• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଦଗୁରୁ ଏବଂ ତାଙ୍କ ଇଶା ଆଉଟରିଚ୍ ସଂଗଠନ ଦେଶର ସବୁଠାରୁ ବଡ ବିଜ୍ଞାପନଦାତା । ଲୋକଙ୍କୁ ସଚେତନ କରିବା ପାଇଁ ସୋସିଆଲ ମିଡିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଇଶା ଫାଉଣ୍ଡେସନ୍ ଦ୍ୱାରା ଲଗାତାର ମୃତ୍ତିକା ସଂରକ୍ଷଣ ଆନ୍ଦୋଳନ ଚାଲିଛି ।  ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଲୋକଙ୍କୁ ଆହ୍ୱାନ ଦେଉଛନ୍ତି ସଦଗୁରୁ । ମାଟିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରତିଦିନ ବିଜ୍ଞାପନ ଦିଆଯାଉଛି । 

 ୨୭ ଏପ୍ରିଲରୁ ୨୫ ଜୁଲାଇ ମଧ୍ୟରେ ପ୍ରତିଦିନ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବିଜ୍ଞାପନରେ ୧.୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଇଶା ଆଉଟରିଚ୍ ସଂଗଠନ । ‘କୁ’ ଏବଂ ଭୁଟ୍‌ ସିଲେକ୍ଟ ଏହି ତାଲିକାରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି । ସେହିପରି ପ୍ରଶାନ୍ତ କିଶୋରଙ୍କ ପାର୍ଟି ମଧ୍ୟ ଟପ୍ -୧୦ରେ ସାମିଲ ରହିଛି।

ହାଇଦ୍ରାବାଦ ଭିତ୍ତିକ ଏଣ୍ଟରପ୍ରାଇଜ୍ ଡିଜିଟାଲ୍ ମାର୍କେଟିଂ ଏଜେନ୍ସି ପାଇରାଇଟ୍ ଟେକ୍ନୋଲୋଜି ଦ୍ୱାରା ଏକ ତଥ୍ୟ ସଂଗ୍ରହ କରାଯାଥିଲା । ଏଥିରେ ସର୍ବାଧିକ ବିଜ୍ଞାପନଦାତାଙ୍କ ତାଲିକା ପ୍ରକାଶ ପାଇଛି । ଏଜେନ୍ସି ଅନୁସାରେ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଏବଂ ତାଙ୍କ ସଂଗଠନ ଇଶା ଆଉଟ୍ରିଚ୍ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ସେ ଏହି ପ୍ଲାଟଫର୍ମଗୁଡିକରେ ସର୍ବାଧିକ ସଂଖ୍ୟକ ବିଜ୍ଞାପନ ଦେଉଛନ୍ତି । ପୃଥିବୀକୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆରେ ଅଧିକରୁ ଅଧିକ ପ୍ରଚାର କରୁଛନ୍ତି ସଦଗୁରୁ ଓ ତାଙ୍କ ସଂଗଠନ ।

ସଦଗୁରୁ ଜଣେ ଭାରତୀୟ ଆଧ୍ୟାତ୍ମିକ ଗୁରୁ । ଇନଷ୍ଟାଗ୍ରାମରେ ତାଙ୍କର ୮.୫ ମିଲିୟନରୁ ଅଧିକ ଫଲୋଅର୍ସ ଥିବାବେଳେ ଫେସବୁକରେ ୫.୨ ମିଲିୟନ ପ୍ରଶଂସକ ଏବଂ ଟ୍ୱିଟରରେ ୩.୯ ମିଲିୟନ ଫଲୋଅର୍ସ ଅଛନ୍ତି । ଇଶା ରେମେଣ୍ଟ, ଇଶା ଫୁଡ୍ ଆଣ୍ଡ ମସାଲା, ଇଶା କ୍ରାଫ୍ଟସ୍, ଇଶା ଅର୍ଗାନିକ୍ ସଲ୍ୟୁସନ୍ ଭଳି ବ୍ୟବସାୟିକ ଉଦ୍ୟୋଗର ସହିତ ଜଡିତ ସଦଗୁରୁଙ୍କ ଇଶା ଫାଉଣ୍ଡେସନ ।

ସଦଗୁରୁଙ୍କ ପରେ ମାଇକ୍ରୋବ୍ଲଗିଂ ଆପ୍ ‘କୁ“ ଏବଂ ଭୁଟ୍‌ ସିଲେକ୍ଟ ପ୍ଲାଟଫର୍ମ  ଦ୍ୱିତୀୟ ଏବଂ ତୃତୀୟ ସର୍ବାଧିକ ବିଜ୍ଞାପନଦାତା ତାଲିକାରେ ‌ଅଛନ୍ତି । ୯୦ ଦିନର ସମୟ ଭିତରେ ଫେସବୁକରେ ପ୍ରାୟ ୮୭ ଲକ୍ଷ ଖର୍ଚ୍ଚ କରିଛି କୁ ।

ତେବେ ଅନ୍ୟ ମୁଖ୍ୟ ବ୍ରାଣ୍ଡଗୁଡିକ ବିଜ୍ଞାପନରେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ଏହି ବର୍ଗ ଅଧୀନରେ ଥିବା ମେନଷ୍ଟ୍ରିମ୍‌ ବ୍ରାଣ୍ଡଗୁଡ଼ିକରେ ବ୍ୟକ୍ତିଗତ ଫାଇନାନ୍ସ ଆପ୍, ମିଣ୍ଟ ଏବଂ ସୋସିଆଲ୍ ନେଟୱାର୍କିଂ ଆପ୍, କୁଟୁମ୍ ଅନ୍ତର୍ଭୁକ୍ତ ।