙ୍କାରୁ ଅଧିକ ରଖିଥାନ୍ତି ତେବେ ସେମାନଙ୍କ ପାଇଁ ପାନ୍‌ ଦେବା ବାଧ୍ୟତା ମୂଳକ ହୋଇଛି ।

୫. ଜମାକାରୀଙ୍କ ଆଧାର ସହିତ ସେମାନଙ୍କ ମୋବାଇଲ୍ ନମ୍ବର ଲିଙ୍କ ରହିଥିବା ଆବଶ୍ୟକ । ଏହାକୁ ବାଧ୍ୟତାମୂଳକ କରାଯାଇଛି ।

ମୋବାଇଲ୍‌ ନମ୍ବର ସହ ଆଧାର କିପରି ସଂଯୋଗ କରିବେ ?

ଯଦି ଆପଣଙ୍କ ମୋବାଇଲ୍‌ ନମ୍ବର ସହ ଆଧାର ନମ୍ବର ସଂଯୋଗ ହୋଇନାହିଁ ତେବେ ଆପଣ ଆଧାରରେ ମୋବାଇଲ୍ ସଂଯୋଗ କରିବା ପାଇଁ ନିକଟସ୍ଥ ସେବା କେନ୍ଦ୍ର ପରିଦର୍ଶନ କରନ୍ତୁ ।

ସେହିପରି ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଥିବା ନିହାତି ଜରୁରୀ । କାରଣ ଆଧାର ବିହୀନ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ପାଣ୍ଠି ସ୍ଥାନାନ୍ତରଣକୁ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି ।

ଅନ୍ୟପଟେ ଅହୁରି କୁହାଯାଇଛି କି, ଆପଣଙ୍କ ଆବେଦନ ପରେ ଆପଣଙ୍କ ନିକଟକୁ ଏକ SMS ଆସିବ । ପରେ ଆପଣଙ୍କ ଖାତାରେ ଟଙ୍କା ଜମା ହୋଇଯିବ ।